ବୁଧବାର ଜମ୍ମୁ-କଶ୍ମୀରର ୨୪ ଆସନରେ ଭୋଟିଂ: ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

Advertisment

ଜମ୍ମୁ-କଶ୍ମୀରରେ ତିନିଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୨୪ଟି ବିଧାନସଭା ଆସନରେ ଭୋଟିଂ ହେବ। ଏକ ଦଶନ୍ଧି ପରେ ସେଠରେ ନିର୍ବାଚନ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି...

ଜମ୍ମୁ-କଶ୍ମୀରରେ ତିନିଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୨୪ଟି ବିଧାନସଭା ଆସନରେ ଭୋଟିଂ ହେବ। ଏକ ଦଶନ୍ଧି ପରେ ସେଠରେ ନିର୍ବାଚନ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି...

WhatsApp Image 2024-09-17 at 9.26.10 PM

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବୁଧବାର (ସେପ୍ଟେମ୍ବର ୧୮)ରେ  ୨୪ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ଅଗଷ୍ଟ ୨୦୧୯ରେ ଧାରା ୩୭୦ ରଦ୍ଦ ହେବା ପରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହେବ। ଏକ ଦଶନ୍ଧି ପରେ ହେବାକୁ ଥିବା ନିର୍ବାଚନ ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକ କଡ଼ା ବ୍ୟବସ୍ଥା ଗ୍ରହଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜମ୍ମୁର ୮ଟି ଆସନ ଏବଂ କଶ୍ମୀରରେ ୧୬ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ନିର୍ବାଚନ ଆୟୋଗଙ୍କ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଆସନ୍ତାକାଲି ଇଭିଏମରେ ୨୧୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହେବ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୨୩,୨୭,୫୮୦ ଜଣ ଭୋଟର ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଦେବେ। ଯେଉଁଥିରେ ୧୧,୭୬,୬୨ ଜଣ  ପୁରୁଷ ଏବଂ ୧୧୫୧୦୫୮ ଜଣ ମହିଳା ଭ‌ୋଟର ଅଛନ୍ତି। ୬୦ ଜଣ କିନ୍ନର ଭୋଟ୍ ଦେବେ।   ନିର୍ବାଚନ ସମୟରେ ସୁରକ୍ଷା ପାଇଁ ବୁଥରେ ୧୪ ହଜାର ସୁରକ୍ଷାର୍ମୀଙ୍କୁ ନିୟୋଜିତ କରାଯାଇଛି। ଭୋଟିଂ ପାଇଁ ୩୨୭୬ ମତଦାନ କେନ୍ଦ୍ର କରାଯାଇଛି। ମତଦାନ ସୁରୁଖୁରୁରେ ହେବା ନିଶ୍ଚିତ କରିବାକୁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅକ୍ଟୋବର ୮ ରେ ରାଜ୍ୟରେ ଫଳାଫଳ ଘୋଷଣା କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅକ୍ଟୋବର ୧ରେ ହେବ। ତୃତୀୟ ପର୍ଯ୍ୟାୟରେ ଅକ୍ଟୋବର ୫ ତାରିଖରେ ହରିୟାଣା ସହିତ ମତଦାନ ହେବ।

ପାମ୍ପୋର, ପୁଲୱାମା, ତ୍ରାଲ୍, ଜୈନପୋରା, ରାଜପୋରା, ଡିଏଚ୍ ପୋରା, ଶୋପିଆନ୍, ଦେଓସର, କୁଲଗାମ, ଢ଼ୋରୁ, ଅନନ୍ତନାଗ, ପଶ୍ଚିମ କୋକରନାଗ (ଏସଟି), ଶ୍ରୀଗୁଫୱାଡା-ବିଜବେହାରା, ଅନନ୍ତନାଗ, ପୂର୍ବ ପହଲଗାମ, ଶଙ୍ଗାସ-ଅନନ୍ତନାଗ, ଇନ୍ଦ୍ରୱାଲ, ଭଦ୍ରଭାହ ଡୋଡା,  ପୈଣ୍ଡର-ନାଗାସେନି, ଦୋଡା ପଶ୍ଚିମ, ବନିହାଲ ଏବଂ ରାମବନ ଆଦି ଆସନ ରହିଛି। 

