ଭୁବନେଶ୍ବର: ଆସନ୍ତା‌ ୪ ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ। ତେବେ ପରବର୍ତ୍ତୀ ଦିନଗୁଡ଼ିକର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ପାଇବା ସହ ଶୀତ ବଢ଼ିବ। ସୁନ୍ଦରଗଡ଼, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ହୋଇପାରେ। ଏଥିସହ କୋ‌ରାପୁଟ ଓ ମାଲକାନଗିରି ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। 

Advertisment

Winter cap: ସୁରକ୍ଷା ସହିତ ଫ୍ୟାସନ୍‌ ଵିଣ୍ଟର୍‌ କ୍ୟାପ୍’

Parliament Winter Session 2025: କାଲିଠୁ ସଂସଦର ଶୀତକାଳୀନ ଅଧିବେଶନ, ଆଗତ ହେବ ୧୪ଟି ଗୁରୁତ୍ବପୂର୍ଣ୍ଣ ବିଲ୍

ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ତାମିଲନାଡ଼ୁ-ପୁଡ଼ୁଚେରୀ ଉପକୂଳରେ ଥିବା ବାତ୍ୟା ‘ଦିତ୍‌ୱାହ’ ଅପରାହ୍ଣରେ ଗଭୀର ଅବପାତରେ ପରିଣତ ହେବା ସହ ଦୁର୍ବଳ ହୋଇଛି। ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି ବୃଦ୍ଧି ପାଇଛି। ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରେକର୍ଡ ହୋଇଥିବା ବେଳେ ରାଉରକେଲାରେ ୧୦.୬, ଘୂ.ଉଦୟଗିରିରେ ୧୦.୮ ଡିଗ୍ରି ରହିଥିଲା।