ପୁଣେ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପୁଣେର ମାଲେଗାଓଁରେ ଭୋଟରମାନଙ୍କୁ କହିଛନ୍ତି ଯେ, ଯଦି ସେମାନେ ତାଙ୍କ ଦଳର ପ୍ରାର୍ଥୀଙ୍କୁ ନିର୍ବାଚିତ କରିବ ତେବେ  ସହର ପାଇଁ ପାଣ୍ଠିର କୌଣସି ଅଭାବ ରହିବ ନାହିଁ । 

Advertisment

ଭୋଟ ନ‌ଦେଲେ ବିକାଶ କାମ ହେବ ନାହିଁ

ପାୱାର ଏହା ମଧ୍ୟ କହିଥିଲେ ଯେ, ଯଦି ଭୋଟରମାନେ ତାଙ୍କ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି, ତେବେ  ପାଣ୍ଠି ମିଳିବ ନାହିଁ। ସେ ଧମକ ଭରା ମନ୍ତବ୍ୟ ଦେଇ କହିଛନ୍ତି, ଆପଣଙ୍କ ପାଖରେ ଭୋଟ ଅଛି ତ ମୋ ପାଖରେ ବିକାଶ କାର୍ଯ୍ୟ ପାଇଁ ଟଙ୍କା ଅଛି।

ଆହୁରି ପଢ଼ନ୍ତୁ:Uttarakhand Accident : ୬୦ ମିଟର ଗଭୀର ଖାଇକୁ ଖସିପଡ଼ିଲା ବରଯାତ୍ରୀ ଗାଡ଼ି, ୩ ମୃତ

ବିଜେପି-ଏନସିପି-ଶିବସେନା ମେଣ୍ଟ ସରକାରରେ ଅର୍ଥ ବିଭାଗ ସମ୍ଭାଳିଥିବା ଏନସିପି ଅଧ୍ୟକ୍ଷ ଅଜିତ ପାୱାର ବାରାମତୀ ତହସିଲରେ ମାଲେଗାଓଁ ନଗର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରିବା ସମୟରେ ଏହା କହିଛନ୍ତି।

ଉପମୁଖ୍ୟମନ୍ତ୍ରୀ ଭୋଟରମାନଙ୍କୁ କହିଛନ୍ତି, ଯଦି ତୁମେ ସମସ୍ତ ୧୮ ଜଣ ଏନସିପି ପ୍ରାର୍ଥୀଙ୍କୁ ନିର୍ବାଚିତ କରିବ, ତେବେ ମୁଁ ନିଶ୍ଚିତ କରିବି ଯେ, ପାଣ୍ଠିର କୌଣସି ଅଭାବ ରହିବ ନାହିଁ। ଯଦି ତୁମେ ସମସ୍ତ ୧୮ ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବ, ତେବେ ମୁଁ ମୋର ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରତିବଦ୍ଧ ରହିବ। କିନ୍ତୁ ଯଦି ତୁମେ ଏଭଳି ନକର ତେବେ ମୁଁ ମଧ୍ୟ ତୁମ ପାଇଁ କୌଣସି କାମ କରିବାକୁ ମନା କରିବି।

ଏହି ମନ୍ତବ୍ୟକୁ ବିରୋଧୀ ଦଳଗୁଡ଼ିକ କଡ଼ା ସମାଲୋଚନା କରିଛନ୍ତି। ଶିବସେନା(UBT) ନେତା ଅମ୍ବାଦାସ ଦାନଭେ ଅଜିତ ପାୱାରଙ୍କୁ ଭୋଟରମାନଙ୍କୁ ଭୟଭୀତ କରାଉଥିବାର ଅଭିଯୋଗ ଆଣିଛନ୍ତି।

ଟଙ୍କା କ’ଣ ଅଜିତଙ୍କ ଘରର, ବିରୋଧୀଙ୍କ ପ୍ରଶ୍ନ 

ସେ ପ୍ରଶ୍ନ କରିଛନ୍ତି ଯେ, ଏହି ଟଙ୍କା କ’ଣ ଅଜିତ ପାୱାରଙ୍କ ପରିବାରର କି ? ଏହି ଟଙ୍କା ସାଧାରଣ ଲୋକଙ୍କ ଦ୍ୱାରା ଦିଆଯାଇଥିବା ଟିକସରୁ ସହରକୁ ବିକାଶ କାର୍ଯ୍ୟ ପାଇଁ ଯୋଗାଇ ଦିଆଯାଇଥାଏ। ଯଦି ଅଜିତ ପାୱାରଙ୍କ ଭଳି ନେତା ଭୋଟରଙ୍କୁ ଧମକ ଦେଉଛନ୍ତି, ତେବେ ନିର୍ବାଚନ କମିସନ କ’ଣ କରୁଛନ୍ତି? 

ଆହୁରି ପଢ଼ନ୍ତୁ:Voters List Controversy: ଜନସଂଖ୍ୟା କମ୍, ଭୋଟର ଅଧିକ: ଭୋଟର ତାଲିକା ନେଇ ବିବାଦ

ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ଡିସେମ୍ବର ୨ ତାରିଖରେ ପୌର ପରିଷଦ ନିର୍ବାଚନ ହେବାକୁ ଯାଉଛି। ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଏବଂ ବିଜେପି ସମର୍ଥିତ ପ୍ୟାନେଲ ମାଲେଗାଓଁରେ ଏକ ମେଣ୍ଟ ଗଠନ କରିଛନ୍ତି।