Vladimir Putin Will Visit India: ଡିସେମ୍ବର ୪ରେ ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣରେ ଡିସେମ୍ବର ୪-୫ ଭାରତ ଆସିବେ। 23ତମ ଭାରତ–ରୁଷ ବାର୍ଷିକ ଶିଖର ସମ୍ମିଳନୀ ସମୟରେ ଉଭୟ ନେତା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ।

Putin

Putin Will Visit India Photograph: (sambad.in)

ନୂଆଦିଲ୍ଲୀ: ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ପୁଟିନ୍ ଡିସେମ୍ବର ୪ ଏବଂ ୫ ତାରିଖରେ ଭାରତ ଆସିବେ ବୋଲି ଜଣାପଡ଼ିଛି। ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ସେ ଭାରତ ଗସ୍ତରେ ଆସିବେ। ଭାରତର ବୈଦେଶିକ ମନ୍ତ୍ରାଳୟ ଏହାକୁ ନିଶ୍ଚିତ କରିଛି। ରିପୋର୍ଟ ଅନୁଯାୟୀ ଏହି ଗସ୍ତ ସମୟରେ ରାଷ୍ଟ୍ରପତି ପୁଟିନ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସାକ୍ଷାତ କରିବେ। ଏହା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଷ୍ଟ୍ରପତି ପୁଟିନଙ୍କୁ ସ୍ୱାଗତ କରି ତାଙ୍କ ସମ୍ମାନରେ ଏକ ଭୋଜିର ଆୟୋଜନ ମଧ୍ୟ କରିବେ।

ଏହି ଗସ୍ତ କାହିଁକି ସ୍ୱତନ୍ତ୍ର?

ପୁଟିନଙ୍କ ଭାରତ ଗସ୍ତ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବ। ଏହା ଭାରତ ଏବଂ ରୁଷ ଉଭୟ ଦେଶର ନେତୃତ୍ୱକୁ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କର ପ୍ରଗତି ସମୀକ୍ଷା କରିବା ଏବଂ ରଣନୈତିକ ସହଭାଗୀତାକୁ ସୁଦୃଢ଼ ​​କରିବା ପାଇଁ ଏକ ମାର୍ଗ ପ୍ରସ୍ତୁତ କରିବ। ଏହା ସହିତ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ଆଦାନପ୍ରଦାନ କରିବାର ସୁଯୋଗ ପ୍ରଦାନ କରିବ।

ଆହୁରି ପଢ଼ନ୍ତୁ: Shubhankar Mishra Controversy: ଶ୍ରୀମନ୍ଦିର ଗଲେ ଭାଙ୍ଗିଯାଏ ପ୍ରେମ ସମ୍ପର୍କ; ଏଭଳି କହି ବିବାଦରେ ଶୁଭଙ୍କର ମିଶ୍ରା

ଅଗଷ୍ଟ ମାସରେ ହୋଇଥିଲା ଘୋଷଣା

ଅଗଷ୍ଟ ମାସରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ମସ୍କୋ ଗସ୍ତ ସମୟରେ ପୁଟିନଙ୍କ ଭାରତ ଗସ୍ତ ନେଇ ଘୋଷଣା କରାଯାଇଥିଲା। ହେଲେ ସେତେବେଳେ ତାରିଖ ଚୂଡ଼ାନ୍ତ ହୋଇନଥିଲା। ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନ୍ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ଚୀନରେ ସାକ୍ଷାତ କରିଥିଲେ। ଉଭୟ ଏକ କାରରେ ବସି ହୋଟେଲକୁ ଯିବା ସହ ଏକ ଘଣ୍ଟା ପାଇଁ ପୃଥକ ଆଲୋଚନା ମଧ୍ୟ କରିଥିଲେ।

ରୁଷଠାରୁ ତୈଳ ଆମଦାନୀ କରୁଥିବାରୁ  ଆମେରିକା, ଭାରତ ଉପରେ ଭାରୀ ଶୁଳ୍କ ଲଗାଇଥିଲା। ଏହି ସମୟରେ ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ଆସିଥିବା ବେଳେ ରୁଷ୍ ସହିତ ଭାରତର ସମ୍ପର୍କ ନିବିଡ଼ ହୋଇଥିଲା। ଭାରତ ତେଲ କିଣି ୟୁକ୍ରେନ ସହ ଯୁଦ୍ଧ କରିବା ପାଇଁ ରୁଷ୍‌କୁ ସମର୍ଥନ କରୁଥିବା କହିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଆହୁରି ପଢ଼ନ୍ତୁ: Trump On Migration: କାହାକୁ 'ଥାର୍ଡ ୱାର୍ଲଡ ଦେଶ' କହୁଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe