ମସ୍କାଟ୍: ପରମାଣୁ ଯୁଦ୍ଧର ବିପଦରୁ ବିଶ୍ୱକୁ ରକ୍ଷା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ତଥା ସକାରାତ୍ମକ ଖବର ସାମ୍ନାକୁ ଆସିଛି। ଓମାନର ବୈଦେଶିକ ମନ୍ତ୍ରୀ ବଦର ଅଲ-ବୁସାଇଦି ଦାବି କରିଛନ୍ତି, ଇରାନ ଏବେ କେବେ ପରମାଣୁ ବୋମା ତିଆରି କରିବା ପାଇଁ ସକ୍ଷମ ସାମଗ୍ରୀ ନରଖିବାକୁ ରାଜି ହୋଇଛି। ୱାସିଂଟନରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଆଲବୁସାଇଦି ଏହି ସଫଳତା ସମ୍ପର୍କରେ ଘୋଷଣା କରିଛନ୍ତି। ସେ ଆଶା ପ୍ରକାଶ କରିଛନ୍ତି, ଆମେରିକା ଓ ଇରାନ ମଧ୍ୟରେ ଏକ ଐତିହାସିକ ଶାନ୍ତି ଚୁକ୍ତି ଏବେ ବହୁତ ନିକଟତର।
ମଧ୍ୟସ୍ଥି ଭାବରେ କାର୍ଯ୍ୟ କରୁଛି ଓମାନ
ଏହି ଆଲୋଚନାରେ ଓମାନ ଏକ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରୁଛି। ଦୁଇ ଦେଶକୁ ଏକାଠି କରିବାକୁ ଚେଷ୍ଟା କରୁଛି। ଏହି ନୂତନ ଚୁକ୍ତିନାମାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଜିରୋ ଷ୍ଟକପାଇଲି ନୀତି। ଓମାନର ବୈଦେଶିକ ମନ୍ତ୍ରୀଙ୍କ ଅନୁଯାୟୀ, ମୋ ମତରେ, ସବୁଠାରୁ ବଡ଼ ସଫଳତା ହେଉଛି ଏହି ଚୁକ୍ତି ଦ୍ବାରା ଇରାନ କେବେ ବି ପରମାଣୁ ବୋମା ତିଆରି କରିବା ପାଇଁ ସକ୍ଷମ ସାମଗ୍ରୀ ରଖିବ ନାହିଁ। ଏହା ବାରାକ ଓବାମାଙ୍କ ରାଷ୍ଟ୍ରପତିତ୍ୱ ସମୟରେ ସ୍ୱାକ୍ଷରିତ ପୁରୁଣା ଚୁକ୍ତିନାମାରେ ଅନ୍ତର୍ଭୁକ୍ତ ନଥିଲା। ଏହା ସମ୍ପୂର୍ଣ୍ଣ ନୂତନ। ମୁଁ ଆଶା କରୁଛି ଏକ ଶାନ୍ତି ଚୁକ୍ତିନାମା ପାଖାପାଖି ଆମେ ପହଞ୍ଚି ଯାଇଛୁ। କୂଟନୀତି ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ଏହି ସମସ୍ୟାର ସମାଧାନ କରିପାରିବ ନାହିଁ।
ଆହୁରି ପଢନ୍ତୁ - Ashwin Advised Sanju Samson ‘ଆଉ ଭଲ ସୁଯୋଗ ମିଳିବନି’, ସଂଜୁଙ୍କୁ ଅଶ୍ବୀନଙ୍କ ପରାମର୍ଶ
ଅସନ୍ତୋଷ ପ୍ରକାଶ କଲେ ଟ୍ରମ୍ପ
ପରମାଣୁ ଆଲୋଚନା ପାଇଁ ନୂତନ ଢାଞ୍ଚା ଏହି ନୀତି ଉପରେ ଆଧାରିତ। ଯଦି ଇରାନ ପାଖରେ ସମୃଦ୍ଧ ୟୁରାନିୟମ୍ ଭଣ୍ଡାରର ନ ରହିବ, ତେବେ ପରମାଣୁ ବୋମା ନିର୍ମାଣ କରିବା ବୈଷୟିକ ଭାବରେ ଅସମ୍ଭବ ହୋଇଯିବ। ଇରାନର ବର୍ତ୍ତମାନର ପରମାଣୁ ଭଣ୍ଡାରକୁ ସର୍ବନିମ୍ନ ସ୍ତରକୁ ହ୍ରାସ କରାଯାଇ ଇନ୍ଧନରେ ପରିଣତ କରାଯିବ। ଯାହାକୁ କେବେବି ଅସ୍ତ୍ର ଉଦ୍ଦେଶ୍ୟରେ ପୁନଃବ୍ୟବହୃତ କରାଯାଇପାରିବ ନାହିଁ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଏହି ଆଲୋଚନାର ଧୀର ଗତ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ୟୁରାନିୟମ ସମୃଦ୍ଧି ଉପରେ ସମ୍ପୂର୍ଣ୍ଣ ନିଷେଧ ଲାଗୁ ହୋବ ଆବଶ୍ୟକ। ଏହା ସତ୍ତ୍ୱେ, ଆଲବୁସାଇଦି ନିଶ୍ଚିତ ଯେ, ଟ୍ରମ୍ପ ପ୍ରଶାସନ ଓ ଇରାନ ଉଭୟ ଏଥର ଏକ ଚୁକ୍ତିରେ ପହଞ୍ଚିବା ପାଇଁ ଚିନ୍ତା କରୁଛନ୍ତି। ସେ ଆଶା କରିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ନିଜେ ଚାହାଁନ୍ତି ଯେ, ବିଶ୍ୱ ସ୍ଥିରତା ବଜାୟ ରଖିବା ପାଇଁ ଏହି ଚୁକ୍ତି ସଫଳ ହୋ ଜରୁରୀ।
ଆହୁରି ପଢନ୍ତୁ - Russia Appeals ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ମୁହାଁମୁହିଁ ସ୍ଥିତି: ରକ୍ତାକ୍ତ ସଂଘର୍ଷ ବନ୍ଦ କରି ଆଲୋଚନା ଟେବୁଲକୁ ଆସିବାକୁ ନିବେଦନ କଲା ରୁଷ
ଇରାନର ପରମାଣୁ ସ୍ଥଳକୁ ଯାଇପାରିବେ ଆମେରିକାର ପରୀକ୍ଷକ ମାନେ
ପରବର୍ତ୍ତୀ ପଦକ୍ଷେପରେ ଭିଏନାରେ ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ହେବ, ଏହା ପରେ ଶୀର୍ଷ ନେତାମାନଙ୍କ ମଧ୍ୟରେ ଆଉ ଏକ ଉଚ୍ଚସ୍ତରୀୟ ଆଲୋଚନା ହେବ। ନୂତନ ଚୁକ୍ତିନାମା ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ଦ୍ୱାରା ବ୍ୟାପକ ଯାଞ୍ଚ୍ ମଧ୍ୟ କରାଯିବ। ଏହା ସହିତ ସମ୍ଭାବନା ରହିଛି, ଆମେରିକାର ପରୀକ୍ଷକମାନଙ୍କୁ ଇରାନର ପରମାଣୁ ସ୍ଥଳଗୁଡ଼ିକରେ ସିଧାସଳଖ ପ୍ରବେଶ ଅନୁମତି ଦିଆଯିବ। ଯାହା ଦ୍ୱାରା ସମସ୍ତ ସନ୍ଦେହ ଦୂର ହୋଇପାରିବ। ଏହି ସ୍ୱଚ୍ଛତାକୁ ଚୁକ୍ତିର ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ଆହୁରି ପଢନ୍ତୁ - Plane Crashes 15 Dead ଟଙ୍କା ବୋଝେଇ ସରକାରୀ ବିମାନ ଦୁର୍ଘଟଣାଗ୍ରସ୍ତ: ୧୫ ମୃତ, ଲୋକେ ଲୁଟି ନେଲେ ଟଙ୍କା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/28/iran-zero-stockpile-2026-02-28-12-02-30.jpeg)