Advertisment

Fears mount in America: ଇରାନ ଆକ୍ରମଣ ନେଇ ଆମେରିକାରେ ଭୟର ବାତାବରଣ, ନାଗରିକମାନଙ୍କୁ ଉପସାଗରୀୟ ଦେଶ ଛାଡିବାକୁ ଅନୁରୋଧ

Advertisment

ଇରାନ ଓ ଆମେରିକା,ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟର ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ଆମେରିକା ଓ ଇସ୍ରାଏଲୀ ବିମାନ ଆକ୍ରମଣ ପରେ, ଇରାନ ଉପସାଗରୀୟ ଦେଶଗୁଡ଼ିକରେ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ କରି ପ୍ରତିଶୋଧ ନେଇଛି।

ଇରାନ ଓ ଆମେରିକା,ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟର ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ଆମେରିକା ଓ ଇସ୍ରାଏଲୀ ବିମାନ ଆକ୍ରମଣ ପରେ, ଇରାନ ଉପସାଗରୀୟ ଦେଶଗୁଡ଼ିକରେ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ କରି ପ୍ରତିଶୋଧ ନେଇଛି।

Fears mount in America

Fears mount in America Photograph: (sambad.in)

ୱାସିଂଟନ: ଇରାନ ଓ ଆମେରିକା,ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟର ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ଆମେରିକା ଓ ଇସ୍ରାଏଲୀ ବିମାନ ଆକ୍ରମଣ ପରେ, ଇରାନ ଉପସାଗରୀୟ ଦେଶଗୁଡ଼ିକରେ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ କରି ପ୍ରତିଶୋଧ ନେଇଛି। ଆକ୍ରମଣ ଯୋଗୁ ଅଞ୍ଚଳର ସୁରକ୍ଷା ପରିସ୍ଥିତି ଧୀରେଧୀରେ ଖରାପ ହେବାରେ ଲାଗିଛି। ମଧ୍ୟପ୍ରଚ୍ୟେ ସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା ନିଜର ନାଗରିକମାନଙ୍କ ପାଇଁ ଏକ ପରାମର୍ଶବଳୀ ଜାରି କରିଛି।

ବାଣିଜ୍ୟିକ ପରିବହନ ବ୍ୟବହାର କରି ତୁରନ୍ତ ଦେଶ ଛାଡ

ଆମେରିକାର ବୈଦେଶିକ ବିଭାଗ ନିଜ ନାଗରିକମାନଙ୍କୁ ତୁରନ୍ତ ୧୪ଉପସାଗରୀୟ ଓ ମଧ୍ୟପ୍ରାଚ୍ୟ ଦେଶ ଛାଡିବାକୁ କହିଛି। କନସୁଲାର ବ୍ୟାପାରର ସହାୟକ ସଚିବ ମୋରା ନାମଦାର କହିଛନ୍ତି, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆମେରିକୀୟ ନାଗରିକମାନଙ୍କୁ ଗମ୍ଭୀର ସୁରକ୍ଷା ବିପଦକୁ ଦୃଷ୍ଟିରେ ରଖି ଉପଲବ୍ଧ ବାଣିଜ୍ୟିକ ପରିବହନ ବ୍ୟବହାର କରି ତୁରନ୍ତ ସେସବୁ ଦେଶ ଛାଡିବାକୁ ଅନୁରୋଧ କରିଛନ୍ତି।

ଷ୍ଟେଟ୍ ଡିପାର୍ଟମେଣ୍ଟ ଦ୍ୱାରା ଅସୁରକ୍ଷିତ ତାଲିକାଭୁକ୍ତ ଦେଶ ଓ ଅଞ୍ଚଳଗୁଡ଼ିକ ମଧ୍ୟରେ ଇସ୍ରାଏଲର ୱେଷ୍ଟ ବ୍ୟାଙ୍କ ଓ ଗାଜା, ଇରାନ, ଇରାକ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କୁଏତ, କତାର, ଜୋର୍ଡାନ, ଲେବାନନ, ମିଶର, ବାହାରିନ, ଓମାନ ଓ ସିରିଆ ରହିଛି। ଏସବୁଙ୍କ ଦେଶ ଗୁଡ଼ିକ ମଧ୍ୟରୁ ଅଧିକାଂଶ ଦେଶରେ ଆମେରିକାର ସାମରିକ ଘାଟି ଅଛି । ସେସବୁ ଘାଟି ଉପରେ ଇରାନ ଆକ୍ରମଣ କରୁଛି।

ଆହୁରି ପଢ଼ନ୍ତୁ: Yamuna Expressway takes life again: ଯମୁନା ଏକ୍ସପ୍ରେସୱେ ପୁଣି ନେଲା ଜୀବନ: ଇକୋ ଭ୍ୟାନ୍-ବସ୍ ଧକ୍କା: ୬ ମୃତ-୯ ଆହତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe