Wadettiwar's statement on Bhujbal: Ready to fall under Bhujbal's feet Photograph: (sambad.in)
ନାଗପୁର: ମହାରାଷକ୍ଟ୍ରରେ ଓବିସି ସଂରକ୍ଷଣକୁ ନେଇ ରାଜନୀତି ଜାରି ରହିଛି। କଂଗ୍ରେସ ନେତା ବିଜୟ ୱାଡେଟିୱାର ପୁଣି ଥରେ ଓବିସି ନେତା ଛଗନ ଭୁଜବଳ ଏବଂ ମରାଠା ସଂରକ୍ଷଣ ଲଢ଼େଇ ଜାରି ରଖିଥିବା ମନୋଜ ଜରାଙ୍ଗେଙ୍କୁ ସମାଲୋଚନା କରିଛନ୍ତି। ନାଗପୁରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି, ଯଦି ସେପ୍ଟେମ୍ବର ୨ର ଓବିସି ବିରୋଧୀ ଜିଆର ପ୍ରକୃତରେ ବାତିଲ ହୁଏ, ତେବେ ମୁଁ ଛଗନ ଭୁଜବଳଙ୍କ ଗୋଡ଼ତଳେ ପଡ଼ିବାକୁ ପ୍ରସ୍ତୁତ।
ଏହା ପରେ, ମୁଁ ତାଙ୍କ ନେତୃତ୍ୱରେ ଓବିସି ସମ୍ପ୍ରଦାୟ ପାଇଁ କାମ ଜାରି ରଖିବାକୁ ପ୍ରସ୍ତୁତ। ଭୁଜବଳ କହିଛନ୍ତି, କେବଳ ଦେବେନ୍ଦ୍ର ଫଡନାବୀସ ଓବିସିଙ୍କ କଲ୍ୟାଣ ପାଇଁ କାମ କରୁଛନ୍ତି। ୱାଡେଟିୱାର କହିଛନ୍ତି, ଅନ୍ୟପକ୍ଷରେ ମନୋଜ ଜରାଙ୍ଗେ ଦାବି କରୁଛନ୍ତି ଯେ ଫଡନାବୀସ ହିଁ ମରାଠା ସଂରକ୍ଷଣ ପ୍ରଦାନ କରିଥିଲେ ଏବଂ ମରାଠାମାନଙ୍କୁ ଓବିସି ବର୍ଗରେ ସାମିଲ କରିଥିଲେ।
ଆହୁରି ପଢ଼ନ୍ତୁ:Plane suddenly caught fire in mid-air: ମଝି ଆକାଶରେ ବିମାନରେ ନିଆଁ , ଭୟଙ୍କର ଭିଡିଓ ଭାଇରାଲ
ସେ କହିଛନ୍ତି, ଯଦି ଦୁହେଁ ଫଡନବୀସଙ୍କୁ ହିରୋ ମାନୁଛନ୍ତି, ତେବେ ସେମାନେ ତାଙ୍କ ନାମରେ ଢୋଲ ବଜାଇ କହିବା ଉଚିତ୍ ଯେ ଓବିସି ସମସ୍ୟାର ସମାଧାନ ହୋଇଯାଇଛି ଏବେ ମୋର୍ଚ୍ଚା, ସମ୍ମିଳନୀ ଏବଂ ଆନ୍ଦୋଳନ ବନ୍ଦ କରିବା ଉଚିତ୍।
ସାରସକଟ ମରାଠାଙ୍କୁ କୁନବୀ ପ୍ରମାଣପତ୍ରର ବିରୋଧ
ବିଜୟ ୱାଡେଟିୱାର କହିଛନ୍ତି, କୁନବି ମରାଠା, କୁନବି ଜୈନ ଏବଂ କୁନବି ସୋନାଙ୍କ ବିଷୟରେ ଉଲ୍ଲେଖ ଅଛି। ସେତେବେଳେ ଯେଉଁମାନେ କୃଷିକର୍ମ କରୁଥିଲେ ସେମାନଙ୍କୁ କୁନବି କୁହାଯାଉଥିଲା। ଆମର ସ୍ଥିତି ସ୍ପଷ୍ଟ। କେବଳ ସେହି ମରାଠାମାନଙ୍କୁ ଯାହାଙ୍କ ଦସ୍ତାବିଜରେ କୁନବି ନାମ ଅଛି ସେମାନଙ୍କୁ ଓବିସି ବର୍ଗରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍। ତଥାପି, ଫଡନବୀସ ସରକାର ସେପ୍ଟେମ୍ବର ୨ ରେ ଜାରି କରିଥିବା ଜିଆର ସରସକଟ ମରାଠା ସମ୍ପ୍ରଦାୟକୁ କୁନବି ପ୍ରମାଣପତ୍ର ପ୍ରଦାନ କରିବାର ପଥ ପ୍ରଶସ୍ତ କରେ। ଆମେ ଏହାକୁ ବିରୋଧ କରୁଛୁ।
ଆହୁରି ପଢ଼ନ୍ତୁ:Trump's AI Video: "NO KING" ପ୍ରତିବାଦ ମଧ୍ୟରେ ମୁକୁଟ ପିନ୍ଧା AI ଭିଡିଓ ସେୟାର କଲେ ଟ୍ରମ୍ପ
maharastra | Vijay Wadettiwar | chhagan-bhujbal
Follow Us