ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ମନମୋହନ ସିଂଙ୍କ ପରଲୋକ ପରେ ତାଙ୍କ ତିନିଝିଅଙ୍କୁ ନେଇ ଚର୍ଚ୍ଚା ହେଉଛି। 

Advertisment

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ତିନି ଝିଅ ଅଛନ୍ତି। ସେମାନେ ହେଲେ ଉପିନ୍ଦର ସିଂହ, ଦମନ ସିଂହ ଏବଂ ଅମୃତ ସିଂହ। ମନମୋହନଙ୍କ ତିନିଝିଅ ଭିନ୍ନଭିନ୍ନ କ୍ଷେତ୍ରରେ ବେଶ ସଫଳତା ଅର୍ଜନ କରି ନିଜନିଜ ଗୋଡ଼ରେ ଛିଡ଼ା ହୋଇଛନ୍ତି। 

ଅଧିକପଢ଼ନ୍ତୁ:ମୁଁ ମୋର ଗୁରୁ ଓ ମାର୍ଗଦର୍ଶକଙ୍କୁ ହରାଇ ଦେଇଛି

ଉପନ୍ଦର ସିଂହ ସେଣ୍ଟ ଷ୍ଟିଫନ୍ସ କଲେଜ, ଦିଲ୍ଲୀ ଏବଂ ମ୍ୟାକଗିଲ ୟୁନିଭରସିଟି, ମଣ୍ଟ୍ରିଆଲରୁ ଡିଗ୍ରି ହାସଲ କରିଛନ୍ତି। ପ୍ରାଚୀନ ଭାରତୀୟ ଇତିହାସରେ ଉପିନ୍ଦର ଗୁରୁତ୍ୱପୂର୍ଣ୍ଣ କାମ କରିଛନ୍ତି । ସେ ଏହା ଉପରେ ଅନେକ ପୁସ୍ତକ ଲେଖିଛନ୍ତି। ଯେଉଁଥିରେ ପ୍ରାଚୀନ ଏବଂ ମଧ୍ୟଯୁଗୀୟ ଭାରତର ଇତିହାସ ଏବଂ ପ୍ରାଚୀନ ଭାରତରେ ରାଜନୈତିକ ହିଂସା ଅନ୍ତର୍ଭୁକ୍ତ ରହିଛି। ତାଙ୍କୁ ୨୦୦୯ ରେ ସାମାଜିକ ବିଜ୍ଞାନରେ ଇନଫୋସିସ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଦମନ ସିଂହ ୧୯୬୩ ମସିହା ସେପ୍ଟେମ୍ବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଦମନ ପରିବେଶ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ପୁସ୍ତକ ଲେଖିଛନ୍ତି। ଦାମନ ଆଇପିଏସ୍ ଅଧିକାରୀ ଅଶୋକ ପଟ୍ଟନାୟକଙ୍କୁ ବିବାହ କରିଛନ୍ତି। ତାଙ୍କର ଏକ ପୁତ୍ର ମଧ୍ୟ ଅଛି।

ଅଧିକପଢ଼ନ୍ତୁ:କେତେ କୋଟିର ସମ୍ପତ୍ତି ଛାଡ଼ିଯାଇଛନ୍ତି ଡ. ମନମୋହନ ସିଂହ?

ଅମୃତ ସିଂ ଆମେରିକୀୟ ସିଭିଲ୍ ଲିବର୍ଟିସ୍ ୟୁନିଅନ୍ର ଷ୍ଟାଫ୍ ଆଟର୍ଣ୍ଣି ଏବଂ ଷ୍ଟାନଫୋର୍ଡ ଲ ସ୍କୁଲର ଆଇନ ପ୍ରଫେସର ଅଛନ୍ତି। କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଅମୃତ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ଅକ୍ସଫୋର୍ଡ ୟୁନିଭରସିଟିରୁ ଦର୍ଶନ ଶାସ୍ତ୍ରରେ ସ୍ନାତକୋତ୍ତର ପାଇବା ପରେ ୟେଲ ଲ ସ୍କୁଲରୁ ଆଇନ ଡିଗ୍ରି ହାସଲ କରିଥିଲେ। ସେ ଗୁରୁତ୍ୱପୂର୍ଣ୍ଣ ଆଇନଗତ ମାମଲାରେ କାମ କରିବା ସହିତ ଓପନ୍ ସୋସାଇଟି ଇନିସିଏଟିଭ୍ ପାଇଁ ଓକିଲ ଭାବରେ ମଧ୍ୟ କାମ କରିଛନ୍ତି।