ଆଜମଗଡ: ୪୯ ବର୍ଷ ପରେ ନିଜ ପରିବାରକୁ ଭେଟିଲେ ନିଖୋଜ ମହିଳା। ଆଜାମଗଡ ପୁଲିସ ମେଳାରେ ନିଖୋଜ ହୋଇଯାଇଥିବା ମହିଳାଙ୍କୁ ତାଙ୍କ ପରିବାର ସହ ଭେଟ କରାଇଛି। ୮ ବର୍ଷ ବୟସରେ ମହିଳା ଜଣଙ୍କ ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ନିଖୋଜ ହୋଇଯାଇଥିଲେ। ସେତେବେଳେ ସେ କେବଳ ତାଙ୍କ ଗାଁ ଚିଉତିଦାଣ୍ଡ ଜିଲ୍ଲା ଆଜମଗଡକୁ ଜାଣିଥିଲେ।

Advertisment

ଏହି ଖବର ପଢ଼ନ୍ତୁ: ଜୋତା ଲେସ୍‌ରେ ଜୀବନ ହାରିଲା ନାବାଳକ

ଏହି ଗାଁର ନାମ ତାଙ୍କ ମନରେ ୪୯ ବର୍ଷ ବୟସ ପର୍ଯ୍ୟନ୍ତ ରହିଥିଲା। ମହିଳା ଜଣକ ଏହା ମଧ୍ୟ ମନେ ରଖିଥିଲେ ଯେ ତାଙ୍କ ଘର ସାମ୍ନାରେ ଏକ କୂଅ ଥିଲା। ମହିଳାଙ୍କ ନାମ ଫୁଲାଦେବୀ ଏବଂ ସେ ବର୍ତ୍ତମାନ ରାମପୁର ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ ରୋଷେୟା (ପାଚିକା) ଭାବରେ କାମ କରୁଛନ୍ତି। ଯେତେବେଳେ ମହିଳା କାମ କରୁଥିବା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଫୁଲାଦେବୀଙ୍କ କାହାଣୀ ଶୁଣିଥିଲେ, ସେ ତାଙ୍କୁ ଆଶ୍ୱାସନା ଦେଇଥିଲେ ଆଉ କହିଥିଲେ ଯେ, ତାଙ୍କ ପରିଚିତ ଜଣେ ପୁଲିସ ଅଧିକାରୀ ବର୍ତ୍ତମାନ ଆଜମଗଡରେ ପୋଷ୍ଟ ହୋଇଛନ୍ତି ଏବଂ ସେ ତାଙ୍କ ସହ ଯୋଗାଯୋଗ କରି ମହିଳାଙ୍କ ପରିବାର ବିଷୟରେ ଜାଣିବାକୁ ଚେଷ୍ଟା କରିବେ। 

ଏହି ଖବର ପଢ଼ନ୍ତୁ: ବର୍ଷାରେ ଫସଲହାନୀ ହୋଇଥିଲେ ଚାଷୀଙ୍କୁ କ୍ଷତିପୂରଣ ମିଳିବ: ମନ୍ତ୍ରୀ

ମହିଳା ଜଣକ ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କୁ ୮ ବର୍ଷ ବୟସ ହୋଇଥିଲା ଯେତେବେଳେ ସେ ପରିବାର ସହ ମେଳାକୁ ଯାଇଥିଲେ କିନ୍ତୁ ସେ ମେଳା ଦେଖିବାକୁ କୁଆଡେ ଯାଇଥିଲେ ତାହା ମନେନାହିଁ। ଆଉ ସେଠାରେ ସେ ନିଖୋଜ ହୋଇଯାଇଥିଲେ। ଏହା ପରେ କିଛି ବାବା ତାଙ୍କୁ ସାଙ୍ଗରେ ନେଇଯାଇଥିଲେ। ବାବା ତାଙ୍କୁ ନେଇ ଅନ୍ୟ ଜଣକୁ ବିକ୍ରି କରିଦେଇଥିଲେ। ଏହା ପରେ ସେ କିଛି ସମୟ ଧରି ସ୍କୁଲରେ କାମ କରି ଆସୁଥିଲେ ଏବଂ ସେହି ସ୍କୁଲର ଜଣେ ଶିକ୍ଷକ ତାଙ୍କୁ ତାଙ୍କ ଘର ବିଷୟରେ ପଚାରିଥିଲେ। ତା’ପରେ ସେ ତାଙ୍କ ଗାଁର ନାମ କହିଲେ ଏବଂ ତାଙ୍କର ଜଣେ ମାମୁଁଙ୍କ ନାମ ମନେ ପଡିଗଲା । ଏହାକୁ ଭିତ୍ତି କରି ଶିକ୍ଷକ ଜଣଙ୍କ ତାଙ୍କ ପରିବାର ସହିତ ତାଙ୍କୁ ଭେଟ କରିବାକୁ ସାହାଯ୍ୟ କରିଥିଲେ। 

ଏହି ଖବର ପଢ଼ନ୍ତୁ: ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ

ଶିକ୍ଷକ ଜଣଙ୍କ ଆଜମଗଡ ଏସପି ସିଟି ଶୈଳେନ୍ଦ୍ରଲାଲଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ପରେ ଆଜମଗଡ ପୁଲିସ ଫୁଲା ଦେବୀଙ୍କ ପରିବାରକୁ ଖୋଜିବା ଆରମ୍ଭ କରିଥିଲା। ଏହା ପରେ ସାମ୍ନାକୁ ଆସିଲା ଯେ ଫୁଲା ଦେବୀ ଯେଉଁ ଗାଁ ନାମ ଚିଉତିଦାଣ୍ଡ ନେଉଛନ୍ତି ତାହା ବର୍ତ୍ତମାନ ମଉର ଦୋହରିଘାଟ ଥାନା ଅଞ୍ଚଳରେ ଅବସ୍ଥିତ। ଏହା ଜାଣିବା ପରେ ପୁଲିସ ପରିବାର ସଦସ୍ୟଙ୍କୁ ଭେଟିଥିଲା। ଏହାପରେ ଜଣାପଡ଼ିଥିଲା ​​ଯେ ଫୁଲାଙ୍କ ମାମୁଁ ରାମଚାନ୍ଦ ଚିଉତିଦାଣ୍ଡରେ ରୁହନ୍ତି। ଯାହାଙ୍କ ଘର ବାହାରେ ଏବେ ମଧ୍ୟ ଏକ କୂଅ ଅଛି।

ତେବେ ପୁଲିସ ପହଞ୍ଚିବା ପରେ ସେମାନେ ଜାଣିବାକୁ ପାଇଲେ ଯେ ଫୁଲାର ତିନିଜଣ ମାମୁଁଙ୍କ ମଧ୍ୟରୁ କେବଳ ଜଣେ ମାମୁଁ ଜୀବିତ ଅଛନ୍ତି। ଫୁଲାଙ୍କର ଜଣେ ଭାଇ ମଧ୍ୟ ଅଛନ୍ତି ଯାହାର ନାମ ଲାଲଧର। ସେ ଆଜମଗଡର ରୋନାପର ଥାନା ବେଦପୁର ଗ୍ରାମରେ ରହୁଛନ୍ତି। ଏହା ପରେ ପୁଲିସ ଫୁଲାଙ୍କୁ ରାମପୁରରୁ ଆଜମଗଡକୁ ଆଣି ପରିବାର ସହ ଭେଟ କରାଇଥିଲା।

ଏହି ଖବର ପଢ଼ନ୍ତୁ: ଓଡ଼ିଶା ପାଇଁ ୪୫୫ କୋଟି ଟଙ୍କା ଅନୁଦାନ ଜାରି କଲା କେନ୍ଦ୍ର