ନୂଆଦିଲ୍ଲୀ:ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ(ଆଇଏସ୍ଏସ୍)ରେ ଦୁଇ ସପ୍ତାହ ବିତାଇବା ପରେ, କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ପୃଥିବୀକୁ ଫେରି ଆସିଛନ୍ତି। ସେ ମଙ୍ଗଳବାର ପୃଥିବୀରେ ଅବତରଣ କରିଛନ୍ତି। ଏବେ କଂଗ୍ରେସ ନେତା ଉଦିତ ରାଜ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ପାଇଁ ହୋଇଥିବା ଚୟନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ 'ଶୁକ୍ଳା ଜୀ'ଙ୍କ ବଦଳରେ କୌଣସି ଓବିସି ଅବା ଦଳିତଙ୍କୁ ପଠାଯାଇପାରିଥାନ୍ତା।
ସେ କହିଛନ୍ତି, ମୁଁ ତାଙ୍କର ସୁରକ୍ଷିତ ଭାବରେ ଫେରି ଆସିବା ଏବଂ ସେଠାରୁ ଅର୍ଜିତ ଜ୍ଞାନ ପ୍ରସାର କରିବା ପାଇଁ ଶୁଭକାମନା ଜଣାଉଛି। ଆମେ ଏହାର ସୁଯୋଗ ନେବା ଉଚିତ୍। ଏହା ମାନବତା ପାଇଁ ଲାଭଦାୟକ। ପୂର୍ବରୁ ରାକେଶ ଶର୍ମାଙ୍କୁ ପଠାଯାଇଥିଲା, ସେତେବେଳେ ଏସ୍ସି-ଏସ୍ଟି ବର୍ଗର ଲୋକମାନେ ଏତେ ଶିକ୍ଷିତ ନଥିଲେ।
ଅଧିକ ପଢ଼ନ୍ତୁ: ଆଦିତ୍ୟଙ୍କ 'ଚଡ଼ି-ଗଞ୍ଜି ଗ୍ୟାଙ୍ଗ୍' କଟାକ୍ଷ: ବିରୋଧୀ କ୍ରୋଧିତ
Delhi: On IAF Group Captain Shubhashu Shukla's return from space, Congress leader Udit Raj says, “Today, the space shuttle will land in California. According to Indian time, the landing will happen later this afternoon. I extend my best wishes for the entire team’s safe return. I… pic.twitter.com/J9LW0XSnnX
— IANS (@ians_india) July 15, 2025
ଉଦିତ ରାଜ କହିଛନ୍ତି, ମୁଁ ଭାବୁଛି ଏଥର ଓବିସି ଏବଂ ଦଳିତ ବର୍ଗଙ୍କର ପାଳି ଥିଲା। ସେମାନଙ୍କୁ ପଠାଯିବା ଉଚିତ୍ ଥିଲା। ଶୁକ୍ଳା ଜୀଙ୍କ ବଦଳରେ, କିଛି ଦଳିତ କିମ୍ବା ଓବିସିଙ୍କୁ ମଧ୍ୟ ପଠାଯାଇ ପାରିଥାନ୍ତା। ଶୁକ୍ଳା କୌଣସି ପରୀକ୍ଷା ଦେବା ପରେ ଯାଇ ନଥିଲେ। ତାଙ୍କୁ ସରକାର ଚୟନ କରିଥିଲେ।
ଆକ୍ସିଅମ୍-୪ ମିସନରେ ଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣ ଆଇଏସଏସରେ ୧୮ଦିନ ରହିବା ପରେ ମଙ୍ଗଳବାର ପୃଥିବୀକୁ ଫେରିଛନ୍ତି। ୨୨.୫ଘଣ୍ଟା ଯାତ୍ରା ପରେ, କାଲିଫର୍ନିଆର ସାନ ଡିଏଗୋରେ ଅବତରଣ କରିଛନ୍ତି।
ଶୁଭାଂଶୁ ଶୁକ୍ଳା, କମାଣ୍ଡର ପେଗି ହ୍ୱିଟସନ, ମିସନ ବିଶେଷଜ୍ଞ ପୋଲାଣ୍ଡର ସ୍ଲାଭୋଜ ଉଜ୍ଞାନସ୍କି-ୱିସନିୱସ୍କି ଏବଂ ହଙ୍ଗେରୀର ଟିବୋର କାପୁଙ୍କୁ ନେଇ ଡ୍ରାଗନ 'ଗ୍ରେସ' ମହାକାଶଯାନ ସୋମବାର ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪:୪୫ ରେ ମହାକାଶ କେନ୍ଦ୍ରରୁ ଅଲଗା ହୋଇଥିଲା।
ଅଧିକ ପଢ଼ନ୍ତୁ: ଟଙ୍କା କି ଭରିବ ଝିଅର କ୍ଷତି.. ଶୁଣ ସରକାର ! ବ୍ୟବସ୍ଥାର ବନ୍ଦୀଶାଳାରେ ଜଳିଗଲା ‘ଆଜିର ରେବତୀ’
shubhanshu-shukla | ISS