Advertisment

Us Embassy ପଶ୍ଚିମ ଏସିଆରେ ବିପଦ ଘନେଇଲା: ଇସ୍ରାଏଲ ଛାଡିବାକୁ ଦୂତାବାସ କର୍ମଚାରୀଙ୍କୁ ପରାମର୍ଶ ଦେଲା ଆମେରିକା

Advertisment

ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ମଧ୍ୟରେ, ଇସ୍ରାଏଲରେ ଥିବା ଦୂତାବାସ କର୍ମଚାରୀଙ୍କୁ ତୁରନ୍ତ ଦେଶ ଛାଡିବାକୁ ଆମେରିକା କହିଛି। ଏହି ଅଞ୍ଚଳରେ ଯୁଦ୍ଧର ବିପଦକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ଇସ୍ରାଏଲରେ ଥିବା ଆମେରିକାର ରାଷ୍ଟ୍ରଦୂତ କହିଛନ୍ତି।

ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ମଧ୍ୟରେ, ଇସ୍ରାଏଲରେ ଥିବା ଦୂତାବାସ କର୍ମଚାରୀଙ୍କୁ ତୁରନ୍ତ ଦେଶ ଛାଡିବାକୁ ଆମେରିକା କହିଛି। ଏହି ଅଞ୍ଚଳରେ ଯୁଦ୍ଧର ବିପଦକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ଇସ୍ରାଏଲରେ ଥିବା ଆମେରିକାର ରାଷ୍ଟ୍ରଦୂତ କହିଛନ୍ତି।

Us Embassy

Us Embassy Photograph: (SAMBAD.IN)

ତେଲ୍ ଅଭିବ: ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ମଧ୍ୟରେ, ଇସ୍ରାଏଲରେ ଥିବା ଦୂତାବାସ କର୍ମଚାରୀଙ୍କୁ ତୁରନ୍ତ ଦେଶ ଛାଡିବାକୁ ଆମେରିକା କହିଛି। କର୍ମଚାରୀମାନଙ୍କ ପାଖକୁ ପଠାଯାଇଥିବା ଏକ ଜରୁରୀକାଳୀନ ଇମେଲ୍ ମାଧ୍ୟମରେ, ଆମେରିକୀୟ ରାଷ୍ଟ୍ରଦୂତ ମାଇକ୍ ହକାବି ସ୍ପଷ୍ଟ କରିଛନ୍ତି, ସ୍ୱେଚ୍ଛାକୃତ ଭାବରେ ଦେଶ ଛାଡିବାକୁ ଚାହୁଁଥିବା ଯେକୌଣସି କର୍ମଚାରୀ ବିଳମ୍ବ ନକରି ଏହା କରିବା ଉଚିତ। ଇରାନ ଉପରେ ଆମେରିକାର ସମ୍ଭାବ୍ୟ ଆକ୍ରମଣ ତଥା ଏହି ଅଞ୍ଚଳରେ ଯୁଦ୍ଧର ବିପଦକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ଇସ୍ରାଏଲରେ ଥିବା ଆମେରିକାର ରାଷ୍ଟ୍ରଦୂତ କହିଛନ୍ତି।

ଆମେରିକା ଯୁଦ୍ଧଜାହାଜ ଓ ବିମାନ ବୃଦ୍ଧି କରିବାରେ ଲାଗିଛି 

ଆଗାମୀ ଦିନରେ ବିମାନ ଉପଲବ୍ଧତା ଅନିଶ୍ଚିତ ହୋଇପାରେ ବୋଲି ରାଷ୍ଟ୍ରଦୂତ କର୍ମଚାରୀ ମାନଙ୍କୁ ସତର୍କ କରାଇ ଦେଇଛନ୍ତି। ତେଣୁ ଯେଉଁମାନେ ଆମେରିକା ଫେରିବାକୁ ଚାହୁଁଛନ୍ତି ସେମାନେ ଶୀଘ୍ର ନିଷ୍ପତ୍ତି ନେବା ଉଚିତ। ଏହା ଉଲ୍ଲେଖନୀୟ, ଇରାନ ଓ ଆମେରିକା ମଧ୍ୟରେ ପରମାଣୁ ଆଲୋଚନା ଗୋଟିଏ ଦିନ ପୂର୍ବରୁ କୌଣସି ଚୁକ୍ତି ବିନା ଶେଷ ହୋଇଛି। ଯାହା ଫଳରେ ଏହି ଅଞ୍ଚଳରେ ଆମେରିକାର ଯୁଦ୍ଧଜାହାଜ ଓ ବିମାନର ମୁତୟନ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ, ଇରାନ ମଧ୍ୟ ପ୍ରସ୍ତୁତି ଜାରି ରଖିଛି।

ଆହୁରି ପଢନ୍ତୁ - Iran Zero Stockpile: ଇରାନ ପାଖରେ ଆଉ ରହିବନି ପରମାଣୁ ବୋମା!: ଓମାନ ବୈଦେଶିକ ମନ୍ତ୍ରୀଙ୍କୁ ବଡ଼ ସଫଳତା, ଶାନ୍ତି ପ୍ରୟାସ ପାଦେ ଆଗକୁ ବଢ଼ିଲା

କୂଟନୀତିଜ୍ଞଙ୍କ ପରିବାରକୁ ଇସ୍ରାଏଲ ଛାଡିବା ନେଇ ନିର୍ଦ୍ଦେଶ ଜାରି 

ଏହି ଅଶାନ୍ତିର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବ୍ୟାପକ ହେବାରେ ଲାଗିଛି। ନେଦରଲାଣ୍ଡର କେଏଲ୍‌ଏମ୍ ସମେତ ଅନେକ ବିମାନ କମ୍ପାନି ତେଲ୍ ଅଭିଭକୁ ସେବା ବନ୍ଦ କରି ସାରିଛନ୍ତି। ଅଷ୍ଟ୍ରେଲିଆ ମଧ୍ୟ ନିଜର କୂଟନୀତିଜ୍ଞଙ୍କ ପରିବାରକୁ ଇସ୍ରାଏଲ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଭାରତ ତଥା ଅନେକ ୟୁରୋପୀୟ ଦେଶ ସେମାନଙ୍କର ନାଗରିକମାନଙ୍କୁ ଇରାନ ଯାତ୍ରା ନକରିବାକୁ ପରାମର୍ଶ ଦେଇଛନ୍ତି। ୟୁଏଇ ଓ ସାଉଦି ଆରବ ସେମାନଙ୍କର ଆକାଶ ମାର୍ଗ ଦେଇ ଯେକୌଣସି ଦେଶରୁ ବିମାନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି।

ଆହୁରି ପଢନ୍ତୁ - Ashwin Advised Sanju Samson ‘ଆଉ ଭଲ ସୁଯୋଗ ମିଳିବନି’, ସଂଜୁଙ୍କୁ ଅଶ୍ବୀନଙ୍କ ପରାମର୍ଶ

କଡା ଜବାବ ଦେବ ଇସ୍ରାଏଲ 

ଆମେରିକା-ଇରାନ ବିବାଦ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦୀର୍ଘ ଦିନ ଧରି ଇରାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ନିକଟରେ ଦାବି କରିଆସୁଛନ୍ତି। ସେ କହିଛନ୍ତି, ଯଦି ଇରାନ ଆକ୍ରମଣ କରେ, ତେବେ ଇସ୍ରାଏଲ ନିଶ୍ଚିତ ଭାବରେ ଏହାର କଡ଼ା ଜବାବ ଦେବ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆସନ୍ତା ସପ୍ତାହରେ ଇସ୍ରାଏଲ ଗସ୍ତ କରିବେ। ଅନୁମାନ କରାଯାଉଛି, ଏହି ଗସ୍ତ ଭବିଷ୍ୟତର ପଦକ୍ଷେପ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।

ଆହୁରି ପଢନ୍ତୁ - Russia Appeals ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ମୁହାଁମୁହିଁ ସ୍ଥିତି: ରକ୍ତାକ୍ତ ସଂଘର୍ଷ ବନ୍ଦ କରି ଆଲୋଚନା ଟେବୁଲକୁ ଆସିବାକୁ ନିବେଦନ କଲା ରୁଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe