Usman Tariq Bowling Action Controversy
କଲମ୍ବୋ: ପାକିସ୍ତାନୀ ବୋଲର ଉସମାନ୍ ତାରିକ୍ଙ୍କ ବୋଲିଂ ଆକ୍ସନକୁ ନେଇ ପୁଣି ବିବାଦ ଦେଖାଦେଇଛି। ମଙ୍ଗଳବାର ଖେଳାଯାଇଥିବା ୟୁଏସ୍ଏ ବିପକ୍ଷ ମ୍ୟାଚରେ ସେ ୩ଟି ଓ୍ବିକେଟ୍ ନେଇଥିଲେ। ତେବେ ତାଙ୍କର ବୋଲିଂ ଆକ୍ସନକୁ ନେଇ ସୋସିଆଲ୍ ମିଡିଆରେ ବିତର୍କ ଆରମ୍ଭ ହୋଇଯାଇଛି। ଅଧିକାଂଶ ୟୁଜର ତାଙ୍କ ଉପରେ ଚକିଂ ଅଭିଯୋଗ ଆଣିଛନ୍ତି। ବିଶେଷକରି ବୋଲିଂ କରିବା ସମୟରେ ସେ କିଛି ସମୟ ରହିବା ପରେ ବଲକୁ ହାତରୁ ଛାଡ଼ୁଥିବାରୁ ତାହାକୁ ନେଇ ବିବାଦ ହେଉଛି। ଏବେ ଏହି ବିତର୍କରେ ଦୁଇ ଭାରତୀୟ କ୍ରିକେଟିୟର ପ୍ରବେଶ କରିଛନ୍ତି। ୧୯ ବର୍ଷରୁ କମ ଭାରତୀୟ ଦଳରେ ଖେଳିଥିବା ପୂର୍ବତନ କ୍ରିକେଟିୟର୍ ଶ୍ରୀବତ୍ସ ଗୋସ୍ବାମୀ ତାଙ୍କ ହାତରୁ ବଲ୍ ବାହାରିବା ପୂର୍ବରୁ ସେ କିଛି ସମୟ ଅଟକି ଯାଉଥିବାରୁ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଏହାକୁ ଫୁଟବଲ ସହିତ ତୁଳନା କରି କହିଛନ୍ତି ଯେ ପେନାଲଟି ରନ-ଅପ୍ ସମୟରେ ରହିବାକୁ ଖେଳା​ଳିମାନଙ୍କୁ ଅନୁମତି ନଥାଏ।
ଫୁଟବଲ ସହ କ୍ରିକେଟ୍ର ତୁଳନାକୁ ନାପସନ୍ଦ କରିଛନ୍ତି ରବିଚନ୍ଦ୍ରନ୍ ଅଶ୍ବୀନ
ଅନ୍ୟପକ୍ଷରେ ଫୁଟବଲ ସହ କ୍ରିକେଟ୍ର ତୁଳନାକୁ ନାପସନ୍ଦ କରିଛନ୍ତି ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବୀନ। ସେ କହିଛନ୍ତି ଯେ ବ୍ୟାଟିଂ ବେଳେ ଜଣେ ବ୍ୟାଟ୍ସମ୍ୟାନ ଅମ୍ପାୟାରଙ୍କ ଜଣାଇ ରିଭର୍ସ ସ୍ବିପ୍ ଖେଳନ୍ତି କି? ସବୁ କଟକଣା କେବଳ ବୋଲରମାନଙ୍କ ପାଇଁ କାହିଁକି ଲାଗୁ ହୋଇଥାଏ? ଜଣେ ବୋଲରଙ୍କୁ ନିଜର ହାତ ପରିବର୍ତ୍ତନ କରିବାର ଅନୁମତି ନାହିଁ। ନିକଟରେ ହୋଇଥିବା ପାକିସ୍ତାନ-ଅଷ୍ଟ୍ରେଲିଆ ଶୃଙ୍ଖଳା ସମୟରେ ବି ଅଷ୍ଟ୍ରେଲିଆର ଅଲରାଉଣ୍ଡର୍ କ୍ୟାମେରନ ଗ୍ରୀନ ତାରିକଙ୍କ ବୋଲିଂ ଆକ୍ସନକୁ ନେଇ ପ୍ରଶ୍ନ ଉଠାଇଥିଲେ। ତେବେ ଗତ ବର୍ଷ ଆଇସିସି ଦୁଇଥର ତାରିକଙ୍କ ବୋଲିଂ ଆକ୍ସନକୁ ସବୁଜ ସଂକେତ ଦେଇସାରିଛି।
ଆହୁରି ପଢନ୍ତୁ - Abhisek Sharma Ill: ଅଭିଷେକ ଶର୍ମା ଅସୁସ୍ଥ, ହସପିଟାଲ୍ରେ ଭର୍ତ୍ତି
Follow Us