Advertisment

Cricket: ପର୍ଥରେ ଭାରତକୁ ହରାଇଲା ଅଷ୍ଟ୍ରେଲିଆ

Advertisment

ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍‌ ଦଳ ପରାଜୟ ସହ ଅଭିଯାନ ଶେଷ କରିଛି। ଘରୋଇ ଦଳ ବିପକ୍ଷ ପ୍ରଥମେ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧‌ରେ ଜିତି ଭାରତ ଅଭିଯାନ ଆରମ୍ଭ କରିଥିଲା।

ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍‌ ଦଳ ପରାଜୟ ସହ ଅଭିଯାନ ଶେଷ କରିଛି। ଘରୋଇ ଦଳ ବିପକ୍ଷ ପ୍ରଥମେ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧‌ରେ ଜିତି ଭାରତ ଅଭିଯାନ ଆରମ୍ଭ କରିଥିଲା।

Women Day Night

Women Day Night

ପର୍ଥ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍‌ ଦଳ ପରାଜୟ ସହ ଅଭିଯାନ ଶେଷ କରିଛି। ଘରୋଇ ଦଳ ବିପକ୍ଷ ପ୍ରଥମେ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧‌ରେ ଜିତି ଭାରତ ଅଭିଯାନ ଆରମ୍ଭ କରିଥିଲା। ହେଲେ ପରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୩-୦ରେ ହାରିବା ସହ ଏକମାତ୍ର ଦିବା-ରାତ୍ର ଟେଷ୍ଟ୍‌ରେ ବିଜ ପରାଜୟର ମୁହଁ ଦେଖିଥିଲା ଭାରତ। ଫଳରେ ଭାରତ ଏହି ମଲ୍‌ଟି ଫର୍ମାଟ୍‌ ଶୃଙ୍ଖଳାରେ ୪-୧୨ରେ ପଛରେ ପଡ଼ିଯାଇଛି।

ଅଲିସାଙ୍କୁ ସମ୍ମାନର ସହ ବିଦାୟ

ଅନ୍ୟପକ୍ଷରେ ଭାରତ ବିପକ୍ଷ ଟେଷ୍ଟ୍‌କୁ ୧୦ ୱିକେଟ୍‌ରେ ଜିତି ଅଷ୍ଟ୍ରେଲିଆ ଦଳ ଅଧିନାୟିକା ଅଲିସା ହିଲିଙ୍କୁ ସମ୍ମାନର ସହ ବିଦାୟ ଦେଇଛି। ୱାକାରେ ରବିବାର ତୃତୀୟ ଦିନରେ ଗତକାଲିର ସ୍କୋର୍‌ ୧୦୫/୬ରୁ ଖେଳ ଆରମ୍ଭ କରିଥିବା ଭାରତ ଏଥିରେ ଆଉ ମାତ୍ର ୪୪ ରନ୍‌ ଯୋଡ଼ି ଅବଶିଷ୍ଟ ୪ ୱିକେଟ୍‌ ହରାଇ ୧୪୯ ରନ୍‌ କରିପାରିଥିଲା। ଏହି ମ୍ୟାଚ୍‌ ୩ ଦିନରେ ଶେଷ ହୋଇଥିଲେ ମଧ୍ୟ ତିନି ନମ୍ବରରେ ବ୍ୟାଟିଂ ଆସିଥିବା ପ୍ରତୀକା ରାୱଲ (୬୩ ରନ୍‌) ଏକାକୀ ଲଢ଼ି ଭାରତକୁ ପାଳି ପରାଜୟରୁ ରକ୍ଷା କରିଥିଲେ। ସେ ଓ ସ୍ନେହ ରାଣା (୩୦) ସପ୍ତମ ୱିକେଟ୍‌ରେ ୫୦ ରନ୍‌ର ଭଗୀଦାର ଗଢ଼ିଥିଲେ।

ଆହୁରି ପଢନ୍ତୁ - Bangladesh Cricketers' Association: ବର୍ଜନ ଧମକ ପ୍ରତ୍ୟାହାର କଲା ବାଂଲାଦେଶ କ୍ରିକେଟ ଖେଳାଳି ସଂଘ

ଘରୋଇ ଦଳ ସମ୍ମୁଖରେ ରହିଛି ୨୫ ରନ୍‌ର ଲକ୍ଷ୍ୟ

 ଅନ୍ୟପକ୍ଷରେ ପ୍ରଥମ ପାଳିରେ ମହତ୍ବପୂର୍ଣ୍ଣ ୧୨୫ ରନ୍‌ର ଅଗ୍ରଣୀ ପାଇଥିବା ଘରୋଇ ଦଳ ସମ୍ମୁଖରେ ୨୫ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଏହାକୁ ଘରୋଇ ଦଳ ୪.୩ ଓଭରରେ କୌଣସି ୱିକେଟ୍‌ ନ ହରାଇ ହାସଲ କରି ନେଇଥିଲା। ଜର୍ଜିଆ ଭୋଲ୍‌ ୧୮* ଓ ଫୋଏବ ଲିଚ୍‌ଫିଲ୍ଡ ୧୧* ଅପରାଜିତ ରହିଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଅନ୍ନାବେଲ ସଦରଲାଣ୍ଡ (୪/୪୬, ୧୨୯ ରନ୍‌, ୨/୧୫) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଆହୁରି ପଢନ୍ତୁ - Second Marriage Of Cricketers କ୍ରିକେଟର୍‌ଙ୍କ ଦ୍ବିତୀୟ ବିବାହ ନୂଆ ନୁହେଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe