ରୁଷିଆ ଆଭ୍ୟନ୍ତରରେ ଆକ୍ରମଣ ପାଇଁ ଆମେରିକା ଅନୁମୋଦନ ଲୋଡିଲେ ଜେଲେନସ୍କି

ରୁଷିଆ ଆକ୍ରମଣର କ୍ରମାଗତ ସମ୍ମୁଖୀନ ହୋଇଥିଲେ ମଧ୍ୟ ୟୁକ୍ରେନର ସାହସ ଦୁର୍ବଳ ହୋଇନାହିଁ। ରୁଷିଆର ଆଭ୍ୟନ୍ତରକୁ ଯାଇ ଆକ୍ରମଣ କରିବାକୁ ୟୁକେନ୍ ପ୍ରସ୍ତୁତ ହେଉଛି। ଏଥିପାଇଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଜେଲେନସ୍କି ଆମେରିକାର ଅନୁମତି ଲୋଡିଛନ୍ତି।

Zelensky sought US approval to invade Russia

କିଭ୍: ରୁଷିଆର କ୍ରମାଗତ ଆକ୍ରମଣ ସତ୍ତ୍ବେ ୟୁକ୍ରେନର ମନୋବଳ ଅଧିକ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶନିବାର ଦିନ ୱାଶିଂଟନରେ ଆମେରିକାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ସେ ଆମେରିକାର ଉପରେ ଚାପ ବଢ଼ାଇଥିଲେ ଏବଂ କିଭ୍‌କୁ ରୁଷିଆର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବେଶ କରିବାକୁ ତଥା ସାମରିକ ଲକ୍ଷ୍ୟ ଉପରେ ଆକ୍ରମଣ କରିବାକୁ ଅନୁମତି ଲୋଡିଛନ୍ତି।

୨୦୨୨ପରଠାରୁ ଆମେରିକା ୟୁକ୍ରେନକୁ ୫୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସାମରିକ ସହାୟତା ଦେଇଛି। କିନ୍ତୁ ଆମେରିକା କେବଳ ଅସ୍ତ୍ରଶସ୍ତ୍ରର ବ୍ୟବହାରକୁ ୟୁକ୍ରେନ ମାଟିରେ ସୀମିତ ରଖିଛି ଏବଂ ଆତ୍ମରକ୍ଷା ପାଇଁ ସୀମା ଅପରେସନ୍ କରିବାକୁ କହିଛି।  

ଜେଲେନସ୍କି କହିଛନ୍ତି ଯେ ଶୁକ୍ରବାର ଦିନ ଖାର୍କିଭରେ ଗାଇଡ୍ ଏୟାର ବୋମା ଦ୍ବାରା ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୭ ଜଣ ଆହତ ହୋଇଛନ୍ତି। ଶନିବାର ଦିନ ରୁଷିଆର ଗାଇଡ୍ ବୋମା ଦ୍ବାରା ଅଧିକ ଆକ୍ରମଣ କରିଥିଲା।

ୟୁକ୍ରେନ ସ୍ପଷ୍ଟ ଭାବରେ କହିଛି ଯେ କେବଳ ରୁଷିଆର ସାମରିକ ଏୟାରଫିଲ୍ଡ, ରୁଷିଆ ସେନାର ବେସ୍ ଏବଂ ରୁଷିଆର ଲଜିଷ୍ଟିକ୍ ଷ୍ଟୋର୍‌ ଉପରେ ଆକ୍ରମଣ କରି ଏଭଳି ଆକ୍ରମଣକୁ ଏଡାଯାଇପାରିବ। ଜେଲେନସ୍କି ତାଙ୍କ ରାତିର ଭିଡିଓ ଭାଷଣରେ କହିଛନ୍ତି, ଆମେ ପ୍ରତିଦିନ ଆମର ସହକର୍ମୀଙ୍କ ସହ ଏହି ବିଷୟରେ କଥାବାର୍ତ୍ତା କରୁଛୁ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଶାସନଙ୍କୁ ମନାଇବା ପାଇଁ ଆମେ ଯୁକ୍ତି ଉପସ୍ଥାପନ କରୁଛୁ। ସେ କହିଛନ୍ତି ରୁଷିଆର ଆକାଶ ମାର୍ଗରୁ ରୁଷିଆର ଗାଇଡ୍ ଏରିଏଲ୍ ବୋମା ନଷ୍ଟ କରିବା ସହିତ ରୁଷିଆର ଆକ୍ରୋଶକୁ ସମାପ୍ତ କରିବା ଏବଂ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ଏହା ଦ୍ବାରା ମାର୍ଗ ପ୍ରଶସ୍ତ ହୋଇପାରିବ।

ଆମେରିକା, ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀକୁ ଆବେଦନ କରି ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ଏବଂ ୟୁକ୍ରେନବାସୀଙ୍କୁ ପ୍ରକୃତରେ ଏବଂ ସମ୍ପୂର୍ଣ୍ଣ ରକ୍ଷା କରିବା ପାଇଁ ଆମର ସାମର୍ଥ୍ୟ ଆବଶ୍ୟକ। ଆପଣଙ୍କର ଦୀର୍ଘ ଦୂରଗାମୀ ଶେଲ୍ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଆମକୁ ଦୀର୍ଘ ଦୂରତା କ୍ଷମତା ଏବଂ ଅନୁମତି ଆବଶ୍ୟକ।

ଅଧିକ ବିବରଣୀ ନ ଦେଇ ସେ କହିଛନ୍ତି ତାଙ୍କ ପ୍ରତିନିଧୀମାନେ ୟୁକ୍ରେନ ସହଭାଗୀମାନଙ୍କୁ ସମସ୍ତ ଆବଶ୍ୟକୀୟ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଶୁକ୍ରବାର ଏବଂ ଶନିବାର ଦିନ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ ରୁସ୍ତମ ଉମରୋଭ ଏକ ପ୍ରତିନିଧି ଦଳ ସହିତ ୱାଶିଂଟନରେ ଥିଲେ।

ଅଧିକ ପଢ଼ନ୍ତୁ: ପୁଣି ମହଙ୍ଗା ମାଡ଼: ଏଲପିଜି ସିଲିଣ୍ଡର ଦର ବଢ଼ିଲା

ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ରୁସ୍ତମ ଉମାରୋଭ ସିଏନଏରେ ପ୍ରସାରିତ ଏକ ସାକ୍ଷାତକାରରେ କହିଛନ୍ତି ଯେ ୟୁକ୍ରେନ ସହର ଉପରେ ଆକ୍ରମଣ କରୁଥିବା ରୁଷିଆର ଏୟାର ବେସ୍ ଏହାର ସୀମା ମଧ୍ୟରେ ଥିଲା। 

ଅଧିକ ପଢ଼ନ୍ତୁ: ଏୟାରଲିଫ୍ଟ ହେଉଥିବା ହେଲିକପ୍ଟରକୁ ରୁଦ୍ରପ୍ରୟାଗରେ ଖସାଇ ଦିଆଗଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe