Photograph: (www.azistaindustries.com)
ନୂଆଦିଲ୍ଲୀ: ଭାରତ ଘରୋଇ ମହାକାଶ କ୍ଷେତ୍ରରେ ନିଜର କ୍ଷମତା ବୃଦ୍ଧି କରୁଛି। ଅହମଦାବାଦ ସ୍ଥିତ ଆଜିସ୍ତା ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍, ଏହାର ଏରୋସ୍ପେସ୍ ଭର୍ଟିକାଲ୍ ମାଧ୍ୟମରେ ଏକ ଉପଗ୍ରହରୁ କକ୍ଷପଥରେ ଥିବା ବସ୍ତୁଗୁଡ଼ିକର ଚିତ୍ର ଉତ୍ତୋଳନ କରିବାର ସ୍ୱଦେଶୀ କ୍ଷମତା ପ୍ରଦର୍ଶନ କରିଛି। ଭାରତର କକ୍ଷପଥ ଗୁପ୍ତଚରୀକୁ ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ୮୦-କିଲୋଗ୍ରାମ ଓଜନର ପୃଥିବୀ-ପର୍ଯ୍ୟବେକ୍ଷଣ ଉପଗ୍ରହ ଏଏଫ୍ଆର୍ ବ୍ୟବହାର କରି ଆଜିଷ୍ଟା ଫେବ୍ରୁଆରି ୩ ତାରିଖରେ ସତର୍କତାର ସହିତ ଦୁଇଟି ଯୋଜନାବଦ୍ଧ ପରୀକ୍ଷଣ ସମୟରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ର ଚିତ୍ର ସଫଳତାର ସହ ଉଠାଇଛି। ଏହି ସଫଳତା ଭାରତର ଘରୋଇ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆରମ୍ଭ। ଏହାକୁ ସାରା ବିଶ୍ୱରେ ଏକ ରଣନୈତିକ ସଫଳତା ଭାବେ ଦେଖାଯାଉଛି।
Education: ପ୍ରଧାନଶିକ୍ଷକ, ହୋଷ୍ଟେଲ ଅଧୀକ୍ଷକଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ୍
ଆଜିଷ୍ଟାର ଏହି ପ୍ରଦର୍ଶନ କେବଳ ଏକ ବୈଷୟିକ ସଫଳତା ନୁହେଁ। ଏହା ପ୍ରମାଣିତ କରିଛି ଯେ, ସମ୍ପୂର୍ଣ୍ଣ ଭାବରେ ଭାରତରେ ବିକଶିତ ସ୍ୱଦେଶୀ ଆଲଗୋରିଦିମ୍, ଇଲେକ୍ଟ୍ରୋ-ଅପ୍ଟିକାଲ୍ ସିଷ୍ଟମ୍ ଓ ସାଟେଲାଇଟ୍ ଇଞ୍ଜିନିୟରିଂ ଦ୍ବାରା କକ୍ଷପଥରେ ଥିବା ବସ୍ତୁଗୁଡ଼ିକୁ ଟ୍ରାକ୍ ଓ ଚିହ୍ନଟ କରିବା ପାଇଁ ବ୍ୟବହାର କରାଯାଇପାରିବ। ସଫଳ ପରୀକ୍ଷଣ ପରେ ଆଜିଷ୍ଟାର ପରିଚାଳନା ନିର୍ଦ୍ଦେଶକ ଶ୍ରୀନିବାସ ରେଡ୍ଡୀ କହିଛନ୍ତି ଯେ, ଏଏଫ୍ଆର୍ ଆଜି ଅନେକ ଗ୍ରାହକଙ୍କୁ ଉନ୍ନତ ଇମେଜିଂ ଓ ରିମୋଟ୍-ସେନ୍ସିଂ ସମାଧାନ ପ୍ରଦାନ କରୁଛି ତଥା ଏବେ ସମ୍ପୂର୍ଣ୍ଣ ସ୍ୱଦେଶୀ ସିଷ୍ଟମ୍ ବ୍ୟବହାର କରି ନନ୍-ଆର୍ଥ ଇମେଜିଂ (ଏନ୍ଇଆଇ) ପ୍ରଦର୍ଶନ କରିଛି। ଏହି ପ୍ରଯୁକ୍ତିବିଦ୍ୟା ଆମର ଏନ୍ଇଆଇ ଓ ଏସ୍ଏସ୍ଏ ପେଲୋଡ୍ଗୁଡ଼ିକ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହା କକ୍ଷପଥରେ ଥିବା ବସ୍ତୁଗୁଡ଼ିକର ଟ୍ରାକିଂ ଓ ଚିହ୍ନଟ କରିବାରେ ସହାୟତା କରିବ। ଏହି ପ୍ରଯୁକ୍ତିବିଦ୍ୟା ଦ୍ବାରା ଆସୁଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରଗୁଡ଼ିକୁ ନିରୀକ୍ଷଣ କରିବାରେ ମଧ୍ୟ ସହାୟତା ମିଳିବ ବୋଲି ସେ କହିଛନ୍ତି।
Follow Us