ପାକିସ୍ତାନ: ଲାହୋରର ଜଣେ ଯୁବତୀ ପାକିସ୍ତାନ ରାସ୍ତାରେ ବିନା ବୁର୍ଖାରେ ଯଦି ଜଣେ ମହିଳା ଘରୁ ବାହାରେ ତେବେ ସେଠାକାର ପୁରୁଷଙ୍କ ନଜର କେମିତି ହୋଇଥାଏ ତାହାର ଅସଲ ମୁଖା ଖୋଲି ଦେଇଛନ୍ତି। ଏହି ଘଟଣାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

Advertisment

ବିନା ବୁର୍ଖା ଓ ହିଜାବରେ ପାକିସ୍ତାନ ରାସ୍ତାରେ ବୁଲିଲେ ଯୁବତୀ

ଏହି ଭିଡିଓରେ ଲାହୋରର ଜଣେ ୨୨ବର୍ଷୀୟା ଯୁବତୀଙ୍କୁ ବିନା ବୁର୍ଖା ଓ ହିଜାବରେ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳୁଛି। ଭିଡିଓରେ ପୁରୁଷମାନେ ଉକ୍ତ ଯୁବତୀଙ୍କୁ ଯେଉଁଭଳି ଭାବେ ବୁଲିବୁଲି ଚାହୁଁଛନ୍ତି ତାହା ଆପଣମାନେ ସ୍ପଷ୍ଟ ଭାବେ ଦେଖି ପାରିବେ।  

ଉଲ୍ଲେଖଯୋଗ୍ୟ, ପାକିସ୍ତାନୀ ପୁରୁଷମାନଙ୍କ ସ୍ବଭାବ କିପରି ତାହାକୁ  ପ୍ରକାଶ କରିବା ପାଇଁ ଭିଡିଓରେ ଦେଖିବାକୁ ମିଳୁଥିବା  ଯୁବତୀ ଜଣକ ପରୀକ୍ଷଣ କରିବା ପାଇଁ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଅଧିକପଢ଼ନ୍ତୁ:ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ

ଭିଡିଓରେ ମହିଳା ଜଣକ ଜିନ୍ସ ଏବଂ ଟପ୍ ପିନ୍ଧି ରାସ୍ତାରେ ଚାଲୁଥିବା ଦେଖିବାକୁ ମିଳୁଛି। ଯୁବତୀଙ୍କ ପୋଷାକ ସାଧାରଣ ଥିଲା ଆଦୌ ଉତ୍ତେଜକ ନଥିଲା। ତଥାପା ସେ ପାକିସ୍ତାନ ରାସ୍ତାରେ ଚାଲୁଥିବା ବେଳେ ଲୋକମାନେ ତାଙ୍କୁ ଯେମିତି ଚାହିଁ ରହିଥିଲେ ସେସବୁ ଦୃଶ୍ୟକୁ ଯୁବତୀଙ୍କ ଜଣେ ବନ୍ଧୁ ପଛରୁ କ୍ୟାମେରା ଧରି ରେକର୍ଡ କରିଥିଲେ।

୭୦ ପ୍ରତିଶତ ମହିଳାଙ୍କ ଅଭିଯୋଗ, ‘ରାସ୍ତାରେ ଗଲାବେଳେ ପିଛା କରନ୍ତି ଅଜଣା ଓ ଅଚିହ୍ନା ଲୋକ

ଲାହୋର, କରାଚୀ ଏବଂ ଇସଲାମାବାଦ ଭଳି ସହରରେ ୭୦ ପ୍ରତିଶତ ମହିଳା ରାସ୍ତାରେ ଯିବା ଆସିବା କରୁଥିବା ବେଳେ ଅଜଣା ଓ ଅଚିହ୍ନା ଲୋକ ସେମାନଙ୍କର ପିଛା କରୁଥିବାର ଅଭିଯୋଗ କରି ଆସିଛନ୍ତି। ଏପ୍ରିଲ ୨୦୨୪ ରେ କରାଚୀର ପାକ୍ କଲୋନୀରେ ଜଣେ ବୁର୍ଖା ପିନ୍ଧା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା।  ଏହି ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ଭାଇରାଲ ହୋଇଥିଲା। 

ଅଧିକପଢ଼ନ୍ତୁ:ରାସ୍ତାରେ ଅଳିଆ ଫିଙ୍ଗିଲେ ଲାଗୁ ହେବ ଜରିମାନା