ଜୀବନ ଯୁଦ୍ଧରେ ହାରିଗଲେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ

ନୂଆଦିଲ୍ଲୀସ୍ଥିତ ସଂସଦ ଭବନ​‌ ନିକଟରେ ଗତବୁଧବାର ନିଜ ଶରୀରରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକଙ୍କ ନାମ ଜିତେନ୍ଦ୍ର ଥିବା ବେଳେ ତାଙ୍କ ଘର ଉତ୍ତର ପ୍ରଦେଶର ବାଗପତରେ ବୋଲି ଜଣାପଡ଼ିଛି।

ଅଦ୍ୟତନ ହୋଇଛି
ତନଦସ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ସଂସଦ ଭବନ​‌ ନିକଟରେ ଗତବୁଧବାର ନିଜ ଶରୀରରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକଙ୍କ ନାମ ଜିତେନ୍ଦ୍ର ଥିବା ବେଳେ ତାଙ୍କ ଘର ଉତ୍ତର ପ୍ରଦେଶର ବାଗପତରେ ବୋଲି ଜଣାପଡ଼ିଛି।  

ଅଧିକପଢ଼ନ୍ତୁ:ବିମାନ ଦୁର୍ଘଟଣା ନେଇ ଆମକୁ ଦୋଷ ଦିଅ ନାହିଁ: ଆମେରିକାକୁ ରୁଷିଆର ଜବାବ

ଦିଲ୍ଲୀ ପୁଲିସ ପକ୍ଷରୁ ପ୍ରକାଶ କି, ଉତ୍ତରପ୍ରଦେଶର ବାଗପତରେ ରହୁଥିବା ଜିତେନ୍ଦ୍ର ଗତବୁଧବାର ଦିଲ୍ଲୀ ସଂସଦ ଭବନସ୍ଥିତ ରେଳ ଭବନ ନିକଟରେ ପହଞ୍ଚିଥିଲେ। ଏଠାରେ କିଛି ସମୟ ବୁଲାବୁଲି କରିବା ପରେ ପାଖରେ ରଖିଥିବା ଏକ ବୋତଲରୁ ପେଟ୍ରୋଲ ବାହାର କରି ନିଜ ଉପରେ ଢ଼ାଳି ପକାଇ ନିଆଁ ଲଗାଇ ଦେଇଥିଲେ।  ନିଆଁ ଲାଗିବା ପରେ ଜିତେନ୍ଦ୍ର ଯନ୍ତ୍ରଣାରେ ରାସ୍ତାରେ ଦୌଡ଼ିବାକୁ ଲାଗିଥିଲେ।

ଏହି ଘଟଣାର କିଛି ଦୂରରେ ସୁରକ୍ଷା ପାଇଁ ମୁତୟନ ହୋଇଥିବା ସୁରକ୍ଷାକର୍ମୀମାନେ ତୁରନ୍ତ ଜିତେନ୍ଦ୍ରଙ୍କୁ ଉଦ୍ଧାର କରି ସ୍ଥାନୀୟ ଆରଏମଏଲ (ରାମ ମନୋହର ‌ଲୋହିୟା) ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଜିତେନ୍ଦ୍ରଙ୍କ ଶରୀର ୯୦ପ୍ରତିଶତ ଜଳି ଯାଇଥିଲା। ତଥାପି ଡାକ୍ତରମାନେ ଜିତେନ୍ଦ୍ରଙ୍କୁ ବଞ୍ଚାଇବା ପାଇଁ ପୂରା ଚେଷ୍ଟା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଜିତେନ୍ଦ୍ରଙ୍କ ଜୀବନ ଯୁଦ୍ଧରେ ହାରି ଯାଇଥିଲେ।

ଅଧିକପଢ଼ନ୍ତୁ:ଜିରୋ ନାଇଟ ପାଇଁ କୌଣସି ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ: ଅବକାରୀ ମନ୍ତ୍ରୀ ଜିରୋ ନାଇଟକୁ

ଯାଞ୍ଚରୁ ଜଣାପଡ଼ିଛି ଜିତେନ୍ଦ୍ରଙ୍କ ବିରୋଧରେ ବାଗପତରେ କୌଣସି ବିବାଦକୁ ନେଇ ମାମଲା ଚାଲିଛି। ଯାହାକୁ ନେଇ ସେ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ। ଏଥିରୁ କେମିତି ମୁକୁଳିବେ ସେ ନେଇ ତାଙ୍କୁ କିଛି ବୁଦ୍ଧିବାଟ ଦିଶି ନଥିଲା। ତେଣୁ ସେ ବାଧ୍ୟ ହୋଇ ନିଜ ଜୀବନକୁ ଶେଷ କରିବାର ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe