ନୂଆଦିଲ୍ଲୀ: ବିହାରର କଟିହାର ଜିଲ୍ଲାର ମନିହାରି ନଗରର ୧୦ନମ୍ବର ୱାର୍ଡରେ ହଠାତ ଆକାଶରୁ ଏକ ସୁନେଲି ରଙ୍ଗର ପଥର ଖସିବା ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଛି।
ସୂଚନାଯୋଗ୍ୟ, ଗତ ରବିବାର ବିଳମ୍ବିତ ରାତିରେ ହଠାତ ମନିହାରି ନଗରର ୧୦ନମ୍ବର ୱାର୍ଡରେ ବସବାସ କରୁଥିବା ବାସୁ ସିଂହଙ୍କ ଘର ସାମ୍ନାରେ ଆକାଶରୁ ୨୫ଗ୍ରାମ ଓଜନ ବିଶିଷ୍ଟ ଏକ ପଥର ଖଣ୍ଡ ଖସି ଚଟାଣ ଆସି ପଡ଼ିଥିଲା।
ଅଧିକପଢ଼ନ୍ତୁ:ସହିଦ ସ୍ବାମୀଙ୍କ ପାର୍ଥିବ ଶରୀର ନିକଟରେ ଚିଠି ରଖି ସ୍ତ୍ରୀ କହିଲେ, ନିଶ୍ଚୟ ପଢ଼ିବ
ଏହି ଘଟଣାକୁ ନେଇ ବାସୁ ସିଂହଙ୍କ ପୁଅ ରାଜେଶ କହିଛନ୍ତି, ‘ଆମେ ରାତିରେ ଖାଇପିଇ ଶୋଇବାକୁ ଯାଉଥିବା ବେଳେ ଘର ସାମ୍ନାରେ ଏକ ପଥର ଖଣ୍ଡ ଆକାଶରୁ ପଡ଼ିବା ଦେଖିବାକୁ ପାଇଥିଲୁ। ଏଥିରୁ କ୍ରମାଗତ ଭାବେ ଧୁଆଁ ବାହାରୁଥିଲା। ଏ ସମ୍ପର୍କରେ ଆମେ ଗ୍ରାମବାସୀଙ୍କୁ ଖବର ଦେଇଥିଲୁ। ସମସ୍ତେ ପଥରଖଣ୍ଡକୁ ଦେଖିବା ପାଇଁ ଭିଜ ଜମାଇଥିଲେ। ଉକ୍ତ ପଥରକୁ ଆମେ ପାଣି ଦେଇ ରଖିଥିଲି।
ଅଧିକପଢ଼ନ୍ତୁ:ସ୍ତ୍ରୀ ଭିକାରି ସହ ଫେରାର ହୋଇଥିବା କହିଥିଲା ସ୍ବାମୀ, ସାମ୍ନାକୁ ଆସିଲା ପ୍ରକୃତ କାରଣ
ମୋର ସାନ ଭାଇ ଗୁଲ୍ଲୁ ତାର ସାଙ୍ଗକୁ ଦେଖାଇବା ପାଇଁ ଉକ୍ତ ପଥର ଖଣ୍ଡକୁ ପ୍ୟାଣ୍ଟ ପକେଟରେ ରଖି ନେଉଥିବା ବେଳେ ସେଥିରୁ ଧୁଆଁ ବାହାରି ତାର ପ୍ୟାଣ୍ଟରେ ନିଆଁ ଲାଗି ଯାଇଥିଲା। ଯେଉଁ ନିଆଁରେ ଗୁଲ୍ଲୁଙ୍କ ଜଙ୍ଘ ସାମାନ୍ୟ ଜଳି ଯାଇଥିବା ଜଣାପଡ଼ିଛି। ଏହି ପଥର ଖଣ୍ଡକୁ କେହିକେହି ଉଲକାର ଖଣ୍ଡ ବୋଲି କହୁଛନ୍ତି।
Follow Us