୧୭ ଜୁଲାଇରେ ଦିଲ୍ଲୀ ପାର୍କରେ ଜଗଦୀପ ଧନଖଡ଼ଙ୍କ ସହ କ’ଣ ଘଟିଥିଲା, ଯାହାପରେ ସେ ନେଇଥିଲେ ଇସ୍ତଫା ନିଷ୍ପତ୍ତି...

ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ହଠାତ୍ ଇସ୍ତଫା କଳ୍ପନାଜଳ୍ପନାକୁ ଖୋରାକ ଯୋଗାଇଛି। ରିପୋର୍ଟ ଅନୁସାରେ, ଜୁଲାଇ ୧୭ ତାରିଖରେ ଦିଲ୍ଲୀର ଏକ ପାର୍କରେ ସେ ପଡ଼ିଯାଇଥିଲେ, ଯାହା ପରେ ତାଙ୍କୁ ଚିକିତ୍ସା ସହାୟତା ଦିଆଯାଇଥିଲା। ଏଲଜି ଭିକେ ସାକ୍ସେନା ମଧ୍ୟ ତାଙ୍କ ସହିତ ଥିଲେ....

What happened to Jagdeep Dhankhar in Delhi Park on July 17, after which he decided to resign...

What happened to Jagdeep Dhankhar in Delhi Park on July 17, after which he decided to resign... Photograph: (sambad.in)

ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ହଠାତ୍ ଇସ୍ତଫା ଦେବା ନେଇ କଳ୍ପନାଜଳ୍ପନା ମଧ୍ୟରେ, ଏକ ନୂତନ ଖବର ସାମ୍ନାକୁ ଆସୁଛି। ସେ ତାଙ୍କ ଇସ୍ତଫାପତ୍ରରେ ଅସୁସ୍ଥତା ଦର୍ଶାଇଛନ୍ତି। ସୋମବାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହଠାତ୍ ଇସ୍ତଫା ଦେଇ ସେ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି।

ଏବେ ଏକ ରିପୋର୍ଟ ଆସିଛି ଯେ, ୧୭ ଜୁଲାଇରେ ଧନଖଡ଼  ଦିଲ୍ଲୀର ଏକ ପାର୍କରେ ପଡ଼ିଯାଇଥିଲେ। ସ୍ୱାସ୍ଥ୍ୟ ଖରାପ ଯୋଗୁ ସେ ଇସ୍ତଫା ଦେଇଛନ୍ତି।  କିନ୍ତୁ ବିରୋଧୀ ଦଳ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି ଏବଂ ଏହା ପାଇଁ ଅନ୍ୟ କୌଣସି କାରଣ ଥାଇପାରେ ବୋଲି ମତ ଦେଉଛନ୍ତି।

ରିପୋର୍ଟ ଅନୁଯାୟୀ, ୧୭ ଜୁଲାଇରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା ଏବଂ ସେ ତଳେ ପଡ଼ି ଯାଇଥିଲେ। ରିପୋର୍ଟରେ  କୁହାଯାଇଛି,  ଧନଖଡ଼ କିଛି ସମୟ ଧରି ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁସ୍ଥ ଅନୁଭବ କରୁ ନଥିଲେ।

୧୭ ତାରିଖରେ ସେ ତାଙ୍କ ପତ୍ନୀ ସୁଦେଶ ଧନଖଡ଼ଙ୍କ ସହିତ ଦିଲ୍ଲୀର ବନସେରା ପାର୍କ ଯାଇଥିଲେ।  ପାର୍କରେ ସେ  ତଳେ ପଡ଼ିଯାଇଥିଲେ। ସେଠାରେ ତାଙ୍କର ଅବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା।  ଯାହା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଦିଆଯାଇଥିଲା ଏବଂ ସେଠାରୁ ସହାୟତା ନେଇ ବାହାରକୁ ନିଆଯାଇଥିଲା। ଏହି ସମୟରେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସାକ୍ସେନା ଏବଂ ତାଙ୍କ ପତ୍ନୀ ସଙ୍ଗୀତା ସାକ୍ସେନା ମଧ୍ୟ ଉପସ୍ଥିତ ଥିଲେ।

ଅଧିକ ପଢ଼ନ୍ତୁ: ଡ୍ୟୁଟିକୁ ଫେରିବୁ ନାହିଁ: ରାଜରାସ୍ତାକୁ ଓହ୍ଲାଇଲେ ପିଓକେ ପୁଲିସ
 

୭୪ ବର୍ଷୀୟ ଧନଖଡ଼ଙ୍କ ସ୍ବସ୍ଥ୍ୟାବସ୍ଥା ଖରାପ ହେବା ଯୋଗୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଏମ୍ସରେ  ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା।  ଗତ ମାସ ଜୁନ୍ ୨୫ ତାରିଖରେ, ସେ ନୈନିତାଲରେ ଏକକାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ସମୟରେ ମଧ୍ୟ ଅଚେତ ହୋଇଯାଇଥିଲେ। ତେବେ ସୋମବାର, ମୌସୁମୀ ଅଧିବେଶନର ପ୍ରଥମ ଦିନରେ, ତାଙ୍କୁ ରାଜ୍ୟସଭାର କାର୍ଯ୍ୟ ପରିଚାଳନା କରିବା ସମୟରେ ନିଜର ସାଧାରଣ ଶୈଳୀରେ ଦେଖିବାକୁ ମିଳିଥିଲା।

ସୋମବାର ରାତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ଧନଖଡ଼ ଲେଖିଛନ୍ତି, ମୋ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଏବଂ ଡାକ୍ତରଙ୍କ ପରାମର୍ଶ ପାଳନ କରି, ମୁଁ ତୁରନ୍ତ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଉଛି। 

ଏହି ଇସ୍ତଫା ସାମ୍ବିଧାନିକ ଧାରା ୬୭ (କ) ଅନୁଯାୟୀ କାର୍ଯ୍ୟକାରୀ ହୋଇଛି।  ଧନଖର ୧୧ ଅଗଷ୍ଟ  ୨୦୨୨ ରେ ଉପରାଷ୍ଟ୍ରପତି ହୋଇଥିଲେ। ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ।  ତାଙ୍କର ତିନି ବର୍ଷର କାର୍ଯ୍ୟକାଳ ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ତାଙ୍କର କାର୍ଯ୍ୟକାଳ ଅଗଷ୍ଟ ୨୦୨୭ ପର୍ଯ୍ୟନ୍ତ ଥିଲା।

ଅଧିକ ପଢ଼ନ୍ତୁ: ବିଜେଡି ମା’ ଓ ଭଉଣୀଙ୍କ ସୁରକ୍ଷା ପାଇଁ ସ୍ବର ଉଠାଇବା ଜାରି ରଖିବ: ନବୀନ

jagdeep-dhankhar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe