ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ପରବର୍ତ୍ତୀ ଜାତୀୟ ଅଧ୍ୟକ୍ଷ ଚୟନକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ବିଜେପିରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଦଳର କର୍ମୀ ତଥା ରାଜନୈତିକ ବିଶ୍ଳେଷକଙ୍କ ମଧ୍ୟରେ ଆଲୋଚନା ତୀବ୍ର ହୋଇଛି। ଦଳର ଶୀର୍ଷ ନେତୃତ୍ୱରେ ସମ୍ଭାବ୍ୟ ପରିବର୍ତ୍ତନକୁ ନେଇ ବିଭିନ୍ନ ନାମ ଉପରେ ଆଲୋଚନା କରାଯାଉଛି ଏବଂ ଦଳ ମଧ୍ୟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

Advertisment

ଏହି ପଦବୀ ପାଇଁ ଚୟନ ପ୍ରକ୍ରିୟାର ଏକ ଅଂଶ ଭାବରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଜାତୀୟ ନିର୍ବାଚନ ଅଧିକାରୀ ଏବଂ ରାଜ୍ୟ ୟୁନିଟ୍ ସହ ସମନ୍ୱୟ ରକ୍ଷା ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବାକୁ ଘୋଷଣା କରିଛନ୍ତି। ଏହି ପଦକ୍ଷେପ ସୂଚାଇ ଦେଉଛି ଯେ ଦଳ ଏହାର ସାଂଗଠନିକ ଢାଞ୍ଚାକୁ ମଜବୁତ କରିବା ସହିତ ନେତୃତ୍ୱ ବଦଳାଇବା ଦିଗରେ ସକ୍ରିୟ ହୋଇଛି।

ବିଶେଷକରି ଉତ୍ତରପ୍ରଦେଶ ଏବଂ ବିହାର ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପାଇଁ ବିଜେପି ହାଇକମାଣ୍ଡ ଜାତୀୟ ମହାସଚିବ ବିନୋଦ ତାୱଡେଙ୍କୁ ଏକ ଗୁରୁଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି। ଏହି ନିଷ୍ପତ୍ତି ନେଇ ଏବେ ରାଜନୈତିକସ୍ତରରେ କଳ୍ପନାଜଳ୍ପନା ତୀବ୍ର ହୋଇଛି ଯେ, ଜାତୀୟ ଅଧ୍ୟକ୍ଷ ପଦ ପାଇଁ ତାୱଡେ ଆଗରେ ରହିଛନ୍ତି। ଏହି ନିଯୁକ୍ତି ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ତାୱଡେଙ୍କୁ ଦଳର ଉଚ୍ଚ ପଦବୀର ଦାୟିତ୍ୱ ଦିଆଯାଉଛି ଏବଂ ସେ ଦଳର ଜାତୀୟ ଅଧ୍ୟକ୍ଷ  ହେବା ପାଇଁ ସେ ଏବେ ଜଣେ ପ୍ରମୁଖ ପ୍ରାର୍ଥୀ ହୋଇପାରିବେ।

ମହାରାଷ୍ଟ୍ର ନିର୍ବାଚନରେ ​​ଭୋଟ୍ ଦେବାର ଗୋଟିଏ ଦିନ ପୂର୍ବରୁ ଟଙ୍କା ବଣ୍ଟନ ଅଭିଯୋଗରେ ତାୱଡେ ସମ୍ବାଦରେ ଥିଲେ। ତେବେ ସେ ଏହାକୁ ଶସ୍ତା ଗୁଜବ ବୋଲି କହି ବିରୋଧୀ ଦଳକୁ ଦୃଢ଼ ନିନ୍ଦା କରିଥିଲେ। ଏହା ସହିତ  ସୁପ୍ରିୟା ସୁଲେଙ୍କ ସମେତ ବହୁ ବିରୋଧୀଦଳ ନେତାଙ୍କ ନିକଟକୁ ମାନହାନୀ ନୋଟିସ୍ ପଠାଇଥିଲେ। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ମହାରାଷ୍ଟ୍ର ନିର୍ବାଚନରେ ​​ଏହି  ଘଟଣା ବିଜେପିକୁ ବହୁତ ଲାଭ ଦେଇଛି।

ଅନ୍ୟ ଜାତୀୟ ମହାସଚିବ ଏବଂ ବିଜେପିର କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ବିଭିନ୍ନ ରାଜ୍ୟର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି।


କାହାକୁ କେଉଁ ଦାୟିତ୍ୱ:

ବିଜେପିର ଜାତୀୟ ସହ-ସଂଗଠନ ମନ୍ତ୍ରୀ ଶିବପ୍ରକାଶଙ୍କୁ ମଧ୍ୟପ୍ରଦେଶ, ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କରାଯାଇଛି। ତାଙ୍କୁ ସହଯୋଗ କରିବା ପାଇଁ ସରୋଜ ପାଣ୍ଡେ, ଗଜେନ୍ଦ୍ର ସିଂ ପଟେଲ ଏବଂ ଅରବିନ୍ଦ ମେନନଙ୍କୁ ଦାୟିତ୍ବ ଦିଆଯାଇଛି।

ଜାତୀୟ ମହାସଚିବ ସୁନୀଲ ବଂସଲଙ୍କୁ ପଶ୍ଚିମବଙ୍ଗ, ଆସାମ, ଝାଡଖଣ୍ଡ ଏବଂ ହରିୟାଣାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କରାଯାଇଛି। ତାଙ୍କ ସହ ସଞ୍ଜୟ ଜୟସ୍ବାଲ, ଅମିତ ମାଲବ୍ୟ ଏବଂ ରାଜୁ ବିସ୍ତାଙ୍କୁ ନିଯୁକ୍ତ କରାଯାଇଛି।

ଅଧିକ ପଢ଼ନ୍ତୁ: ସିନ୍ଦେଙ୍କ ବଡ଼ ଘୋଷଣା: ମୋଦୀ-ଶାହଙ୍କ ନିଷ୍ପତ୍ତି ଗ୍ରହଣ କରିବି

ଜାତୀୟ ଉପାଧ୍ୟକ୍ଷ ସୌଦାନ ସିଂଙ୍କୁ ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ଲଦାଖ ଏବଂ ଉତ୍ତରପ୍ରଦେଶର ପର୍ଯ୍ୟବେକ୍ଷକ କରାଯାଇଛି। ତାଙ୍କ ସହ ଶ୍ରୀକାନ୍ତ ଶର୍ମା, ରାଜକୁମାର ଚହର ଏବଂ ସତୀଶ ପୁନିଆ ମଧ୍ୟ ରହିବେ।

କେରଳ, ତାମିଲନାଡୁ, ପୁଡୁଚେରୀ, କର୍ଣ୍ଣାଟକ ଏବଂ ଲାକ୍ଷାଦ୍ୱୀପ ପାଇଁ ଜାତୀୟ ମହାସଚିବ ତରୁଣ ଚୁଙ୍ଗ୍‌ଙ୍କୁ ପର୍ଯ୍ୟବେକ୍ଷକ କରାଯାଇଛି। ତାଙ୍କ ସହ ନାଲିନ୍ କାଟେଲ, ପନ୍ ରାଧାକ୍ରିଷ୍ଣନ୍ ଏବଂ ୱାନାଥୀ ଶ୍ରୀନିବାସନ୍ ଯୋଗଦେବେ।

ଜାତୀୟ ମହାସଚିବ ଅରୁଣ ସିଂଙ୍କୁ ମହାରାଷ୍ଟ୍ର, ଗୋଆ,ଡାମନ ଦ୍ୱୀପ ଏବଂ ଦାଦର ନଗର ହଭେଲି ଦାୟିତ୍ବ ଦିଆଯାଇଛି।

ରାଷ୍ଟ୍ରୀୟ ମହାସଚିବ ରାଧା ମୋହନ ଦାସ ଅଗ୍ରୱାଲଙ୍କୁ ରାଜସ୍ଥାନ, ପଞ୍ଜାବ, ଚଣ୍ଡିଗଡ଼ ଏବଂ ଗୁଜୁରାଟର ପର୍ଯ୍ୟବେକ୍ଷକ କରାଯାଇଛି। ତାଙ୍କ ସହଯୋଗ ପାଇଁ ରିତୁରାଜ ସିହ୍ନା ଏବଂ ଅଶ୍ୱିନୀ ଶର୍ମାଙ୍କୁ ଦାୟିତ୍ବ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ରାତି ଅନ୍ଧାରରେ ପ୍ରଦର୍ଶନକାରୀଙ୍କୁ ଗୋଡ଼ାଇ ପିଟିଲା ପାକିସ୍ତାନୀ ସେନା

ଜାତୀୟ ମହାସଚିବ ଦୁଷ୍ମନ୍ତ ଗୌତମଙ୍କୁ ଓଡ଼ିଶା, ଆଣ୍ଡାମାନ ଏବଂ ନିକୋବରର ପର୍ଯ୍ୟବେକ୍ଷକ କରାଯାଇଛି।

ଉତ୍ତରପ୍ରଦେଶର ବିନୋଦ ତାୱଡେଙ୍କ ସହ ସଞ୍ଜିବ ଚୌରାସିଆ, ସଞ୍ଜୟ ଭାଟିଆ ଏବଂ ଲାଲ ସିଂ ଆର୍ଯ୍ୟଙ୍କୁ ଦାୟିତ୍ବ ଦିଆଯାଇଛି।