ପାକିସ୍ତାନ ବଡ଼ବଡ଼ କଥା କହୁଥିବାବେଳେ ଭାରତ କରିଲା ଆତଙ୍କବାଦୀଙ୍କ ମୂଳପୋଛ

ପହଲଗାମ ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେଇ ଭାରତ ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ବାୟୁସେନା ଆକ୍ରମଣ କରିଛି। ଏହି କାର୍ଯ୍ୟାନୁଷ୍ଠାନ ହଠାତ୍ ନିଆଯାଇଛି। ଫଳରେ ପାକିସ୍ତାନ ଆଶ୍ଚର୍ଯ୍ୟ ହୋଇଯାଇଛି। ବଡ଼ ବଡ଼ କଥା କହୁଥିବା ପାକିସ୍ତାନ ଏହି ଆକ୍ରମଣ ନେଇ ଜଳକା ହୋଇ ଯାଇଛି...

ଅଦ୍ୟତନ ହୋଇଛି
While Pakistan was talking big, India was rooting out terrorists.

While Pakistan was talking big, India was rooting out terrorists. Photograph: (sambad.in)

ନୂଆଦିଲ୍ଲୀ: ଭାରତ ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି। ଭାରତୀୟ ବାୟୁସେନାର ବିମାନ ପିଓକେ ଏବଂ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛନ୍ତି। ଭାରତର କାର୍ଯ୍ୟାନୁଷ୍ଠାନ ଯୋଗୁ ଆତଙ୍କବାଦୀ ହାଫିଜ୍ ସଇଦ ଏବଂ ମାସୁଦ ଆଝାରଙ୍କ ଆଡ୍ଡା ଧ୍ୱଂସ ହୋଇଥିବା ଜଣାପଡ଼ିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି। ଭାରତର ଏହି ଆକ୍ରମଣ ପରେ, ସମଗ୍ର ବିଶ୍ୱ ଭାରତର ଶକ୍ତିକୁ ସ୍ୱୀକାର କରୁଛି।

ପାକିସ୍ତାନର ନେତାମାନେ ବାରମ୍ବାର ମନ୍ତବ୍ୟ ଦେଉଥିଲେ ଯେ, ଭାରତ ଆକ୍ରମଣ କରିବା ଭଳି ସାହସ କରିବା ଉଚିତ୍ ନୁହେଁ, ନଚେତ୍ ପରିଣାମ ଖରାପ ହେବ। ପହଲଗାମ ଆକ୍ରମଣ ପରେ ଭାରତୀୟ ସେନା ସୂଚନା ଦେଇଛି ଯେ, ଏହା ଅପରେସନ ସିନ୍ଦୂର ଅନ୍ତର୍ଗତ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ଏହି ଆକ୍ରମଣରେ ୫୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଇଛି। ଏସବୁ ଆଡ୍ଡାରୁ ଭାରତ ଉପରେ ଆକ୍ରମଣ ଯୋଜନା କରାଯାଉଥିଲା। ଭାରତ ଏହି ଆକ୍ରମଣ ବହୁତ ବୁଦ୍ଧିମାନର ସହିତ କରିଛି ଏବଂ ପୁଣି ଥରେ ପାକିସ୍ତାନକୁ ବୋକା ବନାଇ ଦେଇଛି।

ପ୍ରଥମ ଦିନରେ ହିଁ ଭାରତ ପକ୍ଷରୁ ପହଲଗାମ ଆକ୍ରମଣର ପ୍ରତିଶୋଧ ନେବାର ଘୋଷଣା କରାଯାଇଥିଲା। କିନ୍ତୁ ଏହା କେବେ ଏବଂ କିପରି କରାଯିବ ସେ ବିଷୟରେ କୌଣସି ସୂଚନା ଦିଆଯାଇ ନଥିଲା। ଆକ୍ରମଣ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରନ୍ତର ସୁରକ୍ଷା ଅଧିକାରୀଙ୍କ ସହ ବୈଠକ କରୁଥିଲେ।

ଅଧିକ ପଢ଼ନ୍ତୁ: ଭାରତର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ମାରୁଛି ଗୁଳି: ଏଲଓସିରେ ଗୁଳିମାଡ଼, ୩ ଜଣଙ୍କ ମୃତ୍ୟୁ...

୨୨ ଏପ୍ରିଲର ପ୍ରାୟ ଦୁଇ ସପ୍ତାହ ପରେ, ଭାରତ ସରକାର ଘୋଷଣା କରିଛନ୍ତି ଯେ, ୭ ମେ’ରେ ସାରା ଦେଶରେ ଏକ ମକ୍ ଡ୍ରିଲ୍ କରାଯିବ। ଯାହା ପରେ ପାକିସ୍ତାନ ନିଶ୍ଚିତ ଥିଲା ଯେ ଏହି ଆକ୍ରମଣ କେବଳ ୭ମ‌େ’ ପରେ ହେବ କିନ୍ତୁ ଭାରତୀୟ ସେନା ପାକିସ୍ତାନକୁ ଜଳକା କରି ଦେଇଛି। ମେ’୭ ଅର୍ଥାତ୍ ମଙ୍ଗଳବାର ଏବଂ ବୁଧବାର ଅଧରାତିରେ ପାକିସ୍ତାନକୁ ଚକିତ କରି ଆକ୍ରମଣ କରିଛି। 

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ଭାରତର ଏୟାର ଷ୍ଟ୍ରାଇକ୍: ଟଳିପଡ଼ିଲେ ୫୦ ଆତଙ୍କବାଦୀ, ପ୍ରଧାନମନ୍ତ୍ରୀ ଦେଖୁଥିଲେ ‘ଅପରେସନ ସିନ୍ଦୂର’ର ସମସ୍ତ ଦୃଶ୍ୟ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe