Cattle on NH Photograph: (Photo: social media)
ନୂଆଦିଲ୍ଲୀ: ଅଧିକାଂଶ ସମୟରେ ରାସ୍ତା ଉପରକୁ ହଠାତ୍ ଗୋରୁଗାଈ ଚାଲିଆସିଲେ ଦୁର୍ଘଟଣା ଘଟୁଛି। ଦେଶରେ ଏଭଳି ଅନେକ ସ୍ଥାନ ରହିଛି, ଯେଉଁମାନେ ଗୋରୁମାନେ ରାସ୍ତା ଉପରକୁ ଚାଲିଆସିଥାନ୍ତି। ସେବିଷୟରେ ସଡ଼କ ବ୍ୟବହାରକାରୀମାନଙ୍କୁ ବାସ୍ତବ ସମୟରେ ସତର୍କ ସୂଚନା ପ୍ରଦାନ କରିବାକୁ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ଏକ ପରୀକ୍ଷଣ ଆରମ୍ଭ କରିଛନ୍ତି।
ଜୟପୁର-ଆଗ୍ରା ଓ ଜୟପୁର-ରେୱାରି ଜାତୀୟ ରାଜପଥରେ ଏହି ପରୀକ୍ଷଣ ଆରମ୍ଭ କରାଯାଇଛି। ଟେଲିକମ୍ କମ୍ପାନିମାନଙ୍କ ସହ ମିଶି ଏନ୍ଏଚ୍ଏଆଇ ଏହି ଅଭିଯାନ ଆରମ୍ଭ କରିଛି। ଏହାଦ୍ବାରା ଗୋରୁଙ୍କ ପାଇଁ ହେଉଥିବା ସଡ଼କ ଦୁର୍ଘଟଣା ହ୍ରାସ ପାଇବ ଓ ଉଭୟ ଗୋରୁ ଓ ମଣିଷଙ୍କ ଜୀବନ ବଞ୍ଚିଯିବ।
ଆହୁରି ପଢନ୍ତୁ: Abu Musa: ଭିକ ନୁହେଁ, ହିନ୍ଦୁମାନଙ୍କ ଗଳା କାଟିଲେ ସ୍ବାଧୀନତା ମିଳିବ : ଆତଙ୍କବାଦୀ ଅବୁ ମୁସା
ଗୋରୁଗାଈ ଚଳପ୍ରଚଳ କରୁଥିବା ରାସ୍ତା ବିଷୟରେ ଗାଡ଼ିଚାଳକମାନଙ୍କୁ ପ୍ରଥମେ ଏକ ଫ୍ଳାସ୍ ଏସ୍ଏମ୍ଏସ୍ ପଠାଯିବ ଓ ତା’ପରେ ଭଏସ୍ ଆଲର୍ଟ ଦିଆଯିବ। ଏସ୍ଏମ୍ଏସ୍ରେ ଲେଖାଯିବ ‘ଆଗରେ ବୁଲା ଗୋରୁ ପ୍ରବଣ କ୍ଷେତ୍ର ରହିଛି। ଦୟାକରି ଗାଡ଼ି ସାବଧାନତାର ସହ ଚଲାନ୍ତୁ’।
ଆହୁରି ପଢନ୍ତୁ: Football: ଆଇ-ଲିଗ୍ ଓ ଆଇଏସ୍ଏଲ୍ ପାଇଁ ଏଆଇଏଫ୍ଏଫ୍ର ୨୧ବର୍ଷୀୟା ନସ୍କା
ସେହି ବାର୍ତ୍ତା ଫୋନ୍ରେ ଭଏସ୍ ମେସେଜ୍ ଆକାରରେ ବି ବାଜିବ। ଚାଳକମାନଙ୍କୁ ବାସ୍ତବ ସମୟ ସତର୍କ ସୁଚନା ପ୍ରଦାନ କରିବା ଲାଗି ରିଲାଏନ୍ସ ଜିଓ ଏହାର ପ୍ଲାଟଫର୍ମକୁ ଅପ୍ଗ୍ରେଡ୍ କରିଛି। ପରୀକ୍ଷଣ ସଫଳ ହେଲେ ଏହି ଅଭିଯାନକୁ ଦେଶବ୍ୟାପୀ ସମ୍ପ୍ରସାରଣ କରିବା ଯୋଜନା ରହିଛି।
Follow Us