Giriraj Singh-Mamata Banerjee: ପଶ୍ଚିମବଙ୍ଗକୁ ବାଂଲାଦେଶ କରିଦେବେ ମମତା... ଦିଦିଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ

Advertisment

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମମତା ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କୁ ସୁରକ୍ଷା ଦେଉଛନ୍ତି ଏବଂ ପଶ୍ଚିମବଙ୍ଗକୁ ବାଂଲାଦେଶରେ ପରିଣତ କରିବାକୁ ଚାହୁଛନ୍ତି

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମମତା ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କୁ ସୁରକ୍ଷା ଦେଉଛନ୍ତି ଏବଂ ପଶ୍ଚିମବଙ୍ଗକୁ ବାଂଲାଦେଶରେ ପରିଣତ କରିବାକୁ ଚାହୁଛନ୍ତି

New Project (4)

giriraj singh, mamata banerjee Photograph: (sambad.in)

ପାଟନା: କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମମତା ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କୁ ସୁରକ୍ଷା ଦେଉଛନ୍ତି ଏବଂ ପଶ୍ଚିମବଙ୍ଗକୁ ବାଂଲାଦେଶରେ ପରିଣତ କରିବାକୁ ଚାହୁଛନ୍ତି ବୋଲି ଗିରିରାଜ କହିଥିଲେ। ପାଟନାଠାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମମତା ବାନାର୍ଜୀ ପ୍ରଥମେ କୁହନ୍ତୁ ସେ କାହାର କଳା ବ୍ୟାଗ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ଦେବାକୁ ଚାହୁନାହାନ୍ତି। ବାଂଲାଦେଶୀଙ୍କ ଉପରେ ସେ ପୂରା ନିର୍ଭରଶୀଳ ଥିବାବେଳେ ରାଜ୍ୟକୁ ବାଂଲାଦେଶରେ ପରିଣତ କରିଦେବେ। ଦେଶରେ ଥିବା ସମସ୍ତ ବାଂଲାଦେଶୀ ପଶ୍ଚିମବଙ୍ଗ ଦେଇ ଦେଶରେ ପ୍ରବେଶ କରୁଛନ୍ତି। ସେମାନେ ସମସ୍ତଙ୍କ ଆଧାର କାର୍ଡ଼ ପଶ୍ଚିମବଙ୍ଗରେ ତିଆରି ହୋଇଛି ‌ବୋଲି ଗିରିରାଜ କହିଥିଲେ।

ଆହୁରି ପଢନ୍ତୁ- Bhagavad Gita: ଗୀତା ପଢ଼ିବେ ଇଞ୍ଜିନିୟରିଂ ପିଲା: ଛତିଶଗଡ଼ରେ ସ୍ବାମୀ ବିବେକାନନ୍ଦ ବୈଷୟିକ ବିଶ୍ବବିଦ୍ୟାଳୟ ଓ ଇସ୍କନ ମଧ୍ୟରେ ବୁଝାମଣା...

ଦିନକ ପୂର୍ବରୁ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ, ବିଜେପି ନିର୍ଦ୍ଦେଶରେ ଭାରତୀୟ ନିର୍ବାଚନ କମିସନ (ଇସିଆଇ) ଏଆଇ (କୃତ୍ରିମ ବୁଦ୍ଧିମତା) ବ୍ୟବହାର କରି ଭୋଟର ତାଲିକାରୁ ଭୋଟରଙ୍କ ନାଁ କାଟୁଛନ୍ତି। ହାୱଡାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମମତା କହିଥିଲେ, ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମୟରେ ଯେତିକି ମୃତ୍ୟୁ ହୋଇଛି ସେଥିପାଇଁ ବିଜେପି ଦାୟୀ। ମମତା କହିଥିଲେ, ଆଜି ସକାଳ ପର୍ଯ୍ୟନ୍ତ ୮୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏସଆଇଆର୍‌ ନୋଟିସ ପାଇବା ପରେ ଚାରି ଜଣ ଆତ୍ମହତ୍ୟା କରିଛନ୍ତି, ୧୭ ଜଣ ବ୍ରେନ୍‌ ଷ୍ଟ୍ରୋକ୍‌ କିମ୍ବା ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ଏସବୁ ମୃତ୍ୟୁ ପାଇଁ ନିର୍ବାଚନ କମିସନ ଦାୟୀ ହେବା କଥା। 

ଆହୁରି ପଢନ୍ତୁ- Accident: ମେଳାକୁ ଯାଉଥିବା ବେଳେ ଯାତ୍ରୀବାହୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୨ ମୃତ

ବିଜେପି ନିର୍ଦ୍ଦେଶରେ ଏଆଇ ବ୍ୟବହାର ଦ୍ବାରା ଭୋଟର ତାଲିକାରୁ ନାଁଗୁଡ଼ିକ ହଟା ଯାଉଛି। ସେ ଆହୁରି କହିଛନ୍ତି, ମୁଁ ଯାହା ଜାଣିବାକୁ ପାଉଛି ଏଠାରେ ଭୋଟ ଦେବାକୁ ଝାଡ଼ଖଣ୍ଡ, ବିହାର ଓ ଓଡ଼ିଶାରୁ ଲୋକମାନଙ୍କୁ ଆଣିବାକୁ ବୋଲି ଯୋଜନା ରହିଛି। ଇସିଆଇକୁ ସମାଲୋଚନା କରି ମମତା କହିଥିଲେ, ଏହା ୧.୩୬ କୋଟି ଭୋଟରଙ୍କୁ ଶୁଣାଣି ପାଇଁ ବାଧ୍ୟ କରୁଛନ୍ତି ବୋଲି କହିଛନ୍ତି। ବିଜେପି ନିର୍ଦ୍ଦେଶରେ ଇସିଆଇ ଏପରି ଭାବେ ଏସ୍‌ଆଇଆର୍‌ କରିଛନ୍ତି ଯେ, ପାଖାପାଖି ୫୮ ଲକ୍ଷ ଭୋଟରଙ୍କ ନାଁ ଭୋଟର ତାଲିକାରୁ ବାଦ୍‌ ପଡ଼ିଛି। ଏତିକିରେ ସନ୍ତୁଷ୍ଟ ନହୋଇ ଏହା ଅନ୍ୟ ରାଜ୍ୟରୁ ଲୋକଙ୍କୁ ଫର୍ମ ୭ ସହିତ ଗାଡ଼ିରେ ବୋହିକି ଆଣୁଥିବାବେଳେ ପ୍ରକୃତ ଭୋଟରଙ୍କୁ ଭୋଟର ତାଲିକାରୁ ବାଦ୍‌ ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe