Advertisment

Attack: ଆମେରିକା-ଇସ୍ରାଏଲ ଆକ୍ରମଣ: ଦକ୍ଷିଣ ଇରାନ ସ୍କୁଲରେ ୪୦ ଛାତ୍ରୀ ମୃତ

Advertisment

ଆମେରିକା-ଇସ୍ରାଏଲ ଆକ୍ରମଣରେ ଶନିବାର ଦକ୍ଷିଣ ଇରାନର ମିନାବଠାରେ ଏକ ସ୍କୁଲରେ ୪୦ ଜଣ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ଇରାନର ଜାତୀୟ ନ୍ୟୁଜ ଏଜେନ୍ସି ଆଇଆର୍‌ଏନ୍‌ଏ ପକ୍ଷରୁ ସୂଚନା ଦିଆଯାଇଛି।

ଆମେରିକା-ଇସ୍ରାଏଲ ଆକ୍ରମଣରେ ଶନିବାର ଦକ୍ଷିଣ ଇରାନର ମିନାବଠାରେ ଏକ ସ୍କୁଲରେ ୪୦ ଜଣ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ଇରାନର ଜାତୀୟ ନ୍ୟୁଜ ଏଜେନ୍ସି ଆଇଆର୍‌ଏନ୍‌ଏ ପକ୍ଷରୁ ସୂଚନା ଦିଆଯାଇଛି।

Untitled-14

india-and-beyond/usa-and-israel-attack-on-iran-school

ତେହେରାନ: ଆମେରିକା-ଇସ୍ରାଏଲ ଆକ୍ରମଣରେ ଶନିବାର ଦକ୍ଷିଣ ଇରାନର ମିନାବଠାରେ ଏକ ସ୍କୁଲରେ ୪୦ ଜଣ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ଇରାନର ଜାତୀୟ ନ୍ୟୁଜ ଏଜେନ୍ସି ଆଇଆର୍‌ଏନ୍‌ଏ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରମଣରେ ୪୫ ଜଣ ଆହତ ହୋଇଛି। ଇରାନର ଅର୍ଦ୍ଧସାମରିକ ବାହିନୀ ରିଭୋଲ୍ୟୁସନାରୀ ଗାର୍ଡ଼ର ମୁଖ୍ୟାଳୟ ଏହି ସହରରେ ରହିଛି। ତେବେ ଆମେରିକା କିମ୍ବା ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇନି।

ଆହୁରି ପଢନ୍ତୁ: Harvard University: ହାଭାର୍ଡ ବିଶ୍ୱବିଦ୍ୟାଳୟରେ ‘ହିନ୍ଦୁଫୋବିକ୍’ ବିବାଦ : ପୋଷ୍ଟକୁ ନେଇ କ୍ଷମା ମାଗିଲା ବିଭାଗ

ଇରାନ‌ରେ ଭୟର ବାତାବରଣ ଦେଖାଯାଇଥିବାବେଳେ ଲୋକମାନେ ବ୍ୟାଙ୍କ ଓ ଗ୍ୟାସ ଷ୍ଟେସନରେ ଲମ୍ବା ଧାଡ଼ି କରିଛନ୍ତି। ତେହେରାନରେ ମରିୟମ ନାମକ ୫୪ ବର୍ଷୀୟ ଗୃହିଣୀ କହିଛନ୍ତି, ପୂର୍ବରୁ ଆମେ ଇରାନ ଶାସକ ଓ ଇସ୍ରାଏଲ ଦ୍ବାରା ନିହତ ହେଉଥିଲୁ। ଏବେ ଯୁଦ୍ଧ ସ୍ଥିତି ଯୋଗୁଁ ସେ ଓ ତାଙ୍କ ପରିବାର ତେହେରାନ ଛାଡ଼ୁଥିବା କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe