ୟୁପିଆଇ ପେମେଣ୍ଟ ନାଁରେ ଚାଲିଛି ବଡ଼ ଠକେଇ, ଟଙ୍କା ପଠାଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ୍...

ୟୁପିଆଇ ୟୁଜର୍ସ ସାବଧାନ! ୟୁପିଆଇ ପେମେଣ୍ଟ ନାଁରେ ଚାଲିଛି ବଡ଼ ଠକେଇ। ଟଙ୍କା ପଠାଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ୍। ଯଦି ୟୁପିଆଇ ପେମେଣ୍ଟ କରୁଛନ୍ତି ତେବେ ଠକେଇ ପ୍ରତି ସତର୍କ ରୁହନ୍ତୁ।

UPI

UPI Photograph: (sambad.in)

ନୂଆଦିଲ୍ଲୀ: ୟୁପିଆଇ ୟୁଜର୍ସ ସାବଧାନ! ୟୁପିଆଇ ପେମେଣ୍ଟ ନାଁରେ ଚାଲିଛି ବଡ଼ ଠକେଇ। ଟଙ୍କା ପଠାଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ୍। ଯଦି ୟୁପିଆଇ ପେମେଣ୍ଟ କରୁଛନ୍ତି ତେବେ ଠକେଇ ପ୍ରତି ସତର୍କ ରୁହନ୍ତୁ। ଠକମାନେ ୟୁଜର୍ସଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରିବାକୁ ନୂଆ ଉପାୟ ଖୋଜୁଛନ୍ତି। କେତେବେଳେ ଡେଲିଭରି ନାମରେ ତ କେତେବେଳେ ପୁରସ୍କାର ରାଶି ନାମରେ ଲୋକଙ୍କୁ ଠକାଯାଉଛି। ସେହିଭଳି ଠକେଇର ଶିକାର ହୋଇଥିବା ଜଣେ ଉପଭୋକ୍ତା ଏହାର ଭିଡିଓ ସେୟାର କରିଛନ୍ତି। 

ଜଣେ ଉପଭୋକ୍ତା ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ, ଜଣେ ଠକ ନିଜକୁ ବ୍ୟାଙ୍କର ପ୍ରତିନିଧି ବୋଲି କହି ଆକାଉଣ୍ଟର କେୱାସି ଅପଡେଟ୍ କରିବାକୁ କହୁଛି। ପରେ ଏକ ଲିଙ୍କ୍ ପଠାଉଛି ଏବଂ ସେହି ଲିଙ୍କରେ ୱେବସାଇଟକୁ ଯିବାକୁ କହୁଛି। ୱେବସାଇଟ୍ ଖୋଲିବା ପରେ ଉପଭୋକ୍ତା ଜଣକ ୟୁପିଆଇ ପିନ୍ ନମ୍ବର୍ ଦେବା ପାଇଁ ବିକଳ୍ପ ପାଆନ୍ତି। କିନ୍ତୁ ଉପଭୋକ୍ତା ଜଣକ ଏହି ଠକେଇର ଶିକାର ହେବ ପୂର୍ବରୁ ବୁଝିସାରିଥିଲେ। କିନ୍ତୁ ଅନେକ ସମୟରେ ଲୋକମାନେ ଏହି ଠକମାନଙ୍କ ଜାଲରେ ଫସି ଯାଇ ଠକେଇର ଶିକାର ହୁଅନ୍ତି। ତେବେ ଠକେଇରୁ କିପରି ରକ୍ଷା ପାଇବେ ଜାଣିରଖନ୍ତୁ...

() ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ ଅନୁସାରେ, କେବେବି କାହା ସହିତ ପାସୱାର୍ଡ, ଓଟିପି, ୟୁପିଆଇ ପିନ୍ ନମ୍ବର୍ ସେୟାର କରନ୍ତୁ ନାହିଁ। ଦୟାକରି ଧ୍ୟାନ ଦିଅନ୍ତୁ ଯେ, କୌଣସି ବ୍ୟାଙ୍କ କୌଣସି ଗ୍ରାହକଙ୍କଠାରୁ ପିନ୍, ପାସୱାର୍ଡ, ଓଟିପି ଇତ୍ୟାଦି ମାଗେ ନାହିଁ। 

() ୟୁପିଆଇ ମାଧ୍ୟମରେ ଠକେଇରୁ ରକ୍ଷା ପାଇବା ପାଇଁ, କୌଣସି ଅଜଣା ନମ୍ବରରୁ ଆସୁଥିବା ଫୋନ୍ କଲ୍, ମେସେଜ୍ କିମ୍ବା ଇମେଲ୍ ଖୋଲନ୍ତୁ ନାହିଁ। ହ୍ୱାଟସଆପ୍ ଲିଙ୍କ୍ ଉପରେ ମଧ୍ୟ କ୍ଲିକ୍ କରନ୍ତୁ ନାହିଁ। 

ଅଧିକ ପଢ଼ନ୍ତୁ: ଫେସବୁକ୍ ପାସୱାର୍ଡ ଭୁଲିଯାଇଛନ୍ତି କି?

() ଠକମାନେ ମେସେଜ ମାଧ୍ୟମରେ ପେମେଣ୍ଟ ଗ୍ରହଣ କରିବା ପାଇଁ ଲିଙ୍କ୍ ପଠାନ୍ତି। ଯଦି ଆପଣ ଲିଙ୍କ୍ ଉପରେ କ୍ଲିକ୍ କରନ୍ତି, ତେବେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଇପାରେ। ଏହାବ୍ୟତୀତ ବ୍ୟାଙ୍କର କେୱାଇସି ଅପଡେଟ୍, ପୁରସ୍କାର ରାଶି, ଡେଲିଭରି, କୋରିଅର୍ ଇତ୍ୟାଦି ନାମରେ ଆସୁଥିବା କଲ୍ କିମ୍ବା ମେସେଜକୁ ଅଣଦେଖା କରନ୍ତୁ।

 ଅଧିକ ପଢ଼ନ୍ତୁ: ଭାରତ ନା ପାକିସ୍ତାନ: କେଉଁ ଟିମ୍ ଭଲ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe