ROBERT VADRA concerned for the safety of Hindus Photograph: (sambad.in)
ନୂଆଦିଲ୍ଲୀ:ବ୍ୟବସାୟୀ ଏବଂ କଂଗ୍ରେସ ନେତା ତଥା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି।
ସେ କହିଛନ୍ତି, ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଦୃଢ଼ ସ୍ବରରେ ନିନ୍ଦା କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି, କୌଣସି ଦେଶର ରାଜନୈତିକ ଅସ୍ଥିରତା,ପ୍ରଶାସନିକ ବିଫଳତା କିମ୍ବା ଆଦର୍ଶଗତ ପରିବର୍ତ୍ତନ କୌଣସି ସମ୍ପ୍ରଦାୟ ବିରୋଧରେ ହିଂସାକୁ ଯଥାର୍ଥ କରିପାରିବ ନାହିଁ।
ଆହୁରି ପଢ଼ନ୍ତୁ:Hasina Blames Yunus: ବାଂଲାଦେଶରେ ଚରମପନ୍ଥୀଙ୍କୁ ବେଲଗାମ୍ କରିଛନ୍ତି ୟୁନୁସ୍, ହିନ୍ଦୁଙ୍କ ଉପରେ ଆକ୍ରମଣ ନେଇ ହସିନାଙ୍କ ମନ୍ତବ୍ୟ
ସେ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ ଯେ ଭାରତୀୟମାନେ, ବିଶେଷକରି ହିନ୍ଦୁମାନେ ଅନ୍ୟ ଦେଶର ଆଭ୍ୟନ୍ତରୀଣ ଅଶାନ୍ତିର ପରିଣାମ ଭୋଗିବେ। ସେ ଗୁରୁତ୍ୱାରୋପ କରିଛନ୍ତି, ମାନବାଧିକାର ଏବଂ ସଂଖ୍ୟାଲଘୁଙ୍କ ସୁରକ୍ଷାକୁ କେବେ ବି ରାଜନୈତିକ ବିଶୃଙ୍ଖଳାର ବଳିଦାନ ହେବାକୁ ଦିଆଯିବା ଉଚିତ୍ ନୁହେଁ।
ହିନ୍ଦୁମାନଙ୍କ ଉପରେ ହିଂସା ବୃଦ୍ଧି ପାଉଛି
ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ ଜାରି ରହିଥିବା ରିପୋର୍ଟ ମଧ୍ୟରେ ଭଦ୍ରାଙ୍କ ଏହି ମନ୍ତବ୍ୟ ଆସିଛି । ରିପୋର୍ଟ ଅନୁଯାୟୀ, ଗତ ତିନି ସପ୍ତାହ ମଧ୍ୟରେ ପୃଥକ ହିଂସାତ୍ମକ ଘଟଣାରେ ହିନ୍ଦୁ ସମ୍ପ୍ରଦାୟର ପାଞ୍ଚ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଗତ କିଛି ଦିନ ମଧ୍ୟରେ ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ହିଂସା ଘଟଣା ରିପୋର୍ଟ ହୋଇଛି। ନିକଟରେ ଜଣେ ହିନ୍ଦୁ ବିଧବାଙ୍କୁ ଆକ୍ରମଣ ଏବଂ ଦୁଷ୍କର୍ମ କରାଯାଇଥିଲା।
ହିନ୍ଦୁ ସାମ୍ବାଦିକଙ୍କୁ ହତ୍ୟା
ସୋମବାର ସନ୍ଧ୍ୟାରେ,ବାଂଲାଦେଶର ଯଶୋର ଜିଲ୍ଲାର ମୋନିରାମପୁର ଅଞ୍ଚଳରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ରାଣା ପ୍ରତାପ ବୈରାଗୀ ନାମକ ମୃତକ ଏକ ସ୍ଥାନୀୟ ଖବରକାଗଜର କାର୍ଯ୍ୟକାରୀ ସମ୍ପାଦକ ମଧ୍ୟ ଥିଲେ। ଏପରି ଘଟଣା ବାଂଲାଦେଶର ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ଯାହାକୁ ଦେଖି ଲୋକମାନେ ନିଜ ଘରେ ଲୁଚି ରହିବାକୁ ବାଧ୍ୟ ହେଉଛନ୍ତି।
ପୁଲିସ କ'ଣ କହୁଛି?
ପୁଲିସ କହିଛି, ରାଣା ପ୍ରତାପ ବୈରାଗୀଙ୍କ ବିରୋଧରେ ହତ୍ୟା, ଦୁଷ୍କର୍ମ ଏବଂ ବିସ୍ଫୋରକ ସାମଗ୍ରୀ ଆଇନ ଅଭିଯୋଗରେ ବିଭିନ୍ନ ଥାନାରେ ତିନୋଟି ମାମଲା ରୁଜୁ ହୋଇଛି। ଏହି ଘଟଣା ମଣିରାମପୁର ଉପକଣ୍ଠର ଏକ ବଜାରରେ ଘଟିଛି। ରାଣା ପ୍ରତାପ ବୈରାଗୀଙ୍କ ହତ୍ୟା ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। କିନ୍ତୁ ତାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ପୁଲିସ କହିଛି, ତଦନ୍ତ ଚାଲିଛି ଏବଂ ସମସ୍ତ ଦିଗକୁ ବିଚାର କରାଯାଉଛି।
ଆହୁରି ପଢ଼ନ୍ତୁ:Murder: ପାରିବାରିକ ଶତ୍ରୁତା ନେଲା ଉଗ୍ରରୂପ, ଯୁବକଙ୍କୁ ନିର୍ମମ ହତ୍ୟା
Follow Us