ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆସନ୍ତାକାଲି (୧ ଡିସେମ୍ବର)ଠାରୁ ଆରମ୍ଭ ହୋଇ ୧୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ  ମୋଟ ୧୫ଟି କାର୍ଯ୍ୟଦିବସ ରହିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ ଘୋଷିତ ଏହି ଅଧିବେଶନ ରାଜନୈତିକ ତାତି ଓ ଗୁରୁତ୍ୱପୂର୍ଣ୍ଣ ବିଲ୍‌କୁ ନେଇ ଚର୍ଚ୍ଚାରେ ରହିବ ବୋଲି କୁହାଯାଉଛି।  ଶୀତ ଅଧିବେଶନରେ ୧୩ଟି ଗୁରୁତ୍ବପୂର୍ଣ୍ଣ  ବିଧେୟକ ଗୃହୀତ କରାଇବାକୁ ସରକାର ଦୃଢ଼ ସଙ୍କଳ୍ପ ନେଇଛନ୍ତି। ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ପରମାଣୁ ଶକ୍ତି (ସଂଶୋଧନ) ବିଧେୟକ ୨୦୨୫ (ଘରୋଇ କ୍ଷେତ୍ରରେ ନ୍ୟୁକ୍ଲିୟର ନିବେଶ ପାଇଁ ଦ୍ୱାର ଖୋଲିବ),   ଉଚ୍ଚଶିକ୍ଷା ଆୟୋଗ ବିଧେୟକ (ୟୁଜିସି ବଦଳରେ ନୂଆ ନିୟାମକ) ଏବଂ ବୀମା ସଂଶୋଧନ ବିଧେୟକ (ବଜାର ଓ କମ୍ପାନି ଆଇନ‌ରେ ସଂଶୋଧନ) ଗୃହୀତ କରାଇବାକୁ ସରକାରଙ୍କ ଯୋଜନା ରହିଛି। ଏହାସହିତ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ଉପଲକ୍ଷେ ବିଶେଷ ଆଲୋଚନା ହେବ। 

Advertisment

Winter will increase after 4 days: ୪ ଦିନ ପରେ ବଢ଼ିବ ଶୀତ

ସର୍ବଦଳୀୟ ବୈଠକରେ ୩୬ଟି ଦଳର ୫୦ ନେତା ସାମିଲ
ଏସ୍‌ଆଇଆର୍‌, ଗାନ୍ଧୀ ପରିବାର ବିରୋଧରେ ଏଫ୍‌ଆଇଆର୍‌ ନେଇ ସ୍ଥିତି ସରଗରମ

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ଆଜି ସଂସଦ ଭବନରେ ଏକ ସର୍ବଦଳୀୟ ବୈଠକ କରିଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୩୬ଟି ରାଜନୈତିକ ଦଳର ୫୦ ଜଣ ନେତା ଯୋଗ ଦେଇଥିଲେ। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ଦୁଇ ସଦନର ସୁପରିଚାଳନା ପାଇଁ ଶୀତକାଳୀନ ଅଧିବେଶନରେ ସହଯୋଗ କରିବାକୁ ସରକାର ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ନିବେଦନ କରିଛନ୍ତି। ବୈଠକରେ ରାଜ୍ୟସଭା ନେତା ଜେପି ନଡ୍ଡା, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଏଲ୍‌ ମୁରୁଗାନ, କଂଗ୍ରେସ ନେତା ଗୌରବ ଗୋଗୋଇ, ଡିଏମ୍‌କେ ନେତା ତିରୁଚି ଶିବା, ଟିଏମ୍‌ସି ନେତା ଡେରେକ ଓ ବ୍ରାଏନ୍‌, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ, ଜେଡିୟୁ ନେତା ସଞ୍ଜୟ ଝା, ଟିଡିପି ନେତା ଶ୍ରୀକୃଷ୍ଣ ଦେବରାୟାଲୁ, ଶିବସେନା ନେତା ନରେଶ ମାହସ୍‌କେ ପ୍ରମୁଖ ଉପସ୍ଥିତ ଥିଲେ।

AIDS: ନବରଂଗପୁରରେ ୨୨ବର୍ଷରେ ଏଡ୍‌ସ କବଳରେ ୧୮୯୬ଜଣ, ମୃତ୍ୟୁ ୪୫୦

ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ମୁଖ୍ୟ ଅସ୍ତ୍ର

ନୂଆଦିଲ୍ଲୀ: ଇଣ୍ଡି ମେଣ୍ଟ ଏହି ଅଧିବେଶନରେ ଦୁଇଟି ପ୍ରମୁଖ ପ୍ରସଙ୍ଗକୁ ସର୍ବାଧିକ ଗୁରୁତ୍ବ ଦେଇ ସରକାରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି। ନିର୍ବାଚନ କମିସନଙ୍କ ଭୋଟର ତାଲିକାରେ ସ୍ବତନ୍ତ୍ର ସଂଶୋଧନ (ଏସ୍ଆଇଆର୍)କୁ ବିରୋଧ‌ କରି ବିରୋଧୀ ଦଳମାନେ ଏକଜୁଟ ହୋଇଛନ୍ତି। ଅନ୍ୟପକ୍ଷରେ ନ୍ୟାସ୍‌ନାଲ ହେରାଲ୍‌ଡ ମାମଲାରେ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦିଲ୍ଲୀ ପୁଲିସର ନୂଆ ଏଫ୍ଆଇଆରକୁ ଜୋର୍‌ଦାର ବିରୋଧ କରାଯିବ। ସୂଚନାଯୋଗ୍ୟ, ୨୦୦୦ କୋଟି ଟଙ୍କାର ସମ୍ପତ୍ତି ହଡ଼ପ ଅଭିଯୋଗ ନେଇ ଏହି ଏଫ୍‌ଆଇଆର୍‌ ରୁଜୁ ହୋଇଛି। କଂଗ୍ରେସ ଏହାକୁ ରାଜନୈତିକ  ହିଂସା ଦର୍ଶାଇ ସଂସଦ ଭିତରେ ଓ ବାହାରେ ପ୍ରତିବାଦ କରିବ‌‌ାକୁ ପ୍ରସ୍ତୁତ ହେଉଛି। ଏହାବାଦ୍ ବାୟୁ ପ୍ରଦୂଷଣ, ବେକାରୀ, ଦରବୃଦ୍ଧି ଓ କେନ୍ଦ୍ର-ରାଜ୍ୟ ସମ୍ପର୍କ ଉପରେ ମଧ୍ୟ ଚର୍ଚ୍ଚା ଦାବି କରାଯିବ।

parliament