ସବୁ ଧ୍ବଂସ କରିଦେବୁ: ଜେଲେନସ୍କିଙ୍କୁ ବଡ଼ ବିପର୍ଯ୍ୟୟର ଚେତାବନୀ ଦେଲେ ପୁଟିନ

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୟର ୮୦ ବର୍ଷ ପାଳନ ପାଇଁ ରୁଷିଆ ମେ ୯’ତାରିଖରେ ବାର୍ଷିକ ବିଜୟ ଦିବସ ପରେଡ୍ ପାଇଁ ପ୍ରସ୍ତୁତି କରୁଛି। ରାଷ୍ଟ୍ରପତି ପୁଟିନ ତିନି ଦିନିଆ ଅସ୍ତ୍ରବିରତି ଘୋଷଣା କରିଥିଲେ, କିନ୍ତୁ ୟୁକ୍ରେନର ଜେଲେନସ୍କି ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଚେତାବନୀ ଦେଇଥିଲେ....

Will destroy everything: Putin warns Zelensky of great disaster

Will destroy everything: Putin warns Zelensky of great disaster Photograph: (sambad.in)

ମସ୍କୋ: ରୁଷିଆ ପ୍ରତିବର୍ଷ ମେ’୯ ତାରିଖରେ ହେଉଥିବା ବିଜୟ ପରେଡ୍ ପାଇଁ ପ୍ରସ୍ତୁତି କରୁଛି। ଏହି ପରେଡ୍‌ରେ ଯୋଗଦେବା ପାଇଁ ସାରା ବିଶ୍ୱରୁ ଅତିଥିମାନେ ମସ୍କୋ ଆସୁଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସୋଭିଏତ୍ ୟୁନିଅନ୍ ଏବଂ ଏହାର ସହଯୋଗୀଙ୍କ ବିଜୟର ୮୦ତମ ବାର୍ଷିକୀ ପାଳନ କରିବା ପାଇଁ ଏହି ପରେଡ୍ ଅନୁଷ୍ଠିତ ହେବ। ଯାହା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତ ସୋମବାର ଦିନ ୟୁକ୍ରେନ ସହିତ ଯୁଦ୍ଧରେ ମେ’ ମାସରେ ତିନି ଦିନିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି।

ତେବେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ରୁଷିଆ ପ୍ରତି ତାଙ୍କର କଡ଼ା ମନୋଭାବ ଦେଖାଇଛନ୍ତି। ତିନି ଦିନିଆ ଅସ୍ତ୍ରବିରତି ପାଇଁ କ୍ରେମଲିନର ପ୍ରସ୍ତାବକୁ ଜେଲେନସ୍କି ପ୍ରତ୍ୟାଖ୍ୟାନ କରିଛନ୍ତି।

ସେ କହିଛନ୍ତି, ଶନିବାର ଦିନ ମେ’୯ ତାରିଖରେ ରେଡ ସ୍କୋୟାର ପରେଡ୍ ଦେଖିବା ପାଇଁ ରୁଷିଆ ଦ୍ୱାରା ନିମନ୍ତ୍ରିତ ବିଦେଶୀ ଅତିଥିମାନଙ୍କୁ ଚେତାବନୀ ଦେଇଛନ୍ତି ଯେ, ସେ ସେମାନଙ୍କ ସୁରକ୍ଷାର ଗ୍ୟାରେଣ୍ଟି ଦେଇପାରିବେ ନାହିଁ।

ରୁଷିଆନ ଫେଡେରେସନର ଅଞ୍ଚଳରେ ଯାହା ଘଟିବ ସେଥିପାଇଁ ଆମେ ଦାୟୀ ହୋଇପାରିବୁ ନାହିଁ ବୋଲି ସେ କହିଛନ୍ତି। ରୁଷିଆନ ଏଜେନ୍ସିଗୁଡ଼ିକ ଆପଣଙ୍କୁ ସୁରକ୍ଷା ଯୋଗାଇ ଦେବେ। କିନ୍ତୁ ଆମେ ଆପଣଙ୍କୁ କୌଣସି ଗ୍ୟାରେଣ୍ଟି ଦେଇ ପାରିବୁ ନାହିଁ। ଆର୍ବିସି ନ୍ୟୁଜ୍ ପୋର୍ଟାଲରେ ଜେଲେନସ୍କିଙ୍କ ଏଭଳି ମନ୍ତବ୍ୟ ଉଦ୍ଧୃତ କରି ପ୍ରକାଶ କରାଯାଇଛି।

ୟୁକ୍ରେନ ୩୦ ଦିନିଆ ଅସ୍ତ୍ରବିରତି ଚାହୁଁଛି ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ବିଜୟ ଦିବସର ୮୦ ତମ ବାର୍ଷିକୀ ପାଳନ କରିବା ପାଇଁ ରୁଷିଆର ଅସ୍ତ୍ରବିରତିକୁ ଏକ "ନାଟକୀୟ ପଦକ୍ଷେପ" ବୋଲି ୟୁକ୍ରେନ କହିଛି।

ଅଧିକ ପଢ଼ନ୍ତୁ: ୯ ମେ’ପର୍ଯ୍ୟନ୍ତ ଶୋଇ ପାରିବେନି ପାକିସ୍ତାନୀ, ଆକ୍ରମଣ ନକରି ଭାରତ ଶାହବାଜ-ମୁନିରଙ୍କ ନିଦ ହଜାଇଲା

ୟୁକ୍ରେନର ଅତିଥିମାନଙ୍କ ସୁରକ୍ଷାର ଗ୍ୟାରେଣ୍ଟି ନ ଦେବା ବିବୃତି ପରେ ରୁଷିଆ କ୍ରୋଧିତ ହୋଇଛି। ରୁଷିଆ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଦିମିତ୍ରୀ ମେଦଭେଦେବ ଶନିବାର ଧମକ ଦେଇଛନ୍ତି ଯେ, ଯଦି ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟ ଉତ୍ସବ ସମୟରେ ମେ’୯ ତାରିଖରେ ୟୁକ୍ରେନ ମସ୍କୋ ଉପରେ ଆକ୍ରମଣ କରେ, ତେବେ ମେ’୧୦ ପର୍ଯ୍ୟନ୍ତ ୟୁକ୍ରେନର ରାଜଧାନୀ କିଭ୍ ବଞ୍ଚି ରହିବ କି ନାହିଁ ତାହା କେହି ଗ୍ୟାରେଣ୍ଟି ଦେଇପାରିବେ ନାହିଁ। ଆମେ ଏହାକୁ ଧ୍ବଂସ କରିଦେବୁ। ଏହା ସହିତ ୟୁକ୍ରେନର ସବୁ ଧ୍ବଂସ ହେବ ବୋଲି ସେ ପାଲଟା ଚେତାବନୀ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ମୁନିର ନିଜ ଫାଶରେ ଫସିଲେ !: ପହଲଗାମ ଆକ୍ରମଣ ଲିଙ୍କ୍ ମିଳିଲେ, ମୁସଲିମ୍ ଦେଶ ହାତ ଛାଡିବେ

Russia | Ukraine | vladimir-putin | volodymyr-zelensky | ukraine-russia-war

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe