Advertisment

Khamenei Dead: ଇସ୍ରାଏଲ୍ ଓ ଆମେରିକା କିପରି ପାଇଲେ ଖାମେନେଇଙ୍କ ଠିକଣା ? ତେହରାନର ଟ୍ରାଫିକ୍ କ୍ୟାମେରା ହ୍ୟାକ୍ ହୋଇଥିବା ସୂଚନା

Advertisment

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଓ ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମେନେଇଙ୍କୁ ହତ୍ୟା ପରେ ବି ଏହି ହତ୍ୟାକୁ ନେଇ ଚର୍ଚ୍ଚା ଲାଗିରହିଛି। ଇସ୍ରାଏଲ ଓ ଆମେରିକାର ଆକ୍ରମଣ ପୂର୍ବରୁ ଖାମେନେଇଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଓ ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମେନେଇଙ୍କୁ ହତ୍ୟା ପରେ ବି ଏହି ହତ୍ୟାକୁ ନେଇ ଚର୍ଚ୍ଚା ଲାଗିରହିଛି। ଇସ୍ରାଏଲ ଓ ଆମେରିକାର ଆକ୍ରମଣ ପୂର୍ବରୁ ଖାମେନେଇଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା

New Project (7)

khamenei Photograph: (sambad.in)

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଓ ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମେନେଇଙ୍କୁ ହତ୍ୟା ପରେ ବି ଏହି ହତ୍ୟାକୁ ନେଇ ଚର୍ଚ୍ଚା ଲାଗିରହିଛି। ଇସ୍ରାଏଲ ଓ ଆମେରିକାର ଆକ୍ରମଣ ପୂର୍ବରୁ ଖାମେନେଇଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ଏହା ସତ୍ତ୍ବେ ଇସ୍ରାଏଲ୍ ଓ ଆମେରିକା କିପରି ପାଇଲେ ଖାମେନେଇଙ୍କ  ଠିକଣା?

ଖାମେନେଇଙ୍କୁ ହତ୍ୟା ପରେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଏହାରି ଭିତରେ ସାମ୍ନାକୁ ଆସୁଛି ଏକ ବଡ଼ ଖବର । ତେହରାନର ଟ୍ରାଫିକ୍ କ୍ୟାମେରା ନେଟୱର୍କକୁ ଇସ୍ରାଏଲ ହ୍ୟାକ୍ କରି ଖାମେନେଇଙ୍କ ଗତିବିଧି ଉପରେ ନଜର ରଖୁଥିଲା।  ଏହି ଅପରେସନ ପଛରେ ଥିଲା ଇସ୍ରାଏଲର ବର୍ଷ ବର୍ଷର ଗୁଇନ୍ଦା ରଣନୀତି ଓ ହାଇଟେକ୍ ସର୍ଭେଲାନ୍ସ ।  କ୍ୟାମେରା ନେଟୱର୍କ ସହିତ ମୋବାଇଲ୍ ନେଟୱର୍କ ଡାଟାକୁ ମଧ୍ୟ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ପ୍ରବେଶ କରିଥିଲା । ଏହା ସାହାଯ୍ୟରେ ଖାମେନେଇଙ୍କ ସୁରକ୍ଷା ପରିଧି ଏବଂ ଗତିବିଧିର ସମ୍ପୂର୍ଣ୍ଣ ଡିଜିଟାଲ୍ ମାନଚିତ୍ର କରିଥିଲା ଇସ୍ରାଏଲ୍ ।

ଆହୁରି ପଢନ୍ତୁ- ଭୀଷଣ ହେଲା ଯୁଦ୍ଧ, ଇରାନ କଲା ଅଗ୍ନିବର୍ଷା: ବିସ୍ଫୋରଣ, ନିଆଁ, ଧୂଆଁ, ଧ୍ୱଂସଲୀଳା...

ଇସ୍ରାଏଲ ଗୁଇନ୍ଦା ସଂସ୍ଥାଗୁଡ଼ିକ ଖାମେନେଇଙ୍କ ସୁରକ୍ଷାକର୍ମୀଙ୍କ ବିଷୟରେ ଫାଇଲ୍ ତିଆରି କରିବା ପାଇଁ ଜଟିଳ ଆଲଗୋରିଦମ ବ୍ୟବହାର କରିଥିଲେ। ଏଥିରେ ସେମାନଙ୍କର ଠିକଣା, ଡ୍ୟୁଟି ସମୟ, କାମ କରିବା ପାଇଁ ଯିବା ରାସ୍ତା ଏବଂ ତାଙ୍କୁ କେଉଁ ଅଧିକାରୀ ଜଗି ରହୁଥିଲେ, ସେସବୁର ସୂଚନା ଥିଲା। ଗୁଇନ୍ଦା ଭାଷାରେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ 'ପ୍ୟାଟର୍ଣ୍ଣ ଅଫ୍ ଲାଇଫ୍' କୁହାଯାଏ। ଏହାକୁ ହିଁ ବ୍ୟବହାର କରି ଆମେରିକା ଓ ଇସ୍ରାଏଲ୍ ଖାମେନେଇଙ୍କ ଗୁପ୍ତ ଠିକଣା ପାଇଥିଲେ ବୋଲି ଚର୍ଚ୍ଚା ହେଉଛି। ତା’ପରେ ଖାମେନେଇଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ ଇସ୍ରାଏଲ ଓ ଆମେରିକା ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ଆହୁରି ପଢନ୍ତୁ- RCB ପାଇଁ ଖୁସି ଖବର: ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍‌ ମ୍ୟାଚ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe