Khamenei Defends Hijab: ପାଶ୍ଚାତ୍ୟ ଦେଶ ମହିଳାଙ୍କୁ ୟୁଜ୍ ଆଣ୍ଡ୍ ଥ୍ରୋ ବୋଲି ଭାବନ୍ତି:ଖାମେନି

ଇରାନୀ ନେତା ଖାମେନି ହିଜାବ ଏବଂ କଠୋର ଡ୍ରେସ୍ କୋଡ୍‌କୁ ସମର୍ଥନ କରି କହିଛନ୍ତି ଯେ, ଏହା ସମାଜରେ ମହିଳାଙ୍କ ସୁରକ୍ଷା, ମର୍ଯ୍ୟାଦା ଏବଂ ନୈତିକତା ବଜାୟ ରଖିବାର ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ....

Western countries consider women as disposable

Western countries consider women as disposable Photograph: (sambad.in)

ତେହେରାନ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି, ଦେଶରେ ମହିଳାଙ୍କ ପାଇଁ କଠୋର ଡ୍ରେସ୍ କୋଡ୍‌କୁ  ସମର୍ଥନ କରିଛନ୍ତି। ସେ କହିଛନ୍ତି, ଏହି ନିୟମଗୁଡ଼ିକ ସଠିକ୍ ଏବଂ ମହିଳାଙ୍କ ସୁରକ୍ଷା ତଥା ମର୍ଯ୍ୟାଦା ପାଇଁ ଆବଶ୍ୟକ। ଖାମେନି ପାଶ୍ଚାତ୍ୟ ଦେଶଗୁଡ଼ିକର ସଂସ୍କୃତିକୁ ସମାଲୋଚନା କରି କହିଛନ୍ତି ଯେ, ସେଠାରେ ମହିଳାଙ୍କ ମର୍ଯ୍ୟାଦା ଆଘାତ ପାଇଥାଏ। 

ସେ କହିଛନ୍ତି, ଇସଲାମ ମହିଳାମାନଙ୍କୁ ଏକ ମୁକ୍ତ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିବାକୁ ଅନୁମତି ଦିଏ, ଯେତେବେଳେ ପାଶ୍ଚାତ୍ୟ ଦେଶଗୁଡ଼ିକରେ ମହିଳାମାନଙ୍କୁ ପ୍ରାୟତଃ କେବଳ ବସ୍ତୁ ଭାବରେ ବ୍ୟବହାର କରାଯାଇଥ‌ାଏ। ଖମେନିଙ୍କ ଏହି ବକ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଇରାନର ସଂସଦର ଅଧାରୁ ଅଧିକ ଲୋକ ହିଜାବ ଆଇନକୁ କାର୍ଯ୍ୟକାରୀ କରିବାରେ ବିଫଳ ହେବାର ଅଭିଯୋଗ ଆଣିଛନ୍ତି। 

ଆହୁରି ପଢ଼ନ୍ତୁ:USA-Taiwan Relations: ଲାଲ ରେଖା ଅତିକ୍ରମ କରନାହିଁ: ତାଇୱାନ-ଆମେରିକା ଘନିଷ୍ଠତା ନେଇ ଟ୍ରମ୍ପ୍‌ଙ୍କୁ ଚେତାବନୀ ଦେଲା ଚୀନ୍

ମହିଳା ପଣ୍ୟ ନୁହନ୍ତି

ଗୋଟିଏ ଦିନ ପରେ, ଖାମେନି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅନେକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ହିଜାବ ଏବଂ ଡ୍ରେସ୍ କୋଡ୍‌ର ନୈତିକ ଏବଂ ସାମାଜିକ ଯଥାର୍ଥତା ଉପରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ସେ ଯୁକ୍ତି ଦେଇଥିଲେ ଯେ, ଯେକୌଣସି ସମାଜର ପ୍ରାଥମିକ କର୍ତ୍ତବ୍ୟ ହେଉଛି ଏହାର ନାଗରିକ, ବିଶେଷକରି ମହିଳାମାନଙ୍କର ସୁରକ୍ଷା, ମର୍ଯ୍ୟାଦା ଏବଂ ସମ୍ମାନକୁ ରକ୍ଷା କରିବା। ତାଙ୍କ ଅନୁସାରେ, ପରିବାର ଏବଂ ସମାଜରେ ନ୍ୟାୟ ଏବଂ ନୈତିକତା ସୁନିଶ୍ଚିତ କରିବା ସରକାରଙ୍କର ଦାୟିତ୍ୱ।

ଖାମେନି କହିଛନ୍ତି, ପାଶ୍ଚାତ୍ୟ ପୁଞ୍ଜିବାଦୀ ବ୍ୟବସ୍ଥା ମହିଳାମାନଙ୍କର ବାଣିଜ୍ୟି କରିଥାଏ ଏବଂ ସେମାନଙ୍କ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଥାଏ। ସେ କହିଛନ୍ତି ଯେ, ପୁଞ୍ଜିବାଦୀ ତର୍କ ମହିଳାଙ୍କ ମର୍ଯ୍ୟାଦାକୁ ପଦଦଳିତ ଏବଂ ନଷ୍ଟ କରିଥାଏ। ସେ କହିଛନ୍ତି ପାଶ୍ଚାତ୍ୟ ଦେଶରେ ମହିଳାମାନେ ଭୌତିକ ଶୋଷଣର ଶିକାର ହୁଅନ୍ତି ଏବଂ ସମାନ କାମ ପାଇଁ ପୁରୁଷମାନଙ୍କ ତୁଳନାରେ କମ୍ ଦରମା ପାଆନ୍ତି। ପାଶ୍ଚାତ୍ୟ ଦେଶ ମହିଳାଙ୍କୁ ୟୁଜ୍ ଆଣ୍ଡ୍ ଥ୍ରୋ ବୋଲି ଭାବନ୍ତି। ମାତ୍ର ମହିଳାମାନେ ପଣ୍ୟ ବସ୍ତୁ ନୁହନ୍ତି।

"ମହିଳାମାନେ ଫୁଲ ପରି"

ଇରାନର ସର୍ବୋଚ୍ଚ ନେତା ଖାମେନି ମହିଳାମାନଙ୍କୁ ଫୁଲ ସହିତ ତୁଳନା କରି ଇସଲାମିକ ଦୃଷ୍ଟିକୋଣ ବ୍ୟାଖ୍ୟା କରିଛନ୍ତି। ସେ କହିଛନ୍ତି, ମହିଳାମାନେ ଘରର ଫୁଲ ପରି, ଯାହାକୁ କେବଳ ଘରୋଇ ଚାକର ଭାବରେ ଦେଖାଯିବା ଉଚିତ୍ ନୁହେଁ, ବରଂ ସେମାନଙ୍କର ଯତ୍ନ ଏବଂ ସମ୍ମାନ କରାଯିବା ଉଚିତ୍।

ଆହୁରି ପଢ଼ନ୍ତୁ:Son Fire Mother ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ, ମା‘ଙ୍କ ଦେହରେ ନିଆଁ ଲଗାଇ ଅଭିଯୁକ୍ତ ଫେରାର

ମହିଳାମାନେ ସମାଜ ଏବଂ ପରିବାରକୁ ସୌନ୍ଦର୍ଯ୍ୟ, ସୁଗନ୍ଧ ଏବଂ ସଦ୍ଗୁଣରେ ସମୃଦ୍ଧ କରନ୍ତି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଜଣେ ମହିଳା ଚାକର ନୁହଁନ୍ତି, ବରଂ ତାଙ୍କ ସମ୍ମାନ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ସମାଜ ଏବଂ ସରକାରଙ୍କ ନୈତିକ ଦାୟିତ୍ୱ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe