ପୁଟିନଙ୍କ ପ୍ରସ୍ତାବକୁ ଗ୍ରହଣ କରିବା ବ୍ୟତୀତ ଜେଲେନସ୍କିଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା

ପୁଟିନ ଇଷ୍ଟର ନେଇ ଏକ ଅସ୍ଥାୟୀ ଯୁଦ୍ଧବିରତି ପ୍ରସ୍ତାବ ଦେଇଥିଲେ, ଯାହାକୁ ଜେଲେନ୍ସକି ପ୍ରଥମେ ପ୍ରତ୍ୟାଖ୍ୟାନ କରିଥିଲେ କିନ୍ତୁ ପରେ ଗ୍ରହଣ କରିଥିଲେ। ରୁଷିଆ ସାଂସଦ ପୁଷ୍କୋଭ କହିଛନ୍ତି, ଜେଲେନସ୍କିଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା...

ଅଦ୍ୟତନ ହୋଇଛି
Zelensky had no other option but to accept Putin's offer.

Zelensky had no other option but to accept Putin's offer. Photograph: (sambad.in)

ମସ୍କୋ: ରୁଷିଆ-ୟୁକ୍ରେନ ଯୁଦ୍ଧରେ ବିରତି ଆଣିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶନିବାର ଇଷ୍ଟର ସମୟରେ ମାନବିକତା ଦୃଷ୍ଟିରୁ ୟୁକ୍ରେନ ସହିତ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏହା ଉପରେ ପ୍ରତିକ୍ରିୟା ଦେଇ, ଭୋଲଡିମେୟର ଜେଲେନ୍ସକି ଏହି ଅସ୍ତ୍ରବିରତିକୁ ପୁଟିନଙ୍କ ଦ୍ୱାରା ମାନବ ଜୀବନ ସହିତ ଖେଳିବାର ଆଉ ଏକ ପ୍ରୟାସ ବୋଲି ଅଭିଯୋଗ କରିଥିଲେ। କିନ୍ତୁ ପରେ ସେ ଏଥିରେ ରାଜି ହୋଇଥିଲେ।

ରୁଷିଆ ସଂସଦର ଉଚ୍ଚ ସଦନ ଫେଡେରେସନ କାଉନସିଲର ସଦସ୍ୟ ଆଲେକ୍ସି ପୁଷ୍କୋଭ କହିଛନ୍ତି ଯେ, ୟୁକ୍ରେନକୁ ରୁଷିଆ ସହିତ ଇଷ୍ଟର ଅସ୍ତ୍ରବିରତି ଚୁକ୍ତିରେ ରାଜି ହେବାକୁ ପଡିବ ଏବଂ ଏହି ମାମଲାରେ ଜେଲେନସ୍କିଙ୍କ ପାଖରେ କୌଣସି ବିକଳ୍ପ ନଥିଲା।

ରୁଷିଆ ସାଂସଦ ପୁଷ୍କୋଭ ଆକଳନ କରିଛନ୍ତି ଯେ, ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି ୟୁନାଇଟେଡ କିଙ୍ଗଡମ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମର ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଜରୁରୀ ଟେଲିଫୋନ ଆଲୋଚନା କରିଛନ୍ତି, ଏହି ସମୟରେ ଯୁଦ୍ଧବିରତି ଉପରେ ସହମତ ହେବାକୁ ନିଷ୍ପତ୍ତି ନିଆଯାଇଛି।

ୟୁକ୍ରେନ୍‌କୁ ଯୁଦ୍ଧବିରତି ଚିନ୍ତାଧାରା ପ୍ରତି ନକାରାତ୍ମକ ପ୍ରତିକ୍ରିୟାରୁ ଦୂରେଇ ଯିବାକୁ ପଡିଲା, ଏବଂ ତା'ପରେ ଜେଲେନ୍ସକି କହିଥିଲେ ଯେ, ୟୁକ୍ରେନ ଯେସା କୁ ତେସା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ମାତ୍ର ଶେଷରେ କୌଣସି ବିକଳ୍ପ ନଥିଲା ବୋଲି ପୁଷ୍କୋଭ ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ଲେଖିଛନ୍ତି।

ସେ କହିଛନ୍ତି ଯେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିଷ୍ପତ୍ତି ମଧ୍ୟରେ ୟୁକ୍ରେନର ଇଷ୍ଟର ଅସ୍ତ୍ରବିରତି ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିବା ଏକ କ୍ଷତିକାରକ ପଦକ୍ଷେପ ହୋଇପାରେ। ଏପରି ପରିସ୍ଥିତିରେ, ବିଶ୍ୱ ସମ୍ପ୍ରଦାୟରେ ତାଙ୍କର ପ୍ରତିଛବି ନକାରାତ୍ମକ ହୋଇଯାଇଥାନ୍ତା। ସେ ଏହା ମଧ୍ୟ କହିଛନ୍ତି, ରୁଷିଆ ୟୁକ୍ରେନକୁ ଇଷ୍ଟର ଯୁଦ୍ଧବିରତି ଚୁକ୍ତିନାମାକୁ ଆନୁଷ୍ଠାନିକ ଭାବରେ ସ୍ୱୀକାର କରିବାକୁ ବାଧ୍ୟ କରିଥିଲା।

ଅଧିକ ପଢ଼ନ୍ତୁ: ନବ ଦାସଙ୍କ ହତ୍ୟାକାଣ୍ଡର ପୁଣି ସିବିଆଇ ତଦନ୍ତ ଦାବିକୁ ଦୋହରାଇଲେ ପୁଅ ବିଶାଳ ଦାସ

ଇଷ୍ଟର ଉପରେ ଏହି ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା ସେହି ଦିନ କରାଯାଇଥିଲା ଯେତେବେଳେ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଥିଲା ​​ଯେ ଏହାର ସୈନ୍ୟମାନେ ରୁଷର କୁର୍ସ୍କ ଅଞ୍ଚଳରେ ଥିବା ସେମାନଙ୍କର ଶେଷ ବଳକା ଗଡ଼ ମଧ୍ୟରୁ ଗୋଟିଏରୁ ୟୁକ୍ରେନୀୟ ସୈନ୍ୟଙ୍କୁ ବାହାର କରିଦେଇଛନ୍ତି, ଯାହାକୁ ଗତ ବର୍ଷ ୟୁକ୍ରେନୀୟମାନେ ଏକ ଅଚାନକ ଚଢାଉରେ କବଜା କରିଥିଲେ। କ୍ରେମଲିନ୍ ଅନୁଯାୟୀ, ଏହି ଅସ୍ତ୍ରବିରତି ଶନିବାର ମସ୍କୋ ସମୟ ସନ୍ଧ୍ୟା ୬ଟାରୁ ଇଷ୍ଟର ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ରହିବ।

ଅଧିକ ପଢ଼ନ୍ତୁ: ଚିକେନ୍ ନେଇ ଘରକୁ ଫେରୁଥିଲେ, ରେଳ ଧାରଣାରେ ଜଗିଥିଲା ଯମ

Russia | Ukraine | vladimir-putin | volodymyr-zelensky

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe