ଭାରତରୁ ମିଳିଲାନି ନିମନ୍ତ୍ରଣ, ଚୀନ୍ ଗସ୍ତରେ ଯିବେ କେପି ଓଲି

ନେପାଳର ପ୍ରଧାନମନ୍ତ୍ରୀ କେପି ଓଲି ଭାରତ ବିରୋଧୀ ପଦକ୍ଷେପ ନେବା ପାଇଁ ଜଣାଶୁଣା। ନେପାଳର ବିବାଦୀୟ ମାନଚିତ୍ର, ଅଯୋଧ୍ୟା ବିବାଦ ଏବଂ ତାଙ୍କ ବିବୃତି ଦୁଇଦେଶ ମଧ୍ୟରେ ସମ୍ପର୍କକୁ ପ୍ରଭାବିତ କରିଛି। ସେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ପଦକୁ ଫେରିବା ପରେ ଭାରତ ତାଙ୍କୁ ସରକାରୀ ଭାବେ ନିମନ୍ତ୍ରଣ ଦେଇ ନାହିଁ...

1 WhatsApp Image 2024-11-13 at 3.49.28 PM

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଆସନ୍ତା ମାସ, ଡିସେମ୍ବର ଆରମ୍ଭରେ ଚୀନ୍ ଗସ୍ତ କରିବେ। ନେପାଳର ଶାସକ କମ୍ୟୁନିଷ୍ଟ ପାର୍ଟି (ୟୁନିଫାଏଡ୍ ମାର୍କ୍ସବାଦୀ-ଲେନିନିଷ୍ଟ) କାଠମାଣ୍ଡୁରେ ଓଲିଙ୍କ ଗସ୍ତ ବିଷୟରେ ସୂଚନା ଦେଇଛନ୍ତି। ବେଜିଂ ଗସ୍ତ ପରେ କେପି ଓଲି ନେପାଳର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ ଯିଏ କାର୍ଯ୍ୟଭାର ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ବିଦେଶ ଗସ୍ତରେ ଭାରତ ଗସ୍ତ କରୁନାହାନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ, ନେପାଳର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ସମସ୍ତ ପ୍ରଧାନମନ୍ତ୍ରୀ ଭାରତକୁ ସେମାନଙ୍କର ପ୍ରଥମ ବିଦେଶ ଗସ୍ତ ଭାବରେ ବାଛିଛନ୍ତି। କେପି ଓଲି କାର୍ଯ୍ୟଭାର ଗ୍ରହଣ କରିବା ପରେ ଚାରିମାସ ଧରି ଗସ୍ତ ନେଇ ଭାରତରୁ କୌଣସି ନିମନ୍ତ୍ରଣ ପାଇ ନାହାନ୍ତି। ତେଣୁ ସେ ବର୍ତ୍ତମାନ ଚୀନ୍ ଗସ୍ତ କରୁଛନ୍ତି।

କେପି ଓଲି ଚଳିତ ବର୍ଷ ଜୁଲାଇରେ ଚତୁର୍ଥ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ଓଲି ସେପ୍ଟେମ୍ବରରେ ମିଳିତ ଜାତିସଂଘର ସମ୍ମିଳନୀରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ।

ନେପାଳର ବୈଦେଶିକ ମନ୍ତ୍ରୀ ଅର୍ଜୁ ରାଣା ଦେଓବା ମଧ୍ୟ ଅଗଷ୍ଟରେ ନୂଆଦିଲ୍ଲୀ ଗସ୍ତରେ ଆସି ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଭେଟିଥିଲେ କିନ୍ତୁ ଭାରତ ପକ୍ଷରୁ ଓଲିଙ୍କୁ କୌଣସି ନିମନ୍ତ୍ରଣ ଦିଆଯାଇ ନ ଥିଲା। ତେଣୁ ସେ ବର୍ତ୍ତମାନ ସେ ଚୀନ୍ ଗସ୍ତରେ ଯାଉଛନ୍ତି। ତାଙ୍କର ବେଜିଂ ଗସ୍ତକୁ ଦିଲ୍ଲୀ-କାଠମାଣ୍ଡୁର ଖରାପ ସମ୍ପର୍କ ଏବଂ ଭାରତ-ନେପାଳ ପ୍ରକଳ୍ପରେ ଚୀନ୍‌ର ପୁଞ୍ଜି ବିନିଯୋଗ ଭଳି ପ୍ରସଙ୍ଗ ଭାବ‌େ ଦେଖାଯାଉଛି।

ଡିସେମ୍ବର ୨ ରୁ ୫ ମଧ୍ୟରେ କେପି ଓଲି ଚୀନ୍ ଗସ୍ତ କରିବେ ବୋଲି ଆଶା କରାଯାଉଛି। ଓଲି ବେଜିଂରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଚୀନ୍ ପ୍ରଧାନମନ୍ତ୍ରୀ ଲି କିୟାଙ୍ଗଙ୍କ ସହ ଆଲୋଚନା କରିବେ। କେପି ଓଲି ବେଜିଂ ଗସ୍ତ ସମୟରେ ଋଣ ରିହାତି ଦାବି କରିପାରନ୍ତି। ବିଶେଷ କରି ପୋଖରା ବିମାନବନ୍ଦର ପାଇଁ ଚୀନ୍‌ରୁ ମିଳିଥିବା ଋଣ ନେଇ ନେପାଳ ଅସୁବିଧାରେ ପଡ଼ିଛି।

ଅଧିକ ପଢ଼ନ୍ତୁ: କାର୍ ଧକ୍କାରେ ୩୫ ମୃତ, ୪୩ ଆହତ: କଠୋର ଦଣ୍ଡ ପାଇଁ ଜିନପିଙ୍ଗ୍‌ଙ୍କ ନିର୍ଦ୍ଦେଶ

ଓଲିଙ୍କ ଗସ୍ତ ସହ ଜଡିତ କିଛି ରିପୋର୍ଟ ଦାବି କରୁଛି ଯେ ତାଙ୍କ ଗସ୍ତର ମୁଖ୍ୟ ଏଜେଣ୍ଡା ହେଉଛି ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ନିଆଯାଇଥିବା ଋଣକୁ ଅନୁଦାନରେ ପରିଣତ କରିବା। ଯଦି ଚୀନ୍ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଦିଆଯାଇଥିବା ଋଣକୁ ଅନୁଦାନରେ ପରିଣତ କରେ, ତେବେ ନେପାଳ ସରକାରଙ୍କୁ ସୁଧ ଦେବାକୁ ପଡିବ ନାହିଁ। ବିମାନବନ୍ଦର ପାଇଁ ନେପାଳ ଚୀନ୍‌ର ଏକ୍ସତମ ବ୍ୟାଙ୍କରୁ ୧,୩୭୮.୭୪ ମିଲିୟନ ୟୁଆନ ଋଣ ନେଇଛି।

ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବାରେ ବିଫଳତା ଯୋଗୁ ପୋଖରା ବିମାନବନ୍ଦର କ୍ଷତିଗ୍ରସ୍ତ ହୋଇଛି। ପୋଖରା ବିମାନବନ୍ଦର, ୧ ଜାନୁଆରୀ ୨୦୨୩ରେ ଖୋଲିବା ପରଠାରୁ କୌଣସି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଦେଖିନାହିଁ। କେବଳ ଚୀନ୍‌ର କିଛି ଚାର୍ଟାର୍ଡ ​​ବିମାନ ଏହି ବନ୍ଦରରୁ ଉଡ଼ାଣ କରିଛି। ଏଭଳି ପରିସ୍ଥିତିରେ ନେପାଳୀ ଅଧିକାରୀମାନେ ଏହି ଋଣକୁ ଅନୁଦାନରେ ପରିଣତ କରିବାକୁ ଚୀନ୍‌କୁ ଅନୁରୋଧ କରୁଛନ୍ତି।

ଅଧିକ ପଢ଼ନ୍ତୁ: ପୁଣି ପାଦ ଛୁଇଁବାକୁ ଯାଉଥିଲେ ନୀତିଶ; ହାତ ଧରି ପକାଇଲେ ମୋଦୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe