Next PM Of Bangladesh: ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ: ଦୌଡ଼ରେ ୪ ନାମ

Advertisment

ବାଂଲାଦେଶର ନିର୍ବାଚନୀ ଯୁଦ୍ଧରେ ପ୍ରଥମ ଥର ପାଇଁ, ଚାରି ଜଣ ନେତା ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଆଗୁଆ ଅଛନ୍ତି। କିଏ ଜିତିବ ତାହା ହେଉନା କାହିଁକି, ଏହି ଚାରି ଜଣଙ୍କ ମଧ୍ୟରୁ ଜଣଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯିବ....

ବାଂଲାଦେଶର ନିର୍ବାଚନୀ ଯୁଦ୍ଧରେ ପ୍ରଥମ ଥର ପାଇଁ, ଚାରି ଜଣ ନେତା ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଆଗୁଆ ଅଛନ୍ତି। କିଏ ଜିତିବ ତାହା ହେଉନା କାହିଁକି, ଏହି ଚାରି ଜଣଙ୍କ ମଧ୍ୟରୁ ଜଣଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯିବ....

Who is the next Prime Minister of Bangladesh

Who is the next Prime Minister of Bangladesh Photograph: (sambad.in)

ଢାକା:ବାଂଲାଦେଶରେ ନୂତନ ସରକାର ଗଠନ ଏବଂ ପ୍ରଧାନମନ୍ତ୍ରୀ ଚୟନ ପାଇଁ ସାଧାରଣ ନିର୍ବାଚନ ଯେକୌଣସି ସମୟରେ ଘୋଷଣା କରାଯାଇପାରେ। ନିର୍ବାଚନ କମିସନ ଜାତୀୟ ସଂସଦର ୩୦୦ ଆସନ ପାଇଁ ନିର୍ବାଚନ କରିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି। ଶେଖ ହସିନାଙ୍କୁ କ୍ଷମତାରୁ ବହିଷ୍କାର ପରେ, ବାଂଲାଦେଶର ନିର୍ବାଚନୀ ଦୃଶ୍ୟପଟ ସମ୍ପୂର୍ଣ୍ଣ ବଦଳି ଯାଇଛି।

ପ୍ରଥମ ଥର ପାଇଁ, ବାଂଲାଦେଶରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଚାରି ଜଣ ପ୍ରମୁଖ ଦାବିଦାର ଅଛନ୍ତି। ଏହି ଚାରି ଜଣ ପ୍ରଥମ ଥର ପାଇଁ ଏହି ପଦ ପାଇଁ ଦୌଡ଼ରେ ପ୍ରବେଶ କରିଛନ୍ତି। ତେବେ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ସେ ନେଇ ଭୋଟ୍ ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି।

ଆହୁରି ପଢ଼ନ୍ତୁ:CDF Munir Warns India: ପୁଣି ଭୁକିଲେ ମୁନିର: ଭାରତ କୌଣସି ଭ୍ରମରେ ରହିବା ଉଚିତ୍ ନୁହେଁ, ପ୍ରତିକ୍ରିୟା ପୂର୍ବ ଅପେକ୍ଷା କଠୋର ହେବ

ବାଂଲାଦେଶରେ ସରକାର ଗଠନ କରିବାକୁ ହେଲେ , ଜାତୀୟ ସଂସଦରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ୧୫୧ ଆସନ ଜିତିବା ଅତ୍ୟନ୍ତ ଜରୁରୀ। ଏଥର ବାଂଲାଦେଶରେ ରାଜନୈତିକ ପ୍ରତିଯୋଗିତା ତିନୋଟି ପ୍ରମୁଖ ଦଳ ମଧ୍ୟରେ ହେବାକୁ ଯାଉଛି। ସବୁଠାରୁ ପୁରୁଣା ଦଳ, ଆୱାମୀ ଲିଗ୍, ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ। ନିର୍ବାଚନ କମିସନ ଅନ୍ତରୀଣ ସରକାରଙ୍କ ଉଦ୍ୟମରେ ଆୱାମୀ ଲିଗ୍ ଉପରେ ନିଷିଦ୍ଧାଜ୍ଞା ଲଗାଇଛନ୍ତି।

ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ?

ତାରିକ ରହମାନ: ତାରିକ ରହମାନ  ବାଂଲାଦେଶର ସର୍ବବୃହତ ବିରୋଧୀ ଦଳର ନେତା ବିଏନପି ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରମୁଖ ପ୍ରାର୍ଥୀ। ବର୍ତ୍ତମାନ ଲଣ୍ଡନରେ ରହୁଥିବା ତାରିକ ରହମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ। ଏପର୍ଯ୍ୟନ୍ତ ବାଂଲାଦେଶରେ ହୋଇଥିବା ସମସ୍ତ ସର୍ଭେରେ ବିଏନପି ଆଗୁଆ ଥିବା ଦେଖାଯାଉଛି।

ଯଦି ସର୍ଭେ ଫଳାଫଳ ବାସ୍ତବରେ ଆସେ ତେବେ ତାରିକ ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ତାରିକଙ୍କ ମାଆ ଶେଷ ଥର ପାଇଁ ୨୦୦୧ ମସିହାରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେବେଠାରୁ, ତାରିକଙ୍କ ପରିବାର କ୍ଷମତା ବାହାରେ ଅଛି।

ପୁଣି ଜଣେ ମହିଳା ପ୍ରଧାନମନ୍ତ୍ରୀ !

ଜୁବୈଦା ରହମାନ: ତାରିକଙ୍କ ପତ୍ନୀ ଜୁବୈଦା ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡ଼ରେ ଅଛନ୍ତି। କୁହାଯାଉଛି ଯେ, ଯଦି ବିଏନପି କ୍ଷମତାକୁ ଆସେ ଏବଂ ତାରିକ କୌଣସି କାରଣରୁ ପ୍ରଧାନମନ୍ତ୍ରୀ ହୋଇ ନପାରିଲେ ଜୁବୈଦା ପରବର୍ତ୍ତୀ ପ୍ରାର୍ଥୀ ହୋଇପାରନ୍ତି। ଶେଖ ହାସିନାଙ୍କ ବିରୋଧରେ ବିଦ୍ରୋହ ହେବା ପରଠାରୁ ଜୁବୈଦା ବାଂଲାଦେଶୀ ରାଜନୀତିରେ ସକ୍ରିୟ ଅଛନ୍ତି।

ଜୁବୈଦାଙ୍କ ସ୍ୱାମୀ ଏପର୍ଯ୍ୟନ୍ତ ଲଣ୍ଡନରୁ ବାଂଲାଦେଶ ଫେରି ନଥିଲେ ମଧ୍ୟ, ଜୁବୈଦା ଢାକାରେ ଅଛନ୍ତି। ଦଳୀୟ କର୍ମୀଙ୍କ ସହ ନିୟମିତ ବୈଠକ କରୁଛନ୍ତି। ଗତ ୩୦ ବର୍ଷ ଧରି ବାଂଲାଦେଶର ରାଜନୀତିରେ ମହିଳା ନେତ୍ରୀମାନେ ପ୍ରାଧାନ୍ୟ ବିସ୍ତାର କରିଆସିଛନ୍ତି। ତେଣୁ, ଜୁବୈଦାଙ୍କୁ ନେଇ ସମ୍ଭାବନାକୁ ଦୃଢ଼ ବୋଲି ବିବେଚନା କରାଯାଉଛି।

ଶଫିକୁର ରହମାନ: ଶେଖ ହସିନାଙ୍କ କ୍ଷମତା ଛାଡିବା ପରେ ଜମାତ-ଏ-ଇସଲାମିର ଦ୍ରୁତ ବୃଦ୍ଧି ଘଟିଛି। ଫଳସ୍ୱରୂପ, ଜମାତ-ଏ-ଇସଲାମିର ଆମୀର ଶଫିକୁର ରହମାନଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ଭାବରେ ବିବେଚନା କରାଯାଉଛି। ଜମାତ-ଏ-ଇସଲାମି ସମସ୍ତ ଆସନରେ ଏକାକୀ ଲଢ଼ିବ ବୋଲି ଘୋଷଣା କରିଛି।

ଜମାତ ନେତାମାନେ ଧର୍ମକୁ ଏକ ପ୍ରସଙ୍ଗ କରି ନିର୍ବାଚନ ମଇଦାନରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତଥାପି, ବାଂଲାଦେଶ ଆନ୍ଦୋଳନରେ ଅତୀତର ଭୂମିକା ତାଙ୍କର ଆଗାମୀ ପଥକୁ କଷ୍ଟକର କରୁଛି।

ନାହିଦ ଇସଲାମ: ଶେଖ ହସିନାଙ୍କ କ୍ଷମତାଚ୍ୟୁତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଛାତ୍ର ନେତା ନାହିଦ ଇସଲାମଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ବୋଲି ବିବେଚନା କରାଯାଉଛି। ନିର୍ବାଚନ ଘୋଷଣା ପୂର୍ବରୁ ନାହିଦ ଏକ ତୃତୀୟ ସାମ୍ମୁଖ୍ୟ ଘୋଷଣା କରିଥିଲେ। ତାଙ୍କ ଦଳ ଅନ୍ୟ ସାତଟି ଦଳ ସହିତ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ କରିଛି।

ଆହୁରି ପଢ଼ନ୍ତୁ:Minor Rapes Attempt: ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ

ନାହିଦ ୟୁନୁସଙ୍କ ସରକାରରେ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଯଦି ପ୍ରତିଯୋଗିତା ତ୍ରିମୁଖୀ ହୁଏ ଏବଂ ତାଙ୍କ ଦଳ କିଙ୍ଗ୍‌ମେକର ଭାବରେ ଉଭା ହୁଏ, ତେବେ ସେ ପ୍ରଧାନମନ୍ତ୍ରୀ ମଧ୍ୟ ହୋଇପାରନ୍ତି। ନାହିଦ ଖୋଲାଖୋଲି ଭାବରେ ନିଜର ଦାବି ଉପସ୍ଥାପନ କରିବା ଆରମ୍ଭ କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe