ବିଜନୌର: ଗତକାଲି ଦୀପାବଳିରେ ଉତ୍ତରପ୍ରଦେଶର ବିଜନୌରରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଦୀପାବଳି ରାତିରେ ଯେତେବେଳେ ସମଗ୍ର ଗାଁ ଆଲୋକ ଏବଂ ଖୁସିରେ ବୁଡ଼ି ରହିଥିଲା; ସେତେବେଳେ ବିଜନୌରର ହୁସେନପୁର ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି।

Advertisment

ସାମାଜିକ ପ୍ରତିବନ୍ଧକ ଏବଂ ପାରିବାରିକ ଅସନ୍ତୋଷ ଯୋଗୁ ପରସ୍ପରକୁ ପାଇପାରିବାର କୌଣସି ବାଟ ନପାଇ ଏକ ପ୍ରେମୀ ଯୁଗଳ ସବୁଦିନ ପାଇଁ ନୀରବ ହୋଇ ଯାଇଛନ୍ତି। ‘ଯଦି ଆମେ ବଞ୍ଚିଥିବା ସମୟରେ ଏକ୍‌ ହୋଇପାରିଲେ ନାହିଁ, ତେବେ ମୃତ୍ୟୁ ପରେ ଏକ୍‌ ହେବା’। ଏଭଳି ଏକ ସଂକଳ୍ପ ନେଇ ଜଙ୍ଗଲ ଭିତରକୁ ଯାଇ ବିଷାକ୍ତ ପଦାର୍ଥ ଖାଇ ଜୀବନ ହାରି ଦେଇଛନ୍ତି ଦୁହେଁ।

ଜୀବନ ହାରିଲେ କାହିଁକି?

ଘଟଣାରୁ ପ୍ରକାଶ କି, ମହିଳା ଜଣକ ଅନ୍ୟତ୍ର ବିବାହ କରିଥିଲେ। ହେଲେ କିଛି ମାସ ତ‌ଳେ ସେ ନିଜ ଗ୍ରାମର ତାଙ୍କଠାରୁ ବୟସରେ ସାନ ଏକ ପିଲା ସହ ପ୍ରେମ‌ରେ ପଡ଼ିଥିଲେ। ମହିଳା ଦୁଇଟି ଛୋଟ ପିଲାର ମାଆ ହୋଇସାରିବା ପରେ ବି ପରପୁରୁଷ ପ୍ରେମରେ ଉବୁଟୁବୁ ହେଉଥିଲେ। ତେବେ ପ୍ରେମିକଙ୍କ ବୟସ ଥିଲା ମାତ୍ର ୧୯ ବର୍ଷ।

ଆହୁରି ପଢ଼ନ୍ତୁ: ଆଇପିଏସ୍‌ଙ୍କ ଆତ୍ମହତ୍ୟା ସମୟରେ ଘରେ ଉପସ୍ଥିତ ଥଲେ ତାଙ୍କ ଝିଅ

ବିଜନୌର ଜିଲ୍ଲାର କିରତପୁର ଥାନା ଅଞ୍ଚଳରେ ଅବସ୍ଥିତ ହୁସେନପୁର ଗାଁରେ ଦୀପାବଳି ସନ୍ଧ୍ୟାରେ ଲୋକମାନେ ନିଜ ଘର ସଜାଇବା, ପୂଜା ପାଇଁ ପ୍ରସ୍ତୁତି ଏବଂ ଦୀପ ଜାଳିବାରେ ବ୍ୟସ୍ତ ଥିଲେ। ଏହି ସମୟରେ ଗାଁ ବାହାରେ ଥିବା ଜଙ୍ଗଲରେ ପ୍ରେମୀ ଯୁଗଳଙ୍କୁ ଅତ୍ୟନ୍ତ ଦୁଃଖଦ ଅବସ୍ଥାରେ ପାଇଲେ ଗାଁ ଲୋକେ। ‌ଯେତେବେଳେ ଗାଁ ଲୋକେ ଦେଖିବାକୁ ପାଇଲେ, ସେତେବେଳକୁ ଉଭୟେ ଚେତାଶୂନ୍ୟ ଥିଲେ। ସେମାନଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ସେମାନଙ୍କ ଅବସ୍ଥା ଆହୁରି ଖରାପ ହେବାରୁ ସେମାନଙ୍କୁ ବିଜନୌର ମେଡିକାଲ କଲେଜକୁ ପଠାଯାଇଥିଲା। ତଥାପି ବିଳମ୍ବିତ ରାତିରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତରମାନେ ଜାଣିବାକୁ ପାଇଛନ୍ତି ଯେ ଉଭୟ ବିଷାକ୍ତ ପଦାର୍ଥ ଖାଇଛନ୍ତି। ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ମାତାଲ୍ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ: ସ୍ତ୍ରୀଙ୍କର ତଣ୍ଟି ଚିପି ହତ୍ୟା

ମୃତକଙ୍କ ନାମ ଆରତୀ (୩୩), ଯିଏକି କିଛି ବର୍ଷ ପୂର୍ବେ ଜଗମୋହନ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ମୃତ ଯୁବକ ହେଲେ ଲଳିତ (୧୯ ବର୍ଷ)। ଦୁହେଁ ଗୋଟିଏ ଗାଁରେ ରହୁଥିଲେ। ଆରତୀ ଏବଂ ଲଳିତ ଗତ କିଛି ମାସ ଧରି ସମ୍ପର୍କରେ ଥିଲେ। ସେମାନଙ୍କ କଥା ଗାଁରେ ପ୍ରଚାରିତ ହେବା ପରେ ସେମାନେ ବହୁ ସମ‌ାଲୋଚନାର ବି ଶିକାର ହୋଇଥିଲେ। 

extramarital affair | uttarpradesh