Advertisment

US gives India 30-day grace period: ରୁଷ୍‌ଠାରୁ ତୈଳ କ୍ରୟ ପାଇଁ ଭାରତକୁ ୩୦ ଦିନିଆ ଅନୁମତି ଦେଲା ଆମେରିକା

Advertisment

ଭୂରାଜନୈତିକ ଉତ୍ତେଜନା ଏବଂ ଯୋଗାଣ ବାଧାପ୍ରାପ୍ତ ହୋଇଥିବାବେଳେ ବିଶ୍ୱ ତୈଳ ବଜାର ଉପରେ ଚାପ ହ୍ରାସ କରିବା ପାଇଁ ଆମେରିକା ଗୁରୁବାର ଦିନ ୩୦ ଦିନ ପାଇଁ ରୁଷ୍‌କୁ ଭାରତକୁ ତୈଳ ବିକ୍ରି କରିବାକୁ ଅନୁମତି ଦେଇଛି।

ଭୂରାଜନୈତିକ ଉତ୍ତେଜନା ଏବଂ ଯୋଗାଣ ବାଧାପ୍ରାପ୍ତ ହୋଇଥିବାବେଳେ ବିଶ୍ୱ ତୈଳ ବଜାର ଉପରେ ଚାପ ହ୍ରାସ କରିବା ପାଇଁ ଆମେରିକା ଗୁରୁବାର ଦିନ ୩୦ ଦିନ ପାଇଁ ରୁଷ୍‌କୁ ଭାରତକୁ ତୈଳ ବିକ୍ରି କରିବାକୁ ଅନୁମତି ଦେଇଛି।

US gives India 30-day grace period

US gives India 30-day grace period Photograph: (sambad.in)

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିବାବେଳେ ରୁଷ୍‌ର ଅନେକ ତୈଳ ପରିବହନକାରୀ ଟ୍ୟାଙ୍କର ସମୁଦ୍ର ମଧ୍ୟରେ ଫସି ରହିଛନ୍ତି। ଭୂରାଜନୈତିକ ଉତ୍ତେଜନା ଏବଂ ଯୋଗାଣ ବାଧାପ୍ରାପ୍ତ ହୋଇଥିବାବେଳେ ବିଶ୍ୱ ତୈଳ ବଜାର ଉପରେ ଚାପ ହ୍ରାସ କରିବା ପାଇଁ ଆମେରିକା ଗୁରୁବାର ଦିନ ୩୦ ଦିନ ପାଇଁ ରୁଷ୍‌କୁ ଭାରତକୁ ତୈଳ ବିକ୍ରି କରିବାକୁ ଅନୁମତି ଦେଇଛି। ଏହି ରିହାତି କେବଳ ରୁ‌ଷ୍‌ର ସମ୍ପୃକ୍ତ ତୈଳ ପରିବହନ ଜାହାଜଗୁଡ଼ିକ ଉପରେ ଲାଗୁ ହେବ ଯେଉଁଗୁଡ଼ିକ ଆମେରିକାର କଟକଣା କାର୍ଯ୍ୟକାରୀ ହେବା ପୂର୍ବରୁ ଟ୍ୟାଙ୍କର୍‌ରେ ଲୋଡ୍ ହୋଇସାରିଛି ଓ କଟକଣା କଡ଼ାକଡ଼ି ହେବା ଯୋଗୁଁ ଏହାକୁ କେହି କ୍ରୟ କରିବାକୁ ନାହାନ୍ତି।

ଏହି ପଦକ୍ଷେପ ଦ୍ଵାରା ବିଶ୍ୱ ଶକ୍ତି ବଜାରକୁ ଚାପମୁକ୍ତ କରାଯାଇପାରିବ

ଅଧିକାରୀଙ୍କ ଅନୁଯାୟୀ, ଏହି ପଦକ୍ଷେପ ଦ୍ୱାରା ସୀମିତ ସମୟ ମଧ୍ୟରେ ଏହି ତୈଳ ପରିବହନକାରୀ ଜାହାଜଗୁଡ଼ିକୁ ଅଫଲୋଡ୍ କରି ଭାରତକୁ ବିକ୍ରି କରାଯାଇପାରିବ। ଏହି ପଦକ୍ଷେପ ଦ୍ଵାରା ବିଶ୍ୱ ଶକ୍ତି ବଜାରକୁ ଚାପମୁକ୍ତ କରାଯାଇପାରିବ। ଆମେରିକା ଟ୍ରେଜେରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ ଏହି ସୂଚନାକୁ ସ୍ପଷ୍ଟ କରିଥିବାବେଳେ ନୂଆଦିଲ୍ଲୀ ଆମେରିକୀୟ ତୈଳ କ୍ରୟ ବୃଦ୍ଧି କରିବ ବୋଲି ୱାସିଂଟନ ଆଶାବ୍ୟକ୍ତ କରିଛି। ଏହି ସୁବିଧା କେବଳ ୩୦ ଦିନ ପାଇଁ ଲାଗୁ ହେବ, ରୁଷ୍‌ର ଯେଉଁ ତୈଳ ପରିବହନ ଜାହାଜ ସମୁଦ୍ରରେ ଏବେ ଅଛି ତା’ ଉପରେ ଲାଗୁ ହେବ ଓ ଏହାଦ୍ବାରା ମସ୍କୋ ବିଶେଷ ଭାବେ ଲାଭାନ୍ବିତ ହେବ ନାହିଁ ବୋଲି ବେସେଣ୍ଟ କହିଛନ୍ତି। ମଧ୍ୟପ୍ରାଚ୍ୟ ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଭାରତ ଏହି ଛାଡ଼ ପାଇଛି।

ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ଅନୁଯାୟୀ, ଭାରତରେ ଏବେ କେବଳ ୨୫ ଦିନର ଚାହିଦା ପୂରଣ କରିବା ପାଇଁ ଅଶୋଧିତ ତୈଳ ଭଣ୍ଡାର ରହିଛି ଏବଂ ଏହାର ପ୍ରାୟ ୪୦ ପ୍ରତିଶତ ତେଲ ମଧ୍ୟପ୍ରାଚ୍ୟରୁ ଆମଦାନୀ କରାଯାଏ। ଏହି ସବୁ ତୈଳ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ଦେଇ ପଠାଯାଏ। ଇରାନ ହମୁର୍ଜ ପ୍ରଣାଳୀକୁ ବନ୍ଦ କରିଦେଇଥିବାବେଳେ ଏହାଦ୍ବାରା ବିଶ୍ବର ୨୦ ପ୍ରତିଶତ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ସୂଚନାଯୋଗ୍ୟ, ୟୁକ୍ରେନ୍‌ -ରୁଷ୍‌ ଯୁଦ୍ଧ ଆରମ୍ଭ ହେବା ପରେ ଭାରତ ରୁଷ୍‌ଠାରୁ ଶସ୍ତାରେ ତୈଳ କ୍ରୟ କରାଯାଉଥିଲା।

ଆହୁରି ପଢ଼ନ୍ତୁ: Accident: ଅଶୁଭ ଶୁକ୍ରବାର ! ସକାଳୁ ସକାଳୁ ଦୁର୍ଘଟଣା ନେଲାଣି ଏକାଧିକ ଜୀବନ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe