World’s Most Indebted Nations 2025: ବିଶ୍ବର ଦେଶଗୁଡ଼ିକ ଦିନକୁ ଦିନ ଅଧିକ ଋଣଗ୍ରସ୍ତ ହୋଇଯାଉଛନ୍ତି । ଅକ୍ଟୋବର ମାସ ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ବିଶ୍ବର ଜିଡିପି ଅଭିବୃଦ୍ଧି ଧୀମା ହେଉଥିବାବଳେ ଋଣ ବଢିଚାଲିଛି । ୨୦୨୫ରେ ବିଶ୍ବର ଜିଡିପି-ଋଣ ଅନୁପାତ ୯୪.୭ ପ୍ରତିଶତରେ ପହଞ୍ଚିଛି ଯାହାକି ବର୍ଷକ ପୂର୍ବେ ୯୨.୪ ପ୍ରତିଶତ ଥିଲା । ଋଣ ଏପରି ବଢିଚାଲିଲେ ୨୦୩୦ ସୁଦ୍ଧା ତାହା ୧୦୨ ପ୍ରତିଶତରେ ପହଞ୍ଚିବାର ଆଶଙ୍କା ରହିଛି ବୋଲି ଆଇଏମଏଫ ପୂର୍ବାନୁମାନ କରିଛି ।
ଆହୁରି ପଢନ୍ତୁ : White gold vs yellow gold: ଧଳା ସୁନାର ଚାହିଦା ବଢୁଛି:ହଳଦିଆ ସୁନା ପଛରେ ପଡ଼ିଲା
ତେବେ ବିଶ୍ବର ସବୁଠାରୁ ଋଣଗ୍ରସ୍ତ ଦେଶ କିଏ ? ଆଇଏମଏଫ ଯେଉଁ ତାଲିକା ପ୍ରକାଶ କରିଛି ତାହାକୁ ଦେଖିଲେ ଆପଣମାନେ ଚମକି ପଡ଼ିବେ । ବିଶ୍ବର ସବୁଠାରୁ ଋଣଗ୍ରସ୍ତ ଦେଶ ହେଉଛି ଜାପାନ । ଜାପାନର ଋଣ ତାହାର ଜିଡିପିର ୨୨୯.୬ ପ୍ରତିଶତ ରହିଛି । ଅର୍ଥାତ୍ ଜାପାନର ମୋଟ ଘରୋଇ ଉତ୍ପାଦର ଦୁଇଗୁଣ ହୋଇଯାଇଛି ଋଣ । ଜାପାନର ଧୀମା ହେଉଥିବା ଅର୍ଥନୀତି ଓ ବୟସ୍କ ଜନସଂଖ୍ୟା ଏହି ସମସ୍ୟାକୁ ଉତ୍କଟ କରିଛି । ୨ୟ ସ୍ଥାନରେ ରହିଛି ଆଫ୍ରିକୀୟ ଦେଶ ସୁଦାନ ଯାହାର ଜିଡିପି-ଋଣ ଅନୁପାତ ୨୨୧ ପ୍ରତିଶତ ରହିଛି । ସେହିପରି ୩ୟ ସ୍ଥାନରେ ସିଂଗାପୁର ରହିଛି, ଯାହାର ଜିଡିପି-ଋଣ ଅନୁପାତ ୧୭୫.୬ ପ୍ରତିଶତ ରହିଛି । ଚତୁର୍ଥ, ପଂଚମ, ୬ଷ୍ଠ ଓ ୭ମ ସ୍ଥାନରେ ଅଛନ୍ତି ଗ୍ରୀସ, ବାହରିନ, ଇଟାଲି ଓ ମାଳଦ୍ବୀପ । ୮ମ ସ୍ଥାନରେ ରହିଛି ବିଶ୍ବର ସବୁଠାରୁ ଶକ୍ତିଶାଳୀ ଓ ୧ ନମ୍ବର ଅର୍ଥନୀତି ଆମେରିକା । ଏହାର ଜିଡିପି-ଋଣ ଅନୁପାତ ୧୨୫ ପ୍ରତିଶତ ରହିଛି । ସେହିପରି ଚୀନର ସ୍ଥାନ ୨୧ ନମ୍ବରରେ ରହିଛି ଯାହାର ଜିଡିପି-ଋଣ ଅନୁପାତ ୯୬.୩ ପ୍ରତିଶତ ରହିଛି । ଏଠାରେ ପ୍ରଶ୍ନ ଉଠେ ଭାରତର ସ୍ଥାନ କେଉଁଠି ରହିଛି ? ୮୧.୪ ପ୍ରତିଶତ ଜିଡିପି-ଋଣ ଅନୁପାତ ସହ ଭାରତ ଏହି ତାଲିକାର ୩୫ତମ ସ୍ଥାନରେ ଅଛି । ଅର୍ଥାତ ଭାରତର ଜିଡିପି-ଋଣ ଅନୁପାତ ବିଶ୍ବର ହାରାହାରି ଅନୁପାତ (୯୪.୭ ପ୍ରତିଶତ) ଠାରୁ କମ ରହିଛି, ଯାହାକି ଏକ ଆଶ୍ବସ୍ତିର ବିଷୟ ।
ଆହୁରି ପଢନ୍ତୁ : Bihar Elections: ୧୦% ସବର୍ଣ୍ଣଙ୍କ ନିୟନ୍ତ୍ରଣରେ ସେନା: ରାହୁଲ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/11/04/world-debt-2025-11-04-22-55-50.png)