Man Shoots Girlfriend: ଭାଲେଣ୍ଟାଇନରେ ଡେ’ରେ ପ୍ରେମିକାଙ୍କୁ ଗୁଳିକରି ହତ୍ୟା, ପରେ ଜୀନ ହାରିଲେ ଯୁବକ

Advertisment

ଭାଲେଣ୍ଟାଇନରେ ଡେ’ ବା ପ୍ରେମ ଦିବସରେ ନୋଏଡାରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ନୋଏଡାରେ ଶନିବାର ସକାଳେ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ କାର୍ ଭିତରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ଭାଲେଣ୍ଟାଇନରେ ଡେ’ ବା ପ୍ରେମ ଦିବସରେ ନୋଏଡାରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ନୋଏଡାରେ ଶନିବାର ସକାଳେ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ କାର୍ ଭିତରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

Untitled-22.jpg

ନୂଆଦିଲ୍ଲୀ: ଭାଲେଣ୍ଟାଇନରେ ଡେ’ ଅର୍ଥାତ ପ୍ରେମ ଦିବସରେ ଉତ୍ତରପ୍ରଦେଶର ନୋଏଡାରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜେ ଜୀବନ ହାରିଛନ୍ତି। ନୋଏଡାରେ ଶନିବାର ସକାଳେ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ କାର୍ ଭିତରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ସୁମିତ ଓ ରେଖା ବୋଲି ଜଣାପଡ଼ିଛି। ଉଭୟଙ୍କ ବୟସ ୨୦ ରୁ ୩୦ ବର୍ଷ ମଧ୍ୟରେ। ନୋଏଡା ସେକ୍ଟର ୩୯ରେ ଏକ ଟାଟା ଅଲଟ୍ରୋଜ କାର୍‌ ଭିତରୁ ଦୁଇଜଣଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଥିଲା। ଦୁଇଜଣଙ୍କ ମୁଣ୍ଡରେ ଗୁଳି ଯୋଗୁ ସୃଷ୍ଟି ହୋଇଥିବା କ୍ଷତ ଦେଖିବାକୁ ମିଳିଛି।

ପୁଲିସ ସୂଚନା ଅନୁଯାୟୀ ଡ୍ରାଇଭର ସିଟ୍‌ରେ ବସିଥିବା ସୁମିତଙ୍କ ହାତରେ ପିସ୍ତଲ ଥିବାବେଳେ ଗାଡ଼ିରୁ ଗୁଳି ଜବତ ହୋଇଛି। ଗାଡ଼ି ଭିତରୁ ବନ୍ଦ ଥିବାରୁ ସୁମିତ ପ୍ରଥମେ ରେଖାଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି କରିଥିବା ପୁଲିସ ଅନୁମାନ କରୁଛି। ରେଖା ନୋଏଡା ସେକ୍ଟର ୫୮ର ବାସିନ୍ଦା ଓ ସୁମିତଙ୍କ ଘର ଦିଲ୍ଲୀର ତ୍ରିଲୋକପୁରୀରେ ବୋଲି ଜଣାପଡ଼ିଛି। ଶୁକ୍ରବାରରୁ ଦୁହେଁ ଘରୁ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ ହୋଇଥିଲା।

ସୁମିତଙ୍କ ନିକଟରୁ ଏକ ନୋଟ୍‌ ମିଳିଛି, ଯେଉଁଥିରେ ଉଭୟଙ୍କ ମଧ୍ୟରେ ୧୫ ବର୍ଷ ହେଲା ପ୍ରେମ ସମ୍ପର୍କ ଥିବା ଉଲ୍ଲେଖ ହୋଇଛି। ରେଖା ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବୋଲି ସୁମିତ ଲେଖିଛନ୍ତି । କିନ୍ତୁ ରେଖା ଅନ୍ୟ କାହାକୁ ବିବାହ କରିବାକୁ ଯାଉଥିବା ନିକଟରେ ସୁମିତ ଜାଣିବାକୁ ପାଇଥିଲେ। ଏହା ପ୍ରଥମେ ଆତ୍ମହତ୍ୟା ମାମଲା ବୋଲି ଜଣାପଡ଼ୁଥିବାବେଳେ ପରେ ଏହା ତିକ୍ତତା ଯୋଗୁଁ ଘଟିଥିବା ପୁଲିସ କହିଛି। ପୁଲିସ ମୃତକଙ୍କ ପରିବାରକୁ ସୂଚନା ଦେଇଥିବାବେଳେ ଘଟଣାର ତଦନ୍ତ କରୁଛି। ଫୋରେନସିକ୍‌ ଟିମ୍‌ ଘଟଣାସ୍ଥଳର ସ୍ଥିତି ଯାଞ୍ଚ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଆହୁରି ପଢନ୍ତୁ - Tarique Rahman: ତାରିକ୍‌ ରହମାନଙ୍କ ଶପଥ ଗ୍ରହଣ ଉତ୍ସବକୁ ମୋଦୀଙ୍କୁ ନିମନ୍ତ୍ରଣ କରିପାରେ ବିଏନ୍‌ପି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe