Photograph: (Indian Masterminds)
ନୂଆଦିଲ୍ଲୀ: ସିଭିଲ୍ ସର୍ଭିସ ପରୀକ୍ଷା (ସିଏସ୍ଇ) ୨୦୨୬ ପାଇଁ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ବର୍ଷ କମିସନ ନିୟମାବଳୀରେ ବ୍ୟାପକ ସଂଶୋଧନ କରି ପୂର୍ବରୁ ବିଭିନ୍ନ ସେବାରେ ନିଯୁକ୍ତ ପ୍ରାର୍ଥୀଙ୍କ ପାଇଁ ପୁନର୍ବାର ପରୀକ୍ଷା ଦେବା କ୍ଷେତ୍ରରେ ନୂଆ କଟକଣା ଲଗାଇଛନ୍ତି। ବିଶେଷ କରି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ବୈଦେଶିକ ସେବା (ଆଇଏଫ୍ଏସ୍) ଏବଂ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀଙ୍କ ପାଇଁ ଏହି ନୂତନ ନିୟମ ଅଧିକ ସ୍ପଷ୍ଟ ହୋଇଛି।
Electric: ବିଜୁଳି ଆଲୁଅରୁ ବଞ୍ଚିତ ଟିକରପଡ଼ାର ୨୦ ପରିବାର
ନୂତନ ନିୟମ ଅନୁଯାୟୀ, ଯେଉଁ ପ୍ରାର୍ଥୀମାନେ ପୂର୍ବରୁ ଆଇଏଏସ୍ କିମ୍ବା ଆଇଏଫ୍ଏସ୍ ଭାବେ ନିଯୁକ୍ତି ପାଇସାରିଛନ୍ତି ଏବଂ ସେହି ପଦବିରେ କାର୍ଯ୍ୟରତ ଅଛନ୍ତି, ସେମାନେ ସିଏସ୍ଇ ୨୦୨୬ ପାଇଁ ଆବେଦନ କରିପାରିବେ ନାହିଁ। ଯଦି କୌଣସି ପ୍ରାର୍ଥୀ ପୂର୍ବ ବର୍ଷର ପରୀକ୍ଷା ଆଧାରରେ ପ୍ରାଥମିକ ପରୀକ୍ଷା (ପ୍ରିଲିମ୍) ପରେ ଏହି ସେବାଗୁଡ଼ିକରେ ଯୋଗ ଦିଅନ୍ତି, ତେବେ ସେମାନେ ପରବର୍ତ୍ତୀ ମୁଖ୍ୟ ପରୀକ୍ଷା ଦେବାକୁ ଅଯୋଗ୍ୟ ବିବେଚିତ ହେବେ।
ଆଇପିଏସ୍ ଅଧିକାରୀମାନେ ପୁନର୍ବାର ଆଇପିଏସ୍ ସେବା ଚୟନ କରିପାରିବେ ନାହିଁ। ସେମାନଙ୍କୁ କେବଳ ଆଇଏଏସ୍, ଆଇଏଫ୍ଏସ୍ କିମ୍ବା ଅନ୍ୟାନ୍ୟ ଗ୍ରୁପ୍-ଏ ସେବା ପାଇଁ ବିଚାର କରାଯାଇପାରିବ। ୟୁପିଏସ୍ସି ସ୍ପଷ୍ଟ କରିଛି ଯେ ଯେଉଁ ପ୍ରାର୍ଥୀମାନେ ସିଏସ୍ଇ ୨୦୨୬ ମାଧ୍ୟମରେ କୌଣସି ସେବାରେ ନିଯୁକ୍ତି ପାଇବେ, ସେମାନଙ୍କୁ ରୢାଙ୍କ ସୁଧାରିବା ପାଇଁ ସିଏସ୍ଇ ୨୦୨୭ରେ କେବଳ ଗୋଟିଏ ଥର ସୁଯୋଗ ମିଳିବ। ଏହି ସୁଯୋଗ ବ୍ୟବହାର କରିବା ପରେ ସେମାନେ ଚାକିରିରୁ ଇସ୍ତଫା ନ ଦେଇ ୨୦୨୮ କିମ୍ବା ତା’ପରବର୍ତ୍ତୀ କୌଣସି ପରୀକ୍ଷାରେ ବସିପାରିବେ ନାହିଁ। ୨୦୨୫ କିମ୍ବା ତା’ ପୂର୍ବ ବ୍ୟାଚ୍ର ଅଧିକାରୀଙ୍କ ପାଇଁ ୨୦୨୬ ଓ ୨୦୨୭ ପରୀକ୍ଷାକୁ ଶେଷ ସୁଯୋଗ ଭାବେ ଘୋଷଣା କରାଯାଇଛି।
Scam: ଭଦ୍ରକ ଜିଲ୍ଲାରେ ହାଇମାଷ୍ଟ ଲାଇଟ ଲଗାରେ ଦୁର୍ନୀତିକୁ ନେଇ ତଦନ୍ତ ବାଟବଣା
ଚଳିତ ବର୍ଷ ୯୩୩ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାଥମିକ ପରୀକ୍ଷା (ପ୍ରିଲିମ) ମେ ୨୪, ୨୦୨୬ ରେ ଅନୁଷ୍ଠିତ ହେବ। ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଏବଂ ବୟସସୀମା ୨୧ରୁ ୩୨ ବର୍ଷ ମଧ୍ୟରେ ରଖାଯାଇଛି (ବର୍ଗ ଅନୁସାରେ କୋହଳ ବ୍ୟବସ୍ଥା ସହ)। ଏହି ନିଷ୍ପତ୍ତି ଦ୍ୱାରା ବାରମ୍ବାର ସମାନ ପଦ ପାଇଁ ପରୀକ୍ଷା ଦେଉଥିବା ପ୍ରାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇବ ଏବଂ ନୂତନ ପ୍ରାର୍ଥୀଙ୍କୁ ଅଧିକ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି।
Follow Us