ବାପାଙ୍କ ଅନ୍ତିମ ଯାତ୍ରା ସମୟରେ ଟଙ୍କା ଉଡ଼ାଇ ନାଚିଲା ପୁଅ

Advertisment

ବାପାଙ୍କ ଅନ୍ତିମ ଯାତ୍ରା ସମୟରେ ସାଙ୍ଗମାନଙ୍କ ସହିତ ଟଙ୍କା ଉଡ଼ାଇ ନାଚିନାଚି ଶ୍ମଶାନ ପର୍ଯ୍ୟନ୍ତ ଗଲା ପୁଅ। ଘଟଣା ସାମ୍ନାକୁ ଆସିବା ପରେ ଲୋକେ ତୀବ୍ର ସମାଲୋଚନା କରୁଛନ୍ତି।

Updated On

ବାପାଙ୍କ ଅନ୍ତିମ ଯାତ୍ରା ସମୟରେ ସାଙ୍ଗମାନଙ୍କ ସହିତ ଟଙ୍କା ଉଡ଼ାଇ ନାଚିନାଚି ଶ୍ମଶାନ ପର୍ଯ୍ୟନ୍ତ ଗଲା ପୁଅ। ଘଟଣା ସାମ୍ନାକୁ ଆସିବା ପରେ ଲୋକେ ତୀବ୍ର ସମାଲୋଚନା କରୁଛନ୍ତି।

ଅଦ୍ୟତନ ହୋଇଛି
ପନଦପ


ନୂଆଦିଲ୍ଲୀ: ବାପା ଓ ମା’ ପିଲାମାନଙ୍କ ପାଇଁ ଅମୂଲ୍ୟ ରତ୍ନ ହୋଇଥାଆନ୍ତି। ଦୁନିଆରେ ବାପା ଓ ମା’ଙ୍କୁ ଛାଡ଼ି ଦେଲେ ସବୁକିଛି ମିଳି ଯାଇଥାଏ। କଥାରେ ଅଛି ଯେଉଁ ପିଲା ପାଖରେ ତାର ବାପା ଓ ମା’ ଅଛନ୍ତି ତାକୁ ଆଉ କିଛି ଲୋଡା ହୋଇ ନଥାଏ। କିନ୍ତୁ ଯେଉଁ ସନ୍ତାନମାନଙ୍କ ଠାରୁ ତାଙ୍କ ବାପା ଓ ମା’ ଦୂରେଇ ଯାଇଥାଆନ୍ତି ଅବା କୌଣସି କାରଣବଶତଃ ସେମାନଙ୍କ ମୃତ୍ୟୁ ହୋଇଯାଇଥାାଏ ଏହାର ଦୁଃଖ ଓ କଷ୍ଟ କ’ଣ ହୋଇଥାଛଏ ତାହା ଯାହା ଉପରେ ବିତିଥାଏ ସିଏ ହିଁ ଅନୁଭବ କରି ପାରିଥାଏ।

ଏହି କ୍ରମରେ ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାର ନାରାୟଣପୁର ୱାର୍ଡର ଦୁର୍ଗାପୁର ଅଞ୍ଚଳରେ ରହୁଥିବାି ଶ୍ରୀରାମଙ୍କ ବାପା ରାମକିଶୋର ମିଶ୍ରାଙ୍କ ଦେହାନ୍ତ ହୋଇଯାଇଥିଲା। 

ଅଧିକପଢ଼ନ୍ତୁ:ପ୍ରେମିକାଙ୍କୁ ଖୁସି କରିବା ମହଙ୍ଗା ପଡ଼ିଲା; ଉଡ଼ିଗଲା ପ୍ରେମିକଙ୍କ ପ୍ରାଣବାୟୁ

ବାପାଙ୍କ ଅନ୍ତିମ ଯାତ୍ରା ସମୟରେ ପୁଅ ଶ୍ରୀରାମ ବାଜା ବଜାଇ ବାଣ ଫୁଟାଇ ନାଚି ନାଚି ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲେ। ଏହି ସମୟରେ ସେ ସାନଙ୍ଗମାନଙ୍କ ସହ ଶ୍ମଶାନ ଯିବେଇ ରାସ୍ତାରେ ଟଙ୍କା ବି ଉଡ଼ାଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକେ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଛନ୍ତି।

ଏହି ଘଟଣାକୁ ନେଇ ଶ୍ରୀରାମ କହିଛନ୍ତି, ‘ମୁଁ ଅନ୍ୟମାନଙ୍କ କଥା ଜାଣି ନାହିଁ। କିନ୍ତୁ ମୋ ମତରେ ଯେଉଁମାନେ ଏହି ସଂସାରକୁ ଛାଡ଼ି ଯାଉଛନ୍ତି ସେମାନଙ୍କୁ ଖୁସିରେ ବିଦାୟ ଦେବା  ଉଚିତ। ମୋ ବାପାଙ୍କୁ ୮୦ବର୍ଷ ହୋଇଯାଇଥିଲା। ସେ ତାଙ୍କର ସମସ୍ତ କର୍ତ୍ତବ୍ୟ ଶେଷ କରି ସାରିଥିଲେ। ଆମକୁ ପାଠପଢ଼ାଇ ମଣିଷ କରି ସମାଜରେ କେମିତି ଚାଲିବାକୁ ହେବ ତାହା ଶିଖାଇ ଥିଲେ। ଆମ ଧୀରେଧୀରେ ସମାଜ ସହିତ ତାଳ ଦେଇ ଆଗକୁ ବଢ଼ି ଚାଲିଲୁ। ବାପାଙ୍କ ବୟସ ବଢ଼ି ଚାଲିଲା। ସେ ବୁଢ଼ା ହୋଇଗଲେ। ତେଣୁ ସେ ଯେତେବେଳେ ଏ ସଂସାରରୁ ବିଦାୟ ନେଲେ ମୁଁ ତାଙ୍କୁ ଖୁସିରେ ବିଦା କରିବାକୁ ସ୍ଥିର କରିଥିଲି।’

ଅଧିକପଢ଼ନ୍ତୁ:ଏତେ କୋଟିର ମାଲିକ ସର୍ବକନିଷ୍ଠ ବିଶ୍ବ ଚେସ୍‌ ବିଜେତା ଗୁକେଶ

ଅନ୍ୟପକ୍ଷରେ ଦେଖିବାକୁ ଗଲେ ଶ୍ରୀରାମଙ୍କ ଏଭଳି କାମକୁ ଲୋକେ ଗ୍ରହଣ କରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe