US Dollar Indian Rupee: ଡଲାର ତୁଳନାରେ ଟଙ୍କା ପୁଣି ୯୧ ଉପରେ

Advertisment

ଆମେରିକୀୟ ଡଲାର ତୁଳନାରେ ଟଙ୍କା ପୁଣି ଥରେ ଦୁର୍ବଳ ହୋଇ ୯୧ ଟଙ୍କା ସ୍ତର ଅତିକ୍ରମ କରିଛି । ଅର୍ଥାତ ଗୋଟିଏ ଡଲାର କିଣିବା ଲାଗି ଏବେ ୯୧ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି...

ଆମେରିକୀୟ ଡଲାର ତୁଳନାରେ ଟଙ୍କା ପୁଣି ଥରେ ଦୁର୍ବଳ ହୋଇ ୯୧ ଟଙ୍କା ସ୍ତର ଅତିକ୍ରମ କରିଛି । ଅର୍ଥାତ ଗୋଟିଏ ଡଲାର କିଣିବା ଲାଗି ଏବେ ୯୧ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି...

New Project (12)

US Dollar Indian Rupee Photograph: (sambad.in)

ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଟଙ୍କା ପୁଣି ଥରେ ଦୁର୍ବଳ ହୋଇ ୯୧ ଟଙ୍କା ସ୍ତର ଅତିକ୍ରମ କରିଛି । ଅର୍ଥାତ ଗୋଟିଏ ଡଲାର କିଣିବା ଲାଗି ଏବେ ୯୧ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି । ମହଙ୍ଗା ଡଲାର ଦେଶର ଆମଦାନୀ, ବିଦେଶ ଭ୍ରମଣ ଓ ବିଦେଶରେ ପାଠପଢ଼ାକୁ ମହଙ୍ଗା କରିଥାଏ। ବିଦେଶୀ ନିବେଶକମାନେ ଲଗାତାର ଭାବେ ଭାରତୀୟ ଇକ୍ବିଟି ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଟଙ୍କା ଦୁର୍ବଳ ହେଉଛି । କିଛି ଦିନ ପୂର୍ବେ ଟଙ୍କା ୯୧ ସ୍ତର ଅତିକ୍ରମ କରିବା ପରେ ସେଥିରେ ସୁଧାର ଘଟିଥିଲା। ଆଜି ପୁଣି ଥରେ ଏକ ଡଲାର ମୂଲ୍ୟ ୯୧ ଟଙ୍କା ୧ ପଇସା ହୋଇଯାଇଥିଲା । 

ଆହୁରି ପଢନ୍ତୁ- Jammu Kashmir-Jawan Martyred: କାଶ୍ମୀରରେ ଆତଙ୍କବାଦୀ ନିରୋଧୀ ଅଭିଯାନ, ଜଣେ ଯବାନ ସହିଦ

ମୁଦ୍ରା ବିନିମୟ ବଜାରରେ କାରବାର ଶେଷ ବେଳକୁ ଡଲାର ମୂଲ୍ୟ ୯୦ ଟଙ୍କା ୯୨ ପଇସାରେ ବନ୍ଦ ହୋଇଥିଲା। ଏହା ପୂର୍ବରୁ ୨୦୨୫ ଡିସେମ୍ବର ୧୬ରେ ଡଲାର ମୂଲ୍ୟ ୯୧ ଟଙ୍କା ୧୪ ପଇସା ହୋଇଯାଇଥିଲା।ଗ୍ରିନଲ୍ୟାଣ୍ଡ ଅଧିଗ୍ରହଣକୁ ନେଇ ୟୁରୋପର ୧୦ଟି ଦେଶ ଉପରେ ଶୁଳ୍କ ଲାଗୁ କରିବାକୁ ଆମେରିକା ରାଷ୍ଟ୍ରପତି ଧମକ ଦେବା ପରେ ନିବେଶକମାନଙ୍କ ମନରେ ପୁଣି ଭୟ ସୃଷ୍ଟି ହୋଇଛି। ବିଦେଶୀ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରିବା ଓ ଇକ୍ବିଟି ବଜାର ତଳକୁ ଖସୁଥିବାରୁ ଟଙ୍କା ମୂଲ୍ୟ ଉପ‌ରେ ଚାପ ରହିଛି। 

ଆହୁରି ପଢନ୍ତୁ- Australian Open: ଅଷ୍ଟ୍ରେଲିଆନ୍‌ ଓପନ୍‌ ସ୍ବପ୍ନ ସାକାର ଦିଗରେ ଗୋଟିଏ ପାଦ ବଢ଼ାଇଲେ ସ୍ବିତେକ

ଆ‌ମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା କମ୍‌ ହେବା ଓ ଅଶୋଧିତ ତୈଳ ଦର ହ୍ରାସ ପାଉଥିବାରୁ ଟଙ୍କାକୁ କିଛିଟା ସମର୍ଥନ ମିଳିଛି। ଅନ୍ତର୍ଜାତୀୟ ବଜାରରେ ଅ‌ଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍‌ ୬୩.୫୩ ଡଲାର ରହିଛି। ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୩୨୪ ପଏଣ୍ଟ ହ୍ରାସ ପାଇ ୮୩,୨୩୬ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୦୮ ପଏଣ୍ଟ ହ୍ରାସ ପାଇ ୨୫,୫୮୫ ପଏଣ୍ଟକୁ ଖସିଆସିଛି। ଗତ ଶୁକ୍ରବାର ବିଦେଶୀ ନିବେଶକମାନେ ୪୩୪୬.୧୩ କୋଟି ଟଙ୍କାର ଭାରତୀୟ ଇକ୍ବିଟି ସେୟାର ବିକ୍ରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe