Advertisment

Gold Price Drops: କାହିଁକି କମୁଛି ସୁନା ଦର

Advertisment

ଗତକିଛି ଦିନ ହେବ ଲଗାତର ଭାବେ ସୁନା ଦର ହ୍ରାସ ପାଉଛି। ବିଶ୍ୱ ବୁଲିଅନ୍‌ ବଜାରରେ ସୁନା ନିରନ୍ତର ହ୍ରାସ ପାଇଚାଲିଛି। ୧୮ ଅକ୍ଟୋବର ଧନତେରସରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ସୁନା ମୂଲ୍ୟକୁ ଦେଖିଲେ ପ୍ରାୟ ୧୦,୩୭୦ ଟଙ୍କା ପାର୍ଥକ୍ୟ ଦେଖାଯାଉଛି। 

ଗତକିଛି ଦିନ ହେବ ଲଗାତର ଭାବେ ସୁନା ଦର ହ୍ରାସ ପାଉଛି। ବିଶ୍ୱ ବୁଲିଅନ୍‌ ବଜାରରେ ସୁନା ନିରନ୍ତର ହ୍ରାସ ପାଇଚାଲିଛି। ୧୮ ଅକ୍ଟୋବର ଧନତେରସରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ସୁନା ମୂଲ୍ୟକୁ ଦେଖିଲେ ପ୍ରାୟ ୧୦,୩୭୦ ଟଙ୍କା ପାର୍ଥକ୍ୟ ଦେଖାଯାଉଛି। 

Untitled-11

ନୂଆଦିଲ୍ଲୀ: ଗତକିଛି ଦିନ ହେବ ଲଗାତର ଭାବେ ସୁନା ଦର ହ୍ରାସ ପାଉଛି। ବିଶ୍ୱ ବୁଲିଅନ୍‌ ବଜାରରେ ସୁନା ନିରନ୍ତର ହ୍ରାସ ପାଇଚାଲିଛି। ୧୮ ଅକ୍ଟୋବର ଧନତେରସରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ସୁନା ମୂଲ୍ୟକୁ ଦେଖିଲେ ପ୍ରାୟ ୧୦,୩୭୦ ଟଙ୍କା ପାର୍ଥକ୍ୟ ଦେଖାଯାଉଛି। ବିଶେଷଜ୍ଞମାନେ ଆଗାମୀ ଦିନରେ ସୁନା ମୂଲ୍ୟରେ ଆହୁରି ୫ ରୁ ୧୦ ପ୍ରତିଶତ ହ୍ରାସ ପାଇବାର ପୂର୍ବାନୁମାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦୁଇ ଦୁର୍ନୀତିଗ୍ରସ୍ତ ପରିବାରର ଦୁଇ ଯୁବରାଜ; ରାହୁଲ ଓ ତେଜସ୍ବୀ କହିଲେ ମୋଦୀ

ଧନ୍‌ତେରସରେ କେତେ ଥିଲା ଦର

ଅକ୍ଟୋବର ୧୮ ତାରିଖ ପୂର୍ବରୁ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ୍‌ ପିଛା ୧୩୨,୭୮୦ ଟଙ୍କା ଥିଲା। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୨୧,୭୧୦ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ୯୯,୫୯୦ ଟଙ୍କା ପହଞ୍ଚିଥିଲା। ମାତ୍ର ଏବେ, ଅକ୍ଟୋବର ୩୦ ତାରିଖରେ ୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ୍‌ ପିଛା ୧,୨୨,୪୧୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍‌ର ମୂଲ୍ୟ ୧,୧୨,୨୧୦ ଏବଂ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ୯୧,୮୧୦ ଟଙ୍କାରେ ପହଞ୍ଚିଛି। 

ଆହୁରି ପଢ଼ନ୍ତୁ: ପ୍ରଭୁ ଶ୍ରୀରାମଙ୍କ ଚରିତ୍ର ପାଇଁ ଟ୍ରୋଲ ହେଉଥିବା ରଣବୀରଙ୍କୁ ସମର୍ଥନ କଲେ ସଦ୍‌ଗୁରୁ

ସୁନା ମୂଲ୍ୟ ହ୍ରାସର ପ୍ରମୁଖ କାରଣ

: ଟ୍ରମ୍ପ୍ ଏବଂ ସି ଜିନପିଙ୍ଗଙ୍କ ଭିତରେ ବୈଠକ ହୋଇ ମଧ୍ୟରେ ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ଚୁକ୍ତିର ଏକ ଦୃଢ଼ ସମ୍ଭାବନା ଦେଖିବାକୁ ମିଳିଛି।

: ଭାରତ, କୋରିଆ ଏବଂ ଅନ୍ୟାନ୍ୟ ଦେଶ ସହିତ ବାଣିଜ୍ୟ ଚୁକ୍ତି ପ୍ରତି ଆମେରିକା ସକାରାତ୍ମକ।

: ଚଳିତ ବର୍ଷ ସୁନା ମୂଲ୍ୟରେ ୫୦% ବୃଦ୍ଧି ମଧ୍ୟରେ ନିବେଶକମାନେ ଲାଭ ବୁକିଂ କରୁଛନ୍ତି।

: ଆମେରିକା ଫେଡେରାଲ ରିଜର୍ଭ ପରେ ଜାପାନ ଏବଂ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ସୁଧ ହାର ହ୍ରାସ କରିପାରନ୍ତି।

: ପାର୍ବଣ ଶେଷ ହେବା ସହିତ, ଯୋଗାଣ ଚାହିଦାକୁ ପଛରେ ପକାଇଛି।

: ଯେଉଁମାନେ କମ ମୂଲ୍ୟରେ ସୁନାରେ ନିବେଶ କରିଥିଲେ ସେମାନେ ଏବେ ଅଧିକରୁ ଅଧିକ ବିକ୍ରୟ କରିବାକୁ ଯାଉଛନ୍ତି।

: କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ସୁନା କିଣିବା ପାଇଁ ଭିଡ଼ ମଧ୍ୟ ସ୍ଥିର ହେଉଛି।

Gold Price | dhanteras | gold

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe