Advertisment

US-China: ଆମେରିକାକୁ ଚୀନ୍‌ର ଅପିଲ୍: ବାଣିଜ୍ୟ ଯୁଦ୍ଧରେ କେହି ଜିତିବେ ନାହିଁ, ତୁରନ୍ତ ହଟାଅ ଏକପାଖିଆ ଶୁଳ୍କ

Advertisment
New Project (3)

US-China Photograph: (google)

ବେଜିଂ: ଚୀନ୍ ବାଣିଜ୍ୟ ମନ୍ତ୍ରଣାଳୟ ଆମେରିକା ପକ୍ଷରୁ ସମସ୍ତ ବାଣିଜ୍ୟିକ ଅଂଶୀଦାରଙ୍କ ଉପରେ ଲାଗୁ ହୋଇଥିବା ଏକପାଖିଆ ଶୁଳ୍କକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଅପିଲ୍ କରିଛି। ମୁଖପାତ୍ର ସ୍ପଷ୍ଟ କରିଛନ୍ତି ଯେ, ଚୀନ୍ ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ଓ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ନିକଟରୁ ମୂଲ୍ୟାଙ୍କନ କରୁଛି। ବେଜିଂ କହିଛି, ସଂରକ୍ଷଣବାଦୀ ନୀତି କେବେବି କାହାକୁ ଲାଭ ପହଞ୍ଚାଏ ନାହିଁ। ଏହା ଅନ୍ତର୍ଜାତୀୟ ବାଣିଜ୍ୟ ନିୟମର ସ୍ପଷ୍ଟ ଉଲ୍ଲଂଘନ।

ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଚୀନ୍ ମୁଖପାତ୍ର କହିଛନ୍ତି ଯେ, ବାଣିଜ୍ୟ ଯୁଦ୍ଧରେ କୌଣସି ପକ୍ଷ କେବେ ଜିତିପାରନ୍ତି ନାହିଁ। ଚୀନ୍ ସର୍ବଦା ଏକପାଖିଆ ଶୁଳ୍କ ବୃଦ୍ଧିକୁ ଦୃଢ଼ ବିରୋଧ କରିଆସିଛି। ଏହା ବିଶ୍ୱ ବଜାରରେ ଗୁରୁତ୍ୱପୂର୍ଣ୍ଣ ଅସ୍ଥିରତା ସୃଷ୍ଟି କରିଥାଏ।। ସଂରକ୍ଷଣବାଦ ଆର୍ଥିକ ବିକାଶକୁ ବାଧା ଦିଏ। ଭବିଷ୍ୟତରେ ଏହା କୌଣସି ଦେଶକୁ ଲାଭ ଦେଇନଥାଏ।

ଆହୁରି ପଢନ୍ତୁ- Congress: ପାଲେଷ୍ଟାଇନମାନଙ୍କୁ ପରିତ୍ୟାଗ କରି ଇସ୍ରାଏଲ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ: ମୋଦୀଙ୍କ ଗସ୍ତକୁ ନେଇ ଆପତ୍ତି ଉଠାଇଲା କଂଗ୍ରେସ

ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଫେଣ୍ଟାନିଲ୍ ଶୁଳ୍କ ଓ ପାରସ୍ପରିକ ଶୁଳ୍କ କେବଳ ଅନ୍ତର୍ଜାତୀୟ ମାନଦଣ୍ଡ ନୁହେଁ ବରଂ ଆମେରିକାର ଘରୋଇ ଆଇନକୁ ମଧ୍ୟ ଉଲ୍ଲଂଘନ କରୁଛି। ତଥ୍ୟଗୁଡ଼ିକ ବାରମ୍ବାର ପ୍ରମାଣିତ ହୋଇଛି ଯେ, ଯେତେବେଳେ ଚୀନ୍ ଓ ଆମେରିକା ଏକାଠି କାମ କରନ୍ତି, ଉଭୟ ଦେଶ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଲାଭ ପାଇଥାନ୍ତି। ମୁହାଁମୁହିଁ ସ୍ଥିତି ହେଲେ ଉଭୟ ଦେଶ ଯଥେଷ୍ଟ କ୍ଷତି ସହିଥାନ୍ତି। ବିଶ୍ୱ ଅର୍ଥନୀତି ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଥାଏ।

ଆହୁରି ପଢନ୍ତୁ- Rahul Gandhi: 'ସରକାରଙ୍କୁ ସତ୍ୟର ଆଇନା ଦେଖାଇବା ଅପରାଧ ନୁହେଁ, ଦେଶପ୍ରେମ'

ବେଜିଂ ଗୁରୁତ୍ୱାରୋପ କରିଛି, ଦୁଇ ଦେଶ ମଧ୍ୟରେ ସହଯୋଗ ବିଶ୍ୱର ଦୁଇଟି ବୃହତ୍ତମ ଅର୍ଥନୈତିକ ବ୍ୟବସ୍ଥା ମଧ୍ୟରେ ସ୍ଥିରତା ବଜାୟ ରଖିପାରିବ। ଏକପାକ୍ଷିକ କାର୍ଯ୍ୟ କାହାର ସ୍ୱାର୍ଥ ପୂରଣ କରେ ନାହିଁ ଏବଂ ବାଣିଜ୍ୟ ସମ୍ପର୍କରେ କେବଳ ତିକ୍ତତା ଓ ଅବିଶ୍ୱାସ ବୃଦ୍ଧି କରେ। ଆମେରିକାକୁ ଏହାର ଏକପାକ୍ଷିକ ଆଭିମୁଖ୍ୟ ପରିତ୍ୟାଗ କରିବା ଉଚିତ ଓ ଆଲୋଚନା ମାଧ୍ୟମରେ ତଥା ଅନ୍ତର୍ଜାତୀୟ ଆଇନର ଢାଞ୍ଚା ମଧ୍ୟରେ ବାଣିଜ୍ୟ ସମସ୍ୟାର ସମାଧାନ କରିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe