Why is the name of the operation Sindoor when Sindoor is extinct? Where did the writer get it from, Jaya asks in Parliament Photograph: (sambad.in)
ନୂଆଦିଲ୍ଲୀ: ରାଜ୍ୟସଭାରେ ଅପରେସନ ସିନ୍ଦୂର ଉପରେ ବିତର୍କ ସମୟରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ 'ଅପରେସନ୍ ସିନ୍ଦୂର' ନାମ ଉପରେ ଆପତ୍ତି ଉଠାଇଛନ୍ତି। ସେ ପୀଡ଼ିତ ପରିବାର ପ୍ରତି ସମବେଦନା ପ୍ରକାଶ କରି ସରକାରଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ: ସେନା ଗାଡ଼ି ଉପରେ ପଥର ଖସିଲା: ୨ ଅଧିକାରୀ ସହିଦ, ୩ ଗୁରୁତର ଆହତ
ଏସପି ସାଂସଦ କହିଛନ୍ତି ଯେ, ଯେଉଁ ପର୍ଯ୍ୟଟକମାନେ ପହଲଗାମ ଯାଇଥିଲେ, ସେମାନେ ସେଠାକୁ କାହିଁକି ଯାଇଥିଲେ? ଧାରା ୩୭୦ ହଟିବା ପରେ, ସେମାନେ ଛାତିକୁ ଉଚ୍ଚ କରି ନିର୍ଭୟରେ ସେଠାକୁ ଯାଇଥିଲେ। ସେମାନେ ଏହି ବିଶ୍ୱାସ ସହିତ ଯାଇଥିଲେ ଯେ, ଆତଙ୍କବାଦ ଏବେ ସେଠାରେ ଶେଷ ହୋଇଯାଇଛି। କଶ୍ମୀର ଆମ ପାଇଁ ସ୍ୱର୍ଗ କିନ୍ତୁ ସେମାନେ ପ୍ରତିବଦଳରେ କ'ଣ ପାଇଲେ? ଏହି ସରକାର ସେଠାକୁ ଯାଇଥିବା ସମସ୍ତ ଲୋକଙ୍କ ବିଶ୍ୱାସ ଭାଙ୍ଗି ଦେଇଛନ୍ତି। ଯେଉଁମାନେ ଏହି ଘଟଣାରେ ମୃତ୍ୟୁବରଣ କରିଛନ୍ତି। ସେହି ପରିବାରମାନେ ସରକାରଙ୍କୁ କେବେ କ୍ଷମା କରିପାରିବେ ନାହିଁ।
ଜୟା କହିଛନ୍ତି ଯେ, ସରକାର କ’ଣ ପୀଡ଼ିତ ପରିବାରଙ୍କୁ କ୍ଷମା ମାଗିଛନ୍ତି? ଏହା ଆମର କର୍ତ୍ତବ୍ୟ। ସରକାର ଦୁଃଖ ପ୍ରକାଶ କରିବା ଉଚିତ୍। ସରକାର ସେହି ପରିବାରଙ୍କୁ କ୍ଷମା ମାଗିବା ଉଚିତ୍। ପ୍ରତିରକ୍ଷା ମନ୍ତ୍ରୀ ସୋମବାର ସଂସଦରେ ବଡ଼ ବଡ଼ କଥା କହୁଥିଲେ। ଆମେ ତୋପ, ଗୁଳି, ଏପରି କଲୁ, ସେପରି କଲୁ, ତାହା କିଣିଥିଲୁ। ଆମେ ସେସବୁ ନେଇ କ’ଣ କରିବା? ଆମେ କ’ଣ ସେହି ୨୬ଜଣଙ୍କ ଜୀବନ ରକ୍ଷା କରିପାରିଲେ କି? ଗୁଳି କିଛି କରି ପାରିବ ନାହିଁ। ସରକାରଙ୍କର ମାନବିକତା ରହିବା ଉଚିତ୍।
ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ କରୁଛି ଯେ, ଦୟାକରି ବିନମ୍ର ହୁଅନ୍ତୁ। ଲୋକମାନେ ଆପଣଙ୍କୁ ଯେଉଁ ଆଶା ଏବଂ ବିଶ୍ୱାସ ସହିତ ଏଠାକୁ ପଠାଇଛନ୍ତି ସେଥିପ୍ରତି ଯତ୍ନବାନ୍ ହୁଅନ୍ତୁ। ଆପଣଙ୍କୁ ଯେଉଁ ପଦବୀ ଦିଆଯାଇଛି ତାହାର ମର୍ଯ୍ୟାଦା ରକ୍ଷା କରନ୍ତୁ।
ଅଧିକ ପଢ଼ନ୍ତୁ: ରେଖା-ଜୟା ନୁହନ୍ତି, ଅମିତାଭଙ୍କ ପ୍ରଥମ ପ୍ରେମ ଅନ୍ୟ ଜଣେ: ଜାଣନ୍ତୁ ସେ କିଏ...
jaya-bachchan | OperationSindoor | parliament | Rajya Sabha
Follow Us