ଅଧା ଭାରତକୁ ବର୍ଷା ଆଲର୍ଟ: ଦେଶର ବିଭିନ୍ନ ରାଜ୍ୟରେ ବର୍ଷା କରିବ ବିତ୍ପାତ, ବେହାଲ ହେବ ଅନେକ ସ୍ଥାନ..

Advertisment

ଲଗାଣ ବର୍ଷା ପାଇଁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ବର୍ଷା ପାଇଁ ଉବୁଡୁବୁ ହୋଇଛି ଅନେକ ସହର । ତେବେ ୧୯ ତାରିଖ ଅର୍ଥାତ ଆଜି ଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି

ଲଗାଣ ବର୍ଷା ପାଇଁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ବର୍ଷା ପାଇଁ ଉବୁଡୁବୁ ହୋଇଛି ଅନେକ ସହର । ତେବେ ୧୯ ତାରିଖ ଅର୍ଥାତ ଆଜି ଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି

rain india

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ବର୍ଷାର ତାଣ୍ଡବଲୀଳା । ଅଧା ଦେଶକୁ ମୌସୁମୀ ଛୁଇଁ ସାରିଥିବା ବେଳେ ଏହାର ପ୍ରଭାବରେ ବର୍ଷା ଜାରି ରହିଛି । ଲଗାଣ ବର୍ଷା ପାଇଁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ବର୍ଷା ପାଇଁ ଉବୁଡୁବୁ ହୋଇଛି ଅନେକ ସହର । ତେବେ ୧୯ ତାରିଖ ଅର୍ଥାତ ଆଜି ଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।

ତେବେ ମଧ୍ଯ ଭାରତ, ପୂର୍ବୋତ୍ତର ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆନୁମାନ କରାଯାଇଥିବା ବେଳେ ଆଲର୍ଟ ଜାରି କରାଯାଇଛି । ଗୁଜୁରାଟ, ଗୋଆ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଓଡିଶା, ବିହାର, ଝାଡଖଣ୍ଡ, ପୂର୍ବ ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଆଦି ଅଞ୍ଚଳରେ ବର୍ଷାର ବିତ୍ପାତ ଦେଖାଦେଇପାରେ ବୋଲି ଆକଳନ କରାଯାଇଛି ।

ସେପଟେ ଗତକାଲି ବର୍ଷାରେ ଉବୁଟୁବୁ ହୋଇଛି ଉତ୍ତର ଭାରତ । ବର୍ଷା ବିତ୍ପାତ ଯୋଗୁଁ ଚାରିଆଡେ ପାଣି ପାଣି । ଘର ଦ୍ବାର, ନଈନାଳ, ରାସ୍ତା ସବୁ ପାଣି ଘେରରେ । ମୌସୁମୀ ବର୍ଷା ସାଙ୍ଗକୁ ଲଘୁଚାପ । କେବଳ ଓଡ଼ିଶା ପାଇଁ ନୁହେଁ ବରଂ ଦେଶର ବିଭିନ୍ନ ରାଜ୍ୟରେ ସମସ୍ୟାକୁ ଡାକି ଆଣିଛି । ଆସାମ, ଗୁଜରାଟ ଓ କର୍ଣ୍ଣାଟକରେ ଏବେଠୁ ଦେଖାଦେଲାଣି ବନ୍ୟା ସମସ୍ୟା । ଗୁଜରାଟରେ ଲଗାଣ ବର୍ଷା ପରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ନଦୀ କୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି । ସେପଟେ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢ଼ିବା ଯୋଗୁଁ ବିଭିନ୍ନ ଜିଲ୍ଲାକୁ ଘାରିଛି ବନ୍ୟା ସମସ୍ୟା । 

ଅଧିକ ପଢନ୍ତୁ-

ବର୍ଷାରେ ବେହାଲ ଉତ୍ତର ଭାରତର ଅନେକ ରାଜ୍ୟ: ଲଗାଣ ବର୍ଷା ବଢାଇଲା ବନ୍ୟା ଆଶଙ୍କା..

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe