Venezuela president Nicolas Maduro
କାରାକାସ୍: ଗଣତନ୍ତ୍ର, ଆଇନର ଶାସନ, ସ୍ବାଧୀନତା ଆଦି ବାହାନାରେ ଆଉ ଏକ ଦେଶ ଉପରେ ଆକ୍ରମଣ କରି ତାହାକୁ ଛାରଖାର କରିଦେଇଛି । ଏହି ଦେଶଟି ହେଉଛି ଦକ୍ଷିଣ ଆମେରିକୀୟ ଦେଶ ଭେନିଜୁଏଲା । ଏହି ତୈଳ ସମୃଦ୍ଧ ଦେଶ ଉପରେ ଆକ୍ରମଣ କରି ତାହାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଗିରଫ କରିଛି।
ଆହୁରି ପଢନ୍ତୁ : Pakistan's Conspiracy: ପାକିସ୍ତାନର ନୂଆ ଷଡ଼ଯନ୍ତ୍ର, ୱାଘା ସୀମାରେ ବଡ଼ ଧରଣର ନିର୍ମାଣ କାର୍ଯ୍ୟ
ଗୋଟିଏ ଦେଶର ରାଷ୍ଟ୍ରପତିଙ୍କ ଜଣେ ସାଧାରଣ ଅପରାଧୀ ପରି ଗିରଫ କରି ନିଆଯାଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏହି ଫଟୋର ସତ୍ୟାସତ୍ୟ ଜଣାପଡ଼ିନାହିଁ । କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟ ମାଦୁରୋଙ୍କ ଗିରଫଦାରିକୁ ସ୍ପଷ୍ଟ କରିଛି । ଟ୍ରମ୍ପ ଲେଖିଛନ୍ତି ଯେ ଆମେରିକା ଭେନିଜୁଏଲା ବିରୋଧରେ ଏକ ବଡ଼ ଧରଣର ଏୟାରଷ୍ଟ୍ରାଇକ୍ କରିଛି ଓ ସେଠାକାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରି ଅଣାଯାଇଛି ।
ଆହୁରି ପଢନ୍ତୁ : BCCI Freezes 2026 Tour of Bangladesh: ବାଂଲାଦେଶ ଯିବେନି ଭାରତୀୟ କ୍ରିକେଟ ଦଳ, ନିଷ୍ପତ୍ତି ନେଲା ବିସିସିଆଇ
ତେବେ, ଜଣେ ଦେଶର ରାଷ୍ଟ୍ରପତିଙ୍କୁ ଜଣେ ଅପରାଧୀ ପରି ଗିରଫ କରାଯିବା ନେଇ ସମଗ୍ର ବିଶ୍ବରେ ବିରୋଧ ପ୍ରକାଶ ପାଇଛି । ଏହାକୁ ଇରାନ, ଚୀନ, ରୁଷ ପ୍ରଭୃତି ଦେଶ ବିରୋଧ କରିଛନ୍ତି । ଭେନିଜୁଏଲା ସହ ଶତ୍ରୁତା ଯୋଗୁଁ ଆମେରିକା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ରୁଷ କହିଛି । ସେପଟେ ଇରାନ କହିଛି ଏହି କାର୍ଯ୍ୟାନୁଷ୍ଠାନ ଜାତିସଂଘ ନିୟମାବଳୀର ଉଲ୍ଲଙ୍ଘନ ଓ ଏହା ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ପ୍ରଭାବିତ କରିବ ।
Follow Us