Dharmendra Pradhan: କୃତଜ୍ଞତା, ସମୃଦ୍ଧି ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ ପୋଙ୍ଗଲ: ଧର୍ମେନ୍ଦ୍ର

Advertisment

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚେନ୍ନାଇ ସ୍ଥିତ ଆଇଆଇଟି ମାଡ୍ରାସ ପରିସରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହ ପାରମ୍ପରିକ ପୋଷାକ ପିନ୍ଧି ତାମିଲନାଡୁର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ପୋଙ୍ଗଲ’ ପର୍ବ ପାଳନ କରିଛନ୍ତି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚେନ୍ନାଇ ସ୍ଥିତ ଆଇଆଇଟି ମାଡ୍ରାସ ପରିସରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହ ପାରମ୍ପରିକ ପୋଷାକ ପିନ୍ଧି ତାମିଲନାଡୁର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ପୋଙ୍ଗଲ’ ପର୍ବ ପାଳନ କରିଛନ୍ତି।

WhatsApp Image 2026-01-14 at 17.55.02

ଚେନ୍ନାଇ/ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚେନ୍ନାଇ ସ୍ଥିତ ଆଇଆଇଟି ମାଡ୍ରାସ ପରିସରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହ ପାରମ୍ପରିକ ପୋଷାକ ପିନ୍ଧି ତାମିଲନାଡୁର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ପୋଙ୍ଗଲ’ ପର୍ବ ପାଳନ କରିଛନ୍ତି। ପ୍ରତିଷ୍ଠାନର କମ୍ୟୁନିଟି ହଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ସାମିଲ ହୋଇ ଅମଳର ଏହି ପର୍ବକୁ ଉପଭୋଗ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ତାମିଲନାଡୁବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ପୋଙ୍ଗଲ ହେଉଛି କୃତଜ୍ଞତା, ସମୃଦ୍ଧି ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଏହା ଆମ ସମାଜରେ ସଦଭାବନା ଏବଂ ଏକତାକୁ ପ୍ରତିଫଳିତ କରିଥାଏ।  ଏହି ପର୍ବ ଶିକ୍ଷାୟତନ ପରିସରରେ ଭବ୍ୟ ବାତାବରଣ ସୃଷ୍ଟି କରିବା ସହ ଭାରତୀୟ ସଂସ୍କୃତିର ବିଭିନ୍ନତା ମଧ୍ୟରେ ଏକତାକୁ ଆହୁରି ସୁଦୃଢ଼ କରିଛି। 

ଆହୁରି ପଢ଼ନ୍ତୁ: Iran Protests: ଛକାପଞ୍ଝା ଭିତରେ ଇରାନ ସମର୍ଥନରେ ୩ ଶକ୍ତିଶାଳୀ ଦେଶ: ଆକ୍ରମଣ ନକରିବାର ଲାଭ ସମ୍ପର୍କରେ ଆମେରିକାକୁ ବୁଝାଇଲେ...

ମନ୍ତ୍ରୀ ଆଇଆଇଟି ମାଡ୍ରାସ ପରିବାର ସହ ସମୟ ବିତାଇବା ନେଇ ଖୁସି ବ୍ୟକ୍ତ କରିବା ସହ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଶାନ୍ତି, ସମୃଦ୍ଧି ଏବଂ ସୁଖମୟ ଜୀବନ କାମନା କରିଛନ୍ତି। ଏହି ସ୍ୱତନ୍ତ୍ର ଉତ୍ସବରେ ଉଚ୍ଚ ଶିକ୍ଷା ବିଭାଗର ସଚିବ ବିନୀତ ଯୋଶୀ, ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ରଫେସର ଭି. କାମାକୋଟି, ବିଭିନ୍ନ ବିଭାଗର ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଏହା ପରେ ଶ୍ରୀ ପ୍ରଧାନ କାଶୀ ତାମିଲ ସଙ୍ଗମମ୍ ୪.୦ର ସ୍ୱେଚ୍ଛାସେବୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଗସ୍ତ କାଳରେ ଆଇଆଇଟି ମାଡ୍ରାସ ପକ୍ଷରୁ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। 

ଆହୁରି ପଢ଼ନ୍ତୁ: Iran Violence: ଇରାନ ହିଂସା: ଅନ୍ତର୍ଜାତୀୟ ସଂପ୍ରଦାୟରେ ନିନ୍ଦାର ଝଡ଼

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe