Advertisment

Gold: ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ସୁନା ଆସିଛି: ଖଣି ଲାଇସେନ୍ସ ହସ୍ତାନ୍ତରକୁ ନିଶ୍ଚିତ କଲା ଆମେରିକା

Advertisment

ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦକ୍ଷିଣ ଆମେରିକୀୟ ରାଷ୍ଟ୍ରର ପ୍ରାକୃତିକ ସମ୍ପଦ ଉପରେ ନିୟନ୍ତ୍ରଣ ରଖିବାକୁ ଚାହୁଁଥିବା ବେଳେ ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ବୋଲି ଆମେରିକାର ଗୃହ ସଚିବ ଡଗ୍ ବର୍ଗମ୍ ନିଶ୍ଚିତ କରିଛନ୍ତି।

ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦକ୍ଷିଣ ଆମେରିକୀୟ ରାଷ୍ଟ୍ରର ପ୍ରାକୃତିକ ସମ୍ପଦ ଉପରେ ନିୟନ୍ତ୍ରଣ ରଖିବାକୁ ଚାହୁଁଥିବା ବେଳେ ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ବୋଲି ଆମେରିକାର ଗୃହ ସଚିବ ଡଗ୍ ବର୍ଗମ୍ ନିଶ୍ଚିତ କରିଛନ୍ତି।

Untitled-12.jpg

ୱାସିଂଟନ: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦକ୍ଷିଣ ଆମେରିକୀୟ ରାଷ୍ଟ୍ରର ପ୍ରାକୃତିକ ସମ୍ପଦ ଉପରେ ନିୟନ୍ତ୍ରଣ ରଖିବାକୁ ଚାହୁଁଥିବା ବେଳେ ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ବୋଲି ଆମେରିକାର ଗୃହ ସଚିବ ଡଗ୍ ବର୍ଗମ୍ ନିଶ୍ଚିତ କରିଛନ୍ତି।

ଶୁକ୍ରବାର, ଭେନେଜୁଏଲାରୁ ଆମେରିକାକୁ ଏହି ସୁନା ଆସିଛି। ଭେନେଜୁଏଲା ପାଖରେ ୫୦୦ ଡଲାର ବିଲିୟନର ସୁନା ସମ୍ପଦ ଅଛି ବୋଲି ବର୍ଗମ୍ କହିଛନ୍ତି।ଭେନେଜୁଏଲାର ସରକାରୀ ସ୍ୱର୍ଣ୍ଣ ଖଣି କମ୍ପାନି ମିନର୍ଭେନ ସହିତ କାରବାର ପାଇଁ ଆମେରିକା ଲାଇସେନ୍ସ ଜାରି କରିବା ପରେ ବର୍ଗମ୍ ଏନେଇ ସୂଚନା ପ୍ରଦାନ କରିଛନ୍ତି। ଭେନେଜୁଏଲାର ବିଶାଳ ଖଣିଜ ଭଣ୍ଡାର ଉପରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ୱାସିଂଟନର ପ୍ରୟାସର ଏକ ଅଂଶ ଭାବରେ ଏହି ପଦକ୍ଷେପକୁ ଦେଖାଯାଉଛି। ଚଳିତ ସପ୍ତାହର ଆରମ୍ଭରେ ଭେନେଜୁଏଲାରେ ବର୍ଗମ୍ କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗ୍ୱେଜ୍‌ଙ୍କୁ ଭେଟିବା ପରେ ଲାଇସେନ୍ସ ପ୍ରଦାନ କରାଯାଇଥିଲା। ସେ ୨୪ରୁ ଅଧିକ ଆମେରିକୀୟ ଖଣି ଏବଂ ଖଣିଜ କମ୍ପାନିର ପ୍ରତିନିଧିମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ପୂର୍ବରୁ ଭେନେଜୁଏଲାରେ କାର୍ଯ୍ୟ କରୁଥିଲେ।

ଆହୁରି ପଢ଼ନ୍ତୁ: Iran Conflicts: ଧମକ ଦେଇ ଟ୍ରମ୍ପ କହିଲେ- ଇରାନ ନେତା ମୋଜତାବା ଅଧିକ ଦିନ ତିଷ୍ଠି ରହିବେ ନାହିଁ

ବର୍ଗମ୍‌ଙ୍କ ଅନୁଯାୟୀ, ଭେନେଜୁଏଲାର ସରକାର ଖଣିଜ ସମୃଦ୍ଧ ଅଞ୍ଚଳରେ ନିବେଶ କରିବାକୁ ଆଗ୍ରହୀ ଖଣି କମ୍ପାନିଗୁଡ଼ିକୁ ସୁରକ୍ଷା ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏହା ଦୀର୍ଘ ଦିନ ଧରି ଗରିଲା ଗୋଷ୍ଠୀ ତଥା ଅନ୍ୟାନ୍ୟ ବେଆଇନ ବ୍ୟକ୍ତିଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଆସୁଛି।ଲାଇସେନ୍ସର ସର୍ତ୍ତାବଳୀ ଅନୁଯାୟୀ, ରୁଷ, ଇରାନ, ଉତ୍ତର କୋରିଆ ଏବଂ କ୍ୟୁବାର ବ୍ୟକ୍ତିବିଶେଷ ଏବଂ କମ୍ପାନିଗୁଡ଼ିକୁ ମିନର୍ଭେନ ସହିତ ଚୁକ୍ତି କରିବାରୁ ବାରଣ କରାଯାଇଛି। ଏହି ପ୍ରତିବନ୍ଧକ ଟ୍ରମ୍ପ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ଚୀନ୍‌ର ପ୍ରାଧାନ୍ୟକୁ ପ୍ରତିହତ କରିବା ବୋଲି କୁହାଯାଉଛି। ଭେନେଜୁଏଲାକୁ ସ୍ଥିର ଏବଂ ପୁନର୍ଗଠିତ କରିବା ପାଇଁ ୱାସିଂଟନର ଯୋଜନାକୁ ଆଗକୁ ବଢାଇବା ମଧ୍ୟ ଏହି ଲାଇସେନ୍ସର ମୁଖ୍ୟ ଲକ୍ଷ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe