Narendra Modi Photograph: (Hindustan Times)
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଅଟଳ ପେନ୍ସନ ଯୋଜନା (ଏପିୱାଇ)କୁ ଜାରି ରଖାଯିବ। ଏହି ଯୋଜନାର ପ୍ରଚାରପ୍ରସାର ଓ ବିକାଶମୂଳକ କାର୍ଯ୍ୟକଳାପ ପାଇଁ ପାଣ୍ଠି ସହାୟତାର ସମ୍ପ୍ରସାରଣ କରାଯିବା ସହିତ ନିଅଣ୍ଟ ଭରଣା ଲାଗି ମଧ୍ୟ ପାଣ୍ଠି ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ନିକଟରେ ଯୋଜନାର ଲାଭ ପହଞ୍ଚାଇବା ଲାଗି ପ୍ରଚାରପ୍ରସାର ଏବଂ ବିକାଶ କାର୍ଯ୍ୟକଳାପ କରାଯିବ। ଏଥିରେ ସଚେତନତା ଏବଂ କ୍ଷମତା ନିର୍ମାଣ ସାମିଲ ରହିବ। ଏହି ଯୋଜନାରେ କମ୍ ଆୟକାରୀ ଏବଂ ଅସଂଗଠିତ କ୍ଷେତ୍ରର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ବୃଦ୍ଧାବସ୍ଥାରେ ଆୟ ସୁରକ୍ଷା ସୁନିଶ୍ଚିତ ହେବ। ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ପ୍ରୋତ୍ସାହନ ମିଳିବା ସହିତ ଭାରତ ଏକ ପେନ୍ସନ ଆଧାରିତ ସମାଜ ରୂପେ ପରିଣତ ହୋଇପାରିବ।କ୍ରମାଗତ ସାମାଜିକ ସୁରକ୍ଷା ଯୋଗାଇ ଦେଇ ବିକଶିତ ଭାରତ ୨୦୪୭ର ସଂକଳ୍ପକୁ ଏହି ଯୋଜନା ମଜବୁତ କରିବ।
ଆହୁରି ପଢ଼ନ୍ତୁ: Cricket: ଆଉ ଏକ ମାଇଲ୍ଖୁଣ୍ଟ ଛୁଇଁଲେ ନ୍ୟୁଜିଲାଣ୍ଡର ଖେଳାଳି ଡାରିଲ ମିଚେଲ
ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ବୃଦ୍ଧାବସ୍ଥାରେ ଆୟ ସୁରକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ୨୦୧୫ ମେ ୯ରେ ଏପିୱାଇ ଯୋଜନା ଆରମ୍ଭ କରାଯାଇଥିଲା। ଆର୍ଥିକ ଯୋଗଦାନକୁ ଆଧାର କରି ଏପିୱାଇ ୬୦ ବର୍ଷ ବୟସରୁ ପ୍ରତି ମାସରେ ୧୦୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟିଯୁକ୍ତ ସର୍ବନିମ୍ନ ପେନସନ ପ୍ରଦାନ କରିଥାଏ।୨୦୨୬ ଜାନୁଆରି ୧୯ ସୁଦ୍ଧା ୮.୬୬ କୋଟିରୁ ଅଧିକ ଉପଭୋକ୍ତା ଏହି ଯୋଜନାରେ ପଞ୍ଜୀକରଣ କରିଛନ୍ତି।
ଆହୁରି ପଢ଼ନ୍ତୁ: Aravalli Hills: ‘ବେଆଇନ ଖଣି ଖନନ ଦ୍ୱାରା ଅପୂରଣୀୟ କ୍ଷତି ଘଟିପାରେ’: ବିଶେଷଜ୍ଞ କମିଟି ଗଠନ କରିବାକୁ କହିଲେ ସୁପ୍ରିମ୍କୋର୍ଟ
Follow Us