Voter list returned to missing son, Vivek's story will surprise you Photograph: (sambad.in)
କୋଲକାତା: ପଶ୍ଚିମବଙ୍ଗର ପୁରୁଲିଆରେ ଏକ ପରିବାର ଅପ୍ରତ୍ୟାଶିତ ଭାବରେ ସେମାନଙ୍କର ଦୀର୍ଘଦିନର ହଜିଯାଇଥିବା ପୁଅକୁ ଫେରି ପାଇଛନ୍ତି। SIR ଅଭିଯାନ ଦ୍ବାରା ଏହି ପୁର୍ନମିଳନ ସମ୍ଭବପର ହୋଇଥିଲା। ହଜିଲା ପୁଅକୁ ଫେରିପାଇ ବହୁତ ଖୁସି ଅଛନ୍ତି ପରିବାର ଲୋକେ।
ଭୋଟର ତାଲିକାର ସଂଶୋଧନ (SIR) ପଶ୍ଚିମବଙ୍ଗରେ ରାଜନୈତିକ ବିତର୍କର କେନ୍ଦ୍ରବିନ୍ଦୁ ପାଲଟିଛି। କିନ୍ତୁ ଏହି ଭୋଟର ତାଲିକା ସଂଶୋଧନ ପଶ୍ଚିମବଙ୍ଗର ପୁରୁଲିଆର ଏହି ପରିବାର ପାଇଁ ବରଦାନ ସାବ୍ୟସ୍ତ ହୋଇଛି |
ଭୋଟର ତାଲିକାର ସଂଶୋଧନ ଯୋଗୁ ଅସମ୍ଭବ ସମ୍ଭବ ହେଲା
ଭୋଟର ତାଲିକାର ସଂଶୋଧନ ସେମାନଙ୍କ ହଜିଲା ପୁଅକୁ ଫେରାଇଦେଇଛି | ୩୭ ବର୍ଷ ଧରି ହଜିଯାଇଥିବା ପୁଅକୁ ଫେରିପାଇଛନ୍ତି ପରିବାର ଲୋକେ। ପଶ୍ଚିମବଙ୍ଗ ପୁରୁଲିଆର ଗୋବୋରଣ୍ଡା ଗାଁର ଚକ୍ରବର୍ତ୍ତୀ ପରିବାର ୩୭ ବର୍ଷ ଧରି ବିଶ୍ୱାସ କରି ଆସୁଥିଲେ ଯେ, ସେମାନେ ସେମାନଙ୍କର ବଡ଼ ପୁଅକୁ ସବୁଦିନ ପାଇଁ ହରାଇ ଦେଇଛନ୍ତି।
ଆହୁରି ପଢ଼ନ୍ତୁ:Dharmendra's Net Worth: ଧର୍ମେନ୍ଦ୍ର ବହୁ ହିଟ୍ ଫିଲ୍ମରେ କାମ କରିଥିଲେ: ପ୍ରଥମ ଫିଲ୍ମ ପାଇଁ ପାରିଶ୍ରମିକ ମିଳିଥିଲା ୫୧ ଟଙ୍କା
୧୯୮୮ ମସିହାରେ ବିବେକ ଚକ୍ରବର୍ତ୍ତୀ ଏକ ବିବାଦ ପରେ ଘରୁ ଚାଲିଯାଇ ଆଉ ଫେରି ନଥିଲେ। ଯେତେ ଖୋଜାଖୋଜି କରିବା ସତ୍ତ୍ବେ ମଧ୍ୟ ତାଙ୍କର କୌଣସି ଖବର ମିଳିନଥିଲା। ବଡ ପୁଅକୁ ହରାଇ ପରିବାର ଦୁଃଖରେ ଭାଙ୍ଗିପଡିଥିଲେ। କିନ୍ତୁ ସାଧାରଣତଃ କାଗଜପତ୍ର ଏବଂ ସଂଶୋଧନ ସହିତ ଜଡିତ SIR ବା ଭୋଟର ସଂଶୋଧନ ତାଲିକା ସବୁକିଛି ବଦଳାଇ ଦେଇଥିଲା।
କେମିତି ହେଲା ପୁର୍ନମିଳନ?
ବିବେକଙ୍କ ସାନ ଭାଇ ପ୍ରଦୀପ ଚକ୍ରବର୍ତ୍ତୀ ସେହି ଅଞ୍ଚଳର ଜଣେ ବୁଥ ସ୍ତରୀୟ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ। ଯେତେବେଳେ ସେ ଭୋଟର ତାଲିକା ପାଇଁ କାମ କରୁଥିଲେ ସେତେବେଳେ ବିବେକଙ୍କ ଫର୍ମକୁ ଦେଖିବାକୁ ପାଇଥିଲେ। ସେଥିରେ ବିବେକଙ୍କ ପୁଅଙ୍କ ନାମ ସହ ଯୋଗାଯୋଗ ନମ୍ବର ମଧ୍ୟ ଲେଖାଯାଇଥିଲା। ବିବେକଙ୍କ ପୁଅ କୋଲକାତାରେ ରହୁଥିବା ବେଳେ ସେ ତାଙ୍କ କାକାଙ୍କ ବିଷୟରେ କିଛି ଜାଣି ନ ଥିଲେ।
ସେ ପ୍ରଦୀପଙ୍କୁ କାଗଜପତ୍ର ପାଇଁ ଯୋଗାଯୋଗ କରିଥିଲେ। ଫର୍ମର ଯାଞ୍ଚ ପାଇଁ ପ୍ରଦୀପ ବିବେକଙ୍କ ପୁଅଙ୍କ ସହ କଥାବାର୍ତ୍ତା ହୋଇଥିଲେ। କାଗଜପତ୍ର ପାଇଁ ଯେତେବେଳେ ବିବେକଙ୍କ ଭାଇ ପ୍ରଦୀପଙ୍କ ପୁଅଙ୍କ ସହ କଥା ହେଉଥିଲେ ସେତେବେଳେ ସେ ତାଙ୍କ ପରିବାର ବିଷୟର ଅନେକ ଭିତିରି କଥା ଜାଣିବାକୁ ପାଇଥିଲେ।
ଆହୁରି ପଢ଼ନ୍ତୁ:Babri Masjid: ପଶ୍ଚିମବଙ୍ଗରେ ନିର୍ମାଣ ହେବ ବାବ୍ରି ମସ୍ଜିଦ୍, ଡିସେମ୍ବର ୬ରେ ହେବ ଭିତ୍ତିପ୍ରସ୍ତର ସ୍ଥାପନ
ପରେ ବାରମ୍ବାର ସେ ପୁଅଟି ସହ କଥାହେବା ପରେ ପ୍ରଦୀପ ତାଙ୍କ ପୁତୁରାଙ୍କ ସହ କଥା ହେଉଛନ୍ତି ବୋଲି ଜାଣିବାକୁ ପାଇଥିଲେ। ଏହିପରି ଭାବରେ ୩୭ ବର୍ଷ ପରେ ନିଜର ହଜିଲା ଭାଇକୁ ଖୋଜି ବାହାର କରିଥିଲେ ପ୍ରଦୀପ । ଏତେ ଦିନ ପରେ ନିଜ ହଜିଲା ଭାଇକୁ ପାଖରେ ଦେଖି ଉଭୟ ଭାବବିହ୍ବଳ ହୋଇପଡିଥିଲେ ପଡିଥିଲେ । ଏତେ ଦିନ ପରେ ନିଜ ଭାଇକୁ ପାଖରେ ପାଇ ଏସ୍ଆଇଆରକୁ ଧନ୍ୟବାଦ କୋହଭରା କଣ୍ଠରେ ଜଣାଇଛନ୍ତି ପ୍ରଦୀପ।
Follow Us