ଏଥର କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସ (ଏନସି) ମିଳିତ ଭାବେ ନିର୍ବାଚନରେ ​​ ଲଢ଼ିବାକୁ ଘୋଷଣା କରିଛନ୍ତି।  ଏଥି ସହ ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି (ପିଡିପି), ଭାରତୀୟ ଜନତା ପାର୍ଟି (ବିଜେପି), ପିପୁଲ୍ସ କନଫରେନ୍ସ ପୃଥକ ଭାବରେ ଲଢ଼ିବାକୁ ଘୋଷଣା କରିଛନ୍ତି।

କଶ୍ମୀରର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ସିପିଆଇ (ଏମ୍)ର ମହମ୍ମଦ ୟୁସୁଫ୍ ତରିଗାମି ପଞ୍ଚମ ଥର ପାଇଁ କୁଲଗାମରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପିଡିପିର ଇଲତିଜା ମୁଫତି ଏବଂ ୱାହିଦ୍ ପାରା ଯଥାକ୍ରମେ ଶ୍ରୀଗୁଫୱାରା-ବିଜବେହାରା ଏବଂ ପୁଲୱାମା ଆସନରେ ପ୍ରତିଦ୍ବଦ୍ବୀତା କରୁଛନ୍ତି। ଅବଦୁଲ ରେହମାନ ଭେରି ଶଙ୍ଗା-ଅନନ୍ତନାଗରୁ ପ୍ରାର୍ଥୀ, ପିଡିପିର ସରତାଜ ମଦାନୀ ଦେବସର ଏବଂ ଏଆଇସିସି ମହାସଚିବ ଗୁଲାମ ଅହମ୍ମଦ ମୀର ଡୁରରୁ ପ୍ରାର୍ଥୀ ହୋଇଛନ୍ତି।

ଅଧିକ ପଢ଼ନ୍ତୁ:୫୦ ବର୍ଷ ଧରି ନାଗରିକତାକୁ ଅପେକ୍ଷା କରିଛନ୍ତି ୫୦ ହଜାର ହିନ୍ଦୁ ବାଂଲାଦେଶୀ

ପୂର୍ବତନ ମନ୍ତ୍ରୀ ସାଜାଦ କେବୁଲୁ ଏବଂ ଏନସିର ଖାଲିଦ ନଜିଦ ସୁହରୱାର୍ଡି, କଂଗ୍ରେସର ବିକାର ରସୁଲ ୱାନି, ଅବଦୁଲ ମଜିଦ ୱାନି (ଡିପିଏପି) ଲଢୁଥିବା ଆସନରେ ମଧ୍ୟ ୧୮ ସେପ୍ଟମ୍ବରରେ ଭୋଟ୍ ଗ୍ରହଣ କରାଯିବ। ଯେତେବେଳେ କି ସୁନୀଲ ଶର୍ମା (ବିଜେପି), ଶକ୍ତିରାଜ ପାରିହର (ଡୋଡା ୱେଷ୍ଟ) ଏବଂ ଗୁଲାମ ମହମ୍ମଦ ସ‌ୌରୀ ତୃତୀୟ ଥର ପାଇଁ ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଯୁବ ଚେହେରା ଶାଗୁନ୍ ପାରିହାରଙ୍କ ଉପରେ ବିଜେପି ଭରସା କରିଛି। ତାଙ୍କ ପିତା ଅଜିତ ପ୍ୟାରିହାର ଏବଂ ମାମୁଁ ଅନିଲ ପାରିହାର ନଭେମ୍ବର ୨୦୧୮ରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ।

ଅଧିକ ପଢ଼ନ୍ତୁ:ଏହି ଦେଶ ୨୦୦ ହାତୀଙ୍କ ଜୀବନ ନେବ, ଜାଣନ୍ତୁ ଏହାର କାରଣ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe