ଭୁବନେଶ୍ବର : ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟ୍ସଆପ୍ (Whatsapp) ବ୍ୟବହାର କରୁଥିବା ବିଶ୍ବରେ କୋଟି କୋଟି ୟୁଜର ମଙ୍ଗଳବାର ସଂଧ୍ୟାରେ ଏହି ଆପ ବ୍ୟବହାର କରିବାବେଳେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ୟୁଜରମାନେ ମୁଖ୍ୟତଃ ଡେସ୍କଟପରେ ଏହାକୁ ବ୍ୟବହାର କରିବାବେଳେ ସମସ୍ୟାର ସମ୍ମୁଖୀନ ହେଉଥିଲେ । ତେବେ ମୋବାଇଲ ଆପରେ ଏହା ଚାଲୁଥିଲେ ବି ସାମାନ୍ୟ ଧୀମା ଥିଲା ।
ଆହୁରି ପଢନ୍ତୁ : White gold vs yellow gold: ଧଳା ସୁନାର ଚାହିଦା ବଢୁଛି:ହଳଦିଆ ସୁନା ପଛରେ ପଡ଼ିଲା
ବିଭିନ୍ନ ଓ୍ବେବସାଇଟର ଗତି ଉପରେ ନଜର ରଖିଥିବା ଓ୍ବେବସାଇଟ ଡାଉନ ଡିଟେକ୍ଟର (DownDetector)ର ରିପୋର୍ଟ ଅନୁସାରେ ମଙ୍ଗଳବାର ସଂଧ୍ୟା ୭ଟା ୪୮ମିନିଟରୁ ହ୍ବାଟ୍ସଆପର ଏହି ସମସ୍ୟା ଆରମ୍ଭ ହୋଇଥିଲା ଓ ତାହା ପ୍ରାୟ ୧ ଘଣ୍ଟା ଧରି ଅଚଳ ରହିଥିଲା । ଏହି ସମୟରେ Whatsapp web ଖୋଲିଲେ ତାହା ଆପ୍ ଡାଉନଲୋଡ କରିବାକୁ କହୁଥିଲା, କିନ୍ତୁ ଆପ ଡାଉନଲୋଡ ହେଉନଥିଲା । ଜଣେ ୟୁଜର ଲେଖିଛନ୍ତି ଯେ ହ୍ବାଟ୍ସଆପର ଇଣ୍ଟରଫେସ ଲୋଡ ହେଉଥିଲେ ବି ଚାଟ ଓ ଷ୍ଟାଟସ ଲୋଡ୍ ହେଉନଥିଲା । ସେହିପରି ଆଉଜଣେ ୟୁଜର ଲେଖିଛନ୍ତି ଯେ ଆଇଫୋନରେ ଗତକାଲିଠାରୁ ହ୍ବାଟ୍ସଆପ୍ ସମସ୍ୟା ଦେଖାଉଛି । ଏହି ସମସ୍ୟା କେବଳ ଭାରତରେ ନୁହେଁ ଆମେରିକା, ୟୁକେ, ବ୍ରାଜିଲ, ପେରୁ ଓ ୟୁରୋପର ଅଧିକାଂଶ ଦେଶରେ ଏହି ସମସ୍ୟା ଦେଖାଯାଉଥିଲା । ତେବେ ରାତି ୯ଟା (ଭାରତୀୟ ସମୟ) ପରେ ସ୍ଥିତି ସ୍ବାଭାବିକ ହୋଇଥିବା ଡାଉନଡିଟେକ୍ଟର ଦର୍ଶାଉଛି ।
ଆହୁରି ପଢନ୍ତୁ : Bihar Elections: ୧୦% ସବର୍ଣ୍ଣଙ୍କ ନିୟନ୍ତ୍ରଣରେ ସେନା: ରାହୁଲ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/02/28/wnmeoBxZv80lJUXwkux9.jpg